ପାଠ ଶୀଘ୍ର ମନେ ରଖିବା ପାଇଁ ସହଜ ଉପାୟ, ଏକା ଥରେ ସବୁ ପାଠ ମନେ ରହିବ…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସବୁ ଛାତ୍ର ଓ ଛାତ୍ରୀ ମାନେ ପାଠ ପଢାକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି । ସେମାନେ ସବୁବେଳେ ଚିନ୍ତା କରନ୍ତି କି କେତେ ଜଲ୍ଦି ପାଠକୁ ମନେ ରଖିବେ ଓ କେମିତି ପଢିଲେ ପୁରା କୋର୍ସକୁ କଭର କରିବେ । ଏହି ସବୁ କଥାକୁ ଚିନ୍ତା କରି କରି ଶେଷରେ ତାଙ୍କର ପରୀକ୍ଷା ଆସିଯାଏ । ପରୀକ୍ଷାରେ ଯେତେବେଳେ ଫଳାଫଳ ବାହାରେ ତେବେ ସେମାନେ ସେଥିରେ ସଫଳ ହୋଇ ପାରନ୍ତି ନାହିଁ । କେତେ ଥର ଦେଖା ଯାଇଛି କି ପ୍ରାୟତଃ ପିଲା ମାନଙ୍କର ପାଠ ମନେ ରୁହେ ନାହିଁ ।

ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ସରଳ ଉପାୟ ନେଇ ଆସିଛୁ ଯେଉଁଥିରେ ଆପଣ ନିଜର ସମସ୍ତ ପାଠକୁ ଜଲ୍ଦି ମନେ ରଖି ପାରିବେ । ପ୍ରାୟତଃ ପିଲାମାନେ ପାଠ ମନେ ରଖିବା ପାଇଁ ଓ ପରୀକ୍ଷା ପାଖେଇ ଆସିଲେ ସବୁ ପାଠ ଘୋଷିବା ଆରମ୍ଭ କରି ଦିଅନ୍ତି । କିନ୍ତୁ ଏହା ସବୁଠୁ ଖରାପ ରାସ୍ତା । ପାଠ ମନେ ରଖିବା ପାଇଁ ଆମେ ଯେତେ ଜଲ୍ଦି ଘୋଷି ଥାଉ ସେତେ ଜଲ୍ଦି ସେହି ପାଠକୁ ଭୁଲି ବି ଯାଉ ।

ପିଲାମାନେ ଜଲ୍ଦି ମନେ ରଖିବା ପାଇଁ ବିଭିନ୍ନ ପ୍ରକାରର ରାସ୍ତା ଆପଣାଇ ଥାନ୍ତି । ଆଜି ଆମେ ଆପଣଙ୍କୁ ପାଠ ଜଲ୍ଦି ମନେ ରଖିବା ପାଇଁ ଏକ ସହଜ ଉପାୟ କହିବୁ । ତେବେ ସର୍ବେ ପ୍ରଥମେ ନିଜ ମନରୁ ଏହି କଥା ବାହାର କରି ଦିଅନ୍ତୁ କି କେଉଁ ପାଠକୁ ଘୋଷି ମନେ ରଖିବେ । ଯଦି ଆପଣ ଏହା ଚିନ୍ତା କରିବେ କି ଆପଣ ସବୁ ପାଠ ଘୋଷି ମନେ ରଖି ଦେବେ ତେବେ ଆପଣଙ୍କର ଧ୍ୟାନ ପାଠ ପଢାରୁ ହଟିଯିବ ।

ତେବେ ପାଠ ପଢିବା ଆରମ୍ଭ କରିବା ପୂର୍ବରୁ ଯେଉଁ କାର୍ଯ୍ୟ ବି ଆପଣଙ୍କର ବାକି ଅଛି ତାକୁ ପ୍ରଥମେ ସମାପ୍ତ କରି ଦିଅନ୍ତୁ । ଯାହା ଦ୍ଵାରା ପାଠ ପଢା ସମୟରେ ଆପଣଙ୍କୁ ସେହି କାର୍ଯ୍ୟ ପାଇଁ ବାରମ୍ବାର ଉଠି ଯିବାକୁ ପଡିବ ନାହିଁ । ଯଦି ଆପଣ କୌଣସି କାମକୁ ଅଧାରୁ ଛାଡି ପାଠ ପଢିବା ପାଇଁ ବସିଥିବେ ତେବେ ବାରମ୍ବାର ମନ ସେହି କାମ ଆଡକୁ ଡାକୁଥିବ । ଏହି କାରଣରୁ ବି ଆପଣଙ୍କ ମନ ପାଠ ପଢାରେ ଲାଗିବ ନାହିଁ । ଆପଣ ଜଲ୍ଦି କରୁ କରୁ ସେହି ବିଷୟକୁ ମନେ ରଖି ପାରିବେ ନାହିଁ ।

ତେବେ ପ୍ରଥମେ ଆପଣ ଯେ କୌଣସି ବିଷୟକୁ ପଢୁଛନ୍ତି ତାକୁ ଥରେ କିମ୍ବା ଦୁଇ ଥର ପଢନ୍ତୁ । ସେହି ବିଷୟକୁ ଆପଣ ନିଜ ଭାଷାରେ ବୁଝିବାକୁ ଚେଷ୍ଟା କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣ ସେହି ବିଷୟକୁ ଭଲ ଭାବରେ ବୁଝି ଯିବେ । ଆପଣ ଅନ୍ୟ କାହାକୁ ବି ଏହି ବିଷୟରେ ବୁଝାଇ ପାରିବେ । ଆପଣ ଯେଉଁ ବିଷୟକୁ ପଢୁଛନ୍ତି ତାକୁ ଦୁଇ ତିନି ଥର ନ ଦେଖି ଲେଖିବାକୁ ଚେଷ୍ଟା କରନ୍ତୁ ।

ଯେଉଁ ସମୟ ପର୍ଯ୍ୟନ୍ତ ଆପଣ ସେହି ବିଷୟକୁ ଭଲ ଭାବରେ ଲେଖି ପାରି ନାହାନ୍ତି ସେହି ସମୟ ପର୍ଯ୍ୟନ୍ତ ଆପଣ ସେହି ବିଷୟକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ଯେଉଁ ବିଷୟକୁ ବି ପଢୁଛନ୍ତି ତାକୁ ବାରମ୍ବାର ରିଭିଜନ କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣ ସେହି ବିଷୟକୁ କେବେ ବି ଭୁଲିବେ ନାହିଁ ଏହିଭଳି କରିବା ଦ୍ଵାରା ଆପଣଙ୍କ ସବୁ ବିଷୟ ବହୁତ ଜଲ୍ଦି ମାନେ ରହିଯିବ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *