ପାଟି ଦୁର୍ଗନ୍ଧ ! ଜାଣନ୍ତୁ ଏହାର କାରଣ ଓ କିପରି ଏଥିରୁ ପାଇବେ ମୁକ୍ତି ? Dr Gaurav Mishra

ନମସ୍କାର ବନ୍ଧୁଗଣ ତେବେ ଆଜିକାଲି ଅଧିକାଂଶ ଲୋକ ବହୁତ ପ୍ରକାରର ଖାଦ୍ୟ ଖାଆନ୍ତି । ଘରୋଇ ଖାଦ୍ୟ ଖାଇ ସାରିବା ପରେ ଯଦି ପାଟି ଭଲ ଭାବରେ କୁଳି କରନ୍ତି ନାହିଁ, ଅଫିସ ରେ ଅଥବା ବାହାରେ ବୁଲିବା ସମୟରେ ବହୁତ ପ୍ରକାରର ଜଙ୍କଫୁଡ ଖାଆନ୍ତି, ମାତ୍ର ତାହା ପରେ ପାଟି କୁଳି କରନ୍ତି ନାହିଁ । ଏହିଭଳି ପରିସ୍ଥିତିରେ ଖାଦ୍ୟ ଗୁଡିକ ଆମ୍ଭର ପାଟି ଭିତରେ ଜମିଯାଇଥାଏ । ଏହା ବାୟୋଫିଲ୍ମ ହୋଇ ତିଆରି ହୋଇଯାଇଥାଏ ।

ଏହାକୁ ଡେଣ୍ଟାଲ ପ୍ଲାଗ ବୋଲି କୁହନ୍ତି । ଏହି ଡେଣ୍ଟାଲ ପ୍ଲାଗ କଲରଲେସ । ଲୋକ ମାନଙ୍କୁ ଆଖିରେ ତାହା ଦେଖାଯାଏ ନାହିଁ । ତେବେ ତାହା ଯେତେବେଳେ ଦୁଇ ଦାନ୍ତ ଏବଂ ମାଢି ମଝିରେ ଜମି ଜମି ଯାଏ, ତାହା ପଥର ଭଳି ହୋଇ ଯାଇଥାଏ । ତାହାକୁ ଡେଣ୍ଟାଲ କ୍ୟାଲକୁଲେସ ବୋଲି କୁହନ୍ତି । ସେହି ପଥର ଧୀରେ ଧୀରେ ହଳଦିଆ ରଙ୍ଗର ହେବାକୁ ଲାଗିଥାଏ । ତାହା ସାଧାରଣତ ବ୍ରସ କରିବା ଦ୍ଵାରା ବାହାରି ନଥାଏ ।

ତାହା ଯେତେବେଳେ ଆମ୍ଭ ମାଢି କୁ ଇନଫେକ୍ଟ କରେ, ଆମ୍ଭେ ମାଢି ଲାଲୀ ହେବାକୁ ଲାଗିଥାଏ, ଫୁଲିଯାଏ ତଥା ସେଥିରୁ ରକ୍ତ ବାହାରିବା ଆରମ୍ଭ ହୋଇଥାଏ । ଏହିଭଳି ପରିସ୍ଥିତି ରେ ପାଟିରେ ଦୁର୍ଗନ୍ଧ ହେବା ଆରମ୍ଭ ହୋଇ ଯାଇଥାଏ । ଏହାକୁ ହାନିଟୋସେସ ବୋଲି କୁହା ଯାଇଥାଏ । ତେବେ ସେହି ଜାଗାରେ ଇମିଡିଏଟ ଟ୍ରିଟମେଣ୍ଟ କରି ତାହାକୁ ରିମୁଭ କରା ଯାଇଥାଏ । ଆମ୍ଭେ ଯାହା ମଧ୍ୟ ଖାଦ୍ୟ ଖାଇଥାଉ ଆମ୍ଭ ପାଟିରେ ଥିବା ବ୍ୟାକ୍ଟେରିୟା ମାନେ ଏସିଡ ପ୍ରଡ୍ୟୁସ କରିଥାନ୍ତି ।


ସେମାନେ ଆମ୍ଭ ଦାନ୍ତ ତଥା ମାଢିକୁ ମଧ୍ୟ ନଷ୍ଟ କରିଥାନ୍ତି । ଏହାଫଳରେ ଦାନ୍ତ ହଲିବାକୁ ଲାଗିବା ସହିତ ଦାନ୍ତରୁ ଦୁର୍ଗନ୍ଧ ମଧ୍ୟ ଦେଇଥାଏ । ଦାନ୍ତରେ ଜମିଥିବ ମଇଳା ଧୀରେ ଧୀରେ କଳା ରଙ୍ଗରେ ପରିଣତ ହେବାକୁ ଲାଗିଥାଏ । ତେବେ ଯାହା ବ୍ରସ କରିଲେ ମଧ୍ୟ ତାହା ବାହାରି ନଥାଏ । ଆପଣଙ୍କ ଦାନ୍ତ ରେ ଏଭଳି ସମସ୍ୟା ଦେଖାଯାଉଥିଲେ ଆପଣ ସଙ୍ଗେ ସଙ୍ଗେ ଡାକ୍ତ ପାଖକୁ ଜାଆନ୍ତୁ ।

ଆପଣ ସଠିକ ଭାବରେ ନିଜ ଦାନ୍ତର ଟ୍ରୀଟମେଣ୍ଟ କରିଲେ ଆପଣଙ୍କ ଦାନ୍ତରୁ ଦୁର୍ଗନ୍ଧ ଦୂର ହେବ । ଆପଣ ସାଧାରଣତ ଦିନକୁ ୨ ଥର ଦାନ୍ତ ଅବଶ୍ୟ ଘସନ୍ତୁ । ନିୟମ ଅନୁଯାୟୀ କିଛି ଖାଦ୍ୟ ଖାଇବା ମାତ୍ରେ ଭଲ ଭାବରେ ଦାନ୍ତ ଘଷିବା ନିହାତି ଆବଶ୍ୟକ । ଯେଉଁ ଦାନ୍ତରେ ମଇଳା ଜମି କଠିନ ଅବସ୍ଥାରେ ପରିଣତ ହେବାକୁ ଲାଗିଥାଏ, ଆପଣ ମାନଙ୍କୁ ସେହି ସବୁ ସ୍ଥାନରେ ଦାନ୍ତ କୁ ଘଷି ସଫା କରିବା ଆବଶ୍ୟକ ।


ତେବେ ଯାହା ଫଳରେ ଆପଣଙ୍କୁ କୌଣସି ପ୍ରକାରର ଅସୁବିଧାର ସମୁଖୀନ କରିବାକୁ ପଡିବନି । ମାତ୍ର ଆପଣ ସବୁବେଳେ ଚେଷ୍ଟା କରିବି ଏହାର ଅତିଶୀଘ୍ର ସମାଧାନ କରିବେ । ଆପଣ ଯେତେ ଶୀଘ୍ର ନିଜ ଦାନ୍ତ ର ଚିକିତ୍ସ୍ୟା କରିବେ ସେତେ ଶୀଘ୍ର ଆପଣଙ୍କର ଦାନ୍ତ ଦୁର୍ଗନ୍ଧ କରିବା ବନ୍ଦ ହେବ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *