ପେନସନଭୋଗୀଙ୍କ ପାଇଁ ଆସିଲା ସବୁଠୁ ବଡ ଖୁସି ଖବର, EPF ଧାରୀ ପାଇବେ ମାସକୁ 9 ହଜାର ଟଙ୍କା ପେନସନ, ଜାଣନ୍ତୁ କେବେ ଠାରୁ ?

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି ଓ ଏହି ଖବରଟି ହେଉଛି ପେନସନଭୋଗୀ ମାନଙ୍କ ପାଇଁ । ପେନସନ ଭୋଗୀ ମାନେ ଏହି ଖବର ବିଷୟରେ ଜାଣିଲେ ବହୁତ ଖୁସି ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଇପିଏଫଧାରୀ ମାନେ ପାଇବେ ୯ ହଜାର ଟଙ୍କା ପେନସନ ।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫ ସ୍କିମ ଅଧୀନରେ ସର୍ବ ନିମ୍ନ ପେନସନ ରାସୀକୁ କେନ୍ଦ୍ର ସରକାର ୯ ଗୁଣ ବୃଦ୍ଧି କରେଇ ପାରନ୍ତି । ବର୍ତ୍ତମାନ ସର୍ବ ନିମ୍ନ ମାସିକ ପେନସନ ଏକ ହଜାର ଟଙ୍କା ଥିବା ବେଳେ ଏହାକୁ ୯ ହଜାର ଟଙ୍କା ବୃଦ୍ଧି କରାଯିବାର ଯୋଜନା ରହିଛି । ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଆସନ୍ତା ଫେବୃୟାରିରେ ଏହା ଉପରେ ଆଲୋଚନା ହେବାକୁ ଏକ ବୈଠକ ହେବାକୁ ଯାଉଛି ।

ଏହି ବୈଠକରେ ମଜୁରି କୋର୍ଟ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଇପିଏଫ ପେନସନ ଧାରୀ ମାନେ ସର୍ବ ନିମ୍ନ ପେନସନ ରାସୀକୁ ବୃଦ୍ଧି କରିବା ଲାଗି ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି । ପୂର୍ବରୁ ଏହି ପେନସନ ବୃଦ୍ଧିକୁ ନେଇ ଅନେକ ଥର ଆଲୋଚନା ହୋଇ ସାରିଛି ।


ତେବେ ଏହି ନବବର୍ଷ ଆରମ୍ଭରେ ସରକାର ପେନସନ ଧାରୀ ମାନଙ୍କୁ ଖୁସି ଖବର ଦେଇପାରନ୍ତି । ୨୦୨୧ ମାର୍ଚ୍ଚ ମାସ ସାଂସଦରେ ଏକ ସ୍ଥାୟୀ କମିଟି ଏନେଇ ସିପାରିଶ କରିଥିଲା । ସର୍ବ ନିମ୍ନ ପେନସନ ଏକ ହଜାର ଟଙ୍କାରୁ ବୃଦ୍ଧି କରି ୩ ହଜାର ଟଙ୍କା କରିବା ପାଇଁ କମିଟି ପରାମର୍ଶ ଦେଇଥିଲା । ହେଲେ ପେନସନ ଧାରୀ ମାନେ ବର୍ତ୍ତମାନ ପେନସନକୁ ୯ ହଜାର ଟଙ୍କା ବୃଦ୍ଧି କରିବା ପାଇଁ ଦାବି କରୁଛନ୍ତି ।

ଇପିଏଫ ଧାରୀ ମାନଙ୍କର ଆଉ ଗୋଟେ ଦାବି ହେଉଛି କର୍ମଚାରୀ ମାନଙ୍କର ଶେଷ ବେତନ ଯାହା ଥିଲା ତାର ଅଧା ପେନସନ ଦିଆଯାଉ । ଏହି ଦାବି ଉପରେ ମଧ୍ୟ ଶ୍ରମ ମନ୍ତ୍ରାଳୟ ବୈଠକରେ ଆଲୋଚନା ହୋଇପାରେ । ତେବେ ବନ୍ଧୁଗଣ ଏହି ନବବର୍ଷରେ କେନ୍ଦ୍ର ସରକାରୀ ପେନସନ ଧାରୀ ମାନଙ୍କୁ ଏକ ବଡ ଖୁସି ଖବର ଦେଇପାରନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *