ଭାଗ୍ୟରେ ଥିଲେ ଦେଖିବାକୁ ମିଳେ ପଶୁ ମାନଙ୍କର ଏମିତି ଅଜବ-ଗଜବ କାରନାମା, Video ଦେଖିଲେ ହସି ହସି ଗଡିଯିବେ ଆପଣ !

ବନ୍ଧୁଗଣ, ପଶୁପକ୍ଷୀ ମାନଙ୍କର ବିଚିତ୍ର କାଣ୍ଡ ଆପଣ ମାନେ ନିଶ୍ଚିତ ଭାବରେ ସବୁ ଜାଗାରେ ଦେଖିଥିବେ । ଏହା ଏକ ସାଧାରଣ କଥା ଅଟେ । କିନ୍ତୁ କେବେ କେବେ ଏହି ପଶୁପକ୍ଷୀ ଏମିତି କିଛି କାମ କରି ଦେଇଥାନ୍ତି ଯାହାକୁ ଯଦି ରେକର୍ଡ ନ କରାଯାଇଥାଏ ତେବେ ଏହାକୁ କେହି ମଧ୍ୟ ବିଶ୍ଵାସ କରିପାରନ୍ତେ ନାହିଁ । ତେବେ ଚାଲନ୍ତୁ ପଶୁପକ୍ଷୀଙ୍କର ଏମିତି କିଛି ଅତରଙ୍ଗୀ କାରନାମା ବିଷୟରେ ଜାଣିବା ।

୧;- ଏହିଠାରେ ଦୁଇଟି କୁକୁର ଗୋଟେ ଘୋଡ଼ା ସହିତ ବିନା କାରଣରେ ଲାଗିଥିଲେ । କିନ୍ତୁ ଏହି ଘୋଡ଼ା ଆରମ୍ଭ ରୁ କୁକୁର କୁ କିଛି କହୁ ନଥିଲା । କିନ୍ତୁ ଯେତେବେଳେ ଘୋଡ଼ା କୁ ରାଗ ଲାଗିଲା ସେତିକିବେଳେ ସେ ଗୋଟେ କୁକୁରକୁ ରାଗିକି ଗୋଇଠା ଟେ ମାରିଲା । ଯାହା ଫଳରେ ସେ କୁକୁର ଟି ସେହି ଗୋଟେ ଜାଗାରେ ହିଁ ବସିଗଲା ।

୨;- କାରନାମା କରିବା ଭିତରେ ମାଙ୍କଡ ମାନଙ୍କର ନାମ ଆଗ ଆସିଥାଏ । କିନ୍ତୁ ବେଳେ ବେଳେ ମାଙ୍କଡ ମାନଙ୍କ ଭିତରେ ମଧ୍ୟ କାଣ୍ଡ ହୋଇଯାଇଥାଏ । ଏହିଠାରେ ଦୁଇଟି ମାଙ୍କଡ଼ ଭିତରେ ଝଗଡ଼ା ଚାଲିଥାଏ । ଗୋଟେ ମାଙ୍କଡ ଅନ୍ୟ ମାଙ୍କଡ ଟିକୁ ଉଡ଼ି ଉଡ଼ି ନିଞ୍ଜା ଭଳି ମାଡ ମାରୁଥାଏ । ଯାହାକୁ ଦେଖି ତୃତୀୟ ମାଙ୍କଡ ଆସି ପ୍ରଥମ ମାଙ୍କଡ ଟିକୁ ଆସି ବୁଝାଇ କୁହେ ରହ ଭାଇ ସେତିକି ମାରେ ଟିକେ ଥଣ୍ଡା ପଡ଼ିଯା ।

ଦ୍ଵିତୀୟ ମାଙ୍କଡ ଟିକୁ ମଧ୍ୟ ବୁଝାଇ କୁହେ ଆଉ ଝଗଡ଼ା କର ନାହିଁ । ଏବଂ ତୃତୀୟ ମାଙ୍କଡ଼ ର କଥା କୁ ଏହି ଦୁଇ ମାଙ୍କଡ଼ ମାନି ନିଅନ୍ତି । ଓ ନିଜ ନିଜ ଖାଦ୍ୟ ଖୋଜିବାରେ ଲାଗି ଯାଆନ୍ତି । ଅତରଙ୍ଗୀ କାଣ୍ଡ କରିବାରେ କେବଳ କୁକୁର ବିଲେଇ ସାମିଲ ନଥାନ୍ତି । ଥରେ ମନ ବନେଇ ଦେଲେ ଯେକୌଣସି ପଶୁ କିଛି ବି କରି ପାରନ୍ତି ତେଣିକି ସେ ଗାଈ ବି ହଉ ନା କାହିଁକି ।

୩;- ଏହିଠାରେ ଏକ ଗାଈ ଗୋଟେ ପ୍ଲାଷ୍ଟିକ ଡାଲା କୁ ନିଜ ମୁଣ୍ଡ ଉପରେ ରଖି ସିଂଘ ରେ ବୁଲଉଛି । ଜଣା ନାହିଁ ସେ କିଭଳି ନିଶା କରିଛି କିନ୍ତୁ ଗାଈଟି ଏହାର ପୁରା ମଜା ନେଉଛି । ଦେଖିବାକୁ ଏହା ବହୁତ ମଜାଦାୟକ ଲାଗୁଛି । ଏଠାରେ ଦୁଇଟି କୁକୁର ଗୋଟେ ଝିଟିପିଟି ସାଙ୍ଗରେ ଲାଗିଥାନ୍ତି । କିନ୍ତୁ ଝିଟିପିଟି କୁ ଏହା ପସନ୍ଦ ଆସିଲା ନାହିଁ । ଏବଂ ଏହି ଝଗଡ଼ା ରେ ଝିଟିପିଟି ରାଗିକି ନିଜ ଲାଞ୍ଜ ରେ କୁକୁର କୁ ପିଟି ଦେଉଛି । ଯାହା ଫଳରେ କୁକୁର ଦୌଡ଼ିକି ସେଠାରୁ ପଳାଉଛି ।

୪;- ଯଦି ଆପଣ ରାସ୍ତାରେ ଚାଲିକି ଯାଉଛନ୍ତି ତେବେ ପୁରା ଧ୍ୟାନ ରେ ଯାଆନ୍ତୁ କାରଣ ଏହି ସି-ସି-ଟି-ଭି ଫୁଟେଜ ରେ ଯାହା ହୋଇଛି ତାହା ଯେକୌଣସି ବ୍ୟକ୍ତି ସହିତ ହୋଇପାରେ । ଏହିଠାରେ ଗୋଟେ ବ୍ୟକ୍ତି ବଡ ଟିଭି ଟିକୁ ନେଇ ରାସ୍ତା ରେ ଯାଉଥାଏ । ସେହିଠାରେ ତଳେ ଶୋଇଥିବା କୁକୁର ଟି ସେହି ବ୍ୟକ୍ତିର ନଜର କୁ ଆସି ନଥିଲା । ଠିକ ସେତିକିବେଳେ ସେହି ବ୍ୟକ୍ତି ଜଣଙ୍କ ଟିଭି ସହିତ କୁକୁର ଉପରେ ପଡିଗଲେ । କିନ୍ତୁ ଭଲ ହେଲା କି କୁକୁର ରାଗରେ ଆସିକି ସେହି ବ୍ୟକ୍ତି ଙ୍କୁ କାମୁଡି ନାହିଁ । ନଚେତ ଟିଭି ସହିତ ସେହି ବ୍ୟକ୍ତି ଙ୍କର ବହୁତ କିଛି ହୋଇ ଯାଇଥାନ୍ତା ।

୫;- ସେହିଭଳି ଆଉ ଏକ ମାଙ୍କଡ ଟି ର ସାହାସା ମାନିବାକୁ ପଡିବ । ଗୋଟିଏ ନଦୀରେ କଦଳୀ ପଡିଥିଲା । ମାଙ୍କଡ ଟି ସେହି କଦଳୀ କୁ ଖାଇବା ବୋଲି ବହୁତ ଚେଷ୍ଟା କରୁଥିଲା ମାତ୍ର ହଠାତ ସେଠାରେ ୪ ରୁ ୫ ବାଘ ଆସି ପହଞ୍ଚି ଗଲେ । ଏବଂ ନଦୀରେ ସେମାନଙ୍କୁ ଦେଖି ମାଙ୍କଡଟି ଡରୁଥିଲେ ମଧ୍ୟ ସେ ସାହସ କରି କଦଳୀ କୁ ଆଣିପାରୁନଥିଲା । ମାତ୍ର ବହୁତ ଚେଷ୍ଟା ଏବଂ ଚିନ୍ତା କରିବା ପରେ ସେ କଦଳୀ କୁ ଆଣିବାରେ ସଫଳ ହେଲା । ତେବେ ମାଙ୍କଡଟିର ସାହାସ କୁ ମାନିବାକୁ ହେବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *