Parle G ବିସ୍କୁଟ ପ୍ଯାକେଟ ଉପରେ ଥିବା ଏହି କୁନି ଝିଅଟି କିଏ ? ସେ ଏବେ କେଉଁଠି ଅଛନ୍ତି ଓ କିପରି ଦେଖା ଯାଆନ୍ତି ? ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ପିଲାବେଳେ ସକାଳ ସ୍କୁଲ ଯିବା ସମୟରେ ମା’ ଟିଫିନରେ କିଛି ବିସ୍କୁଟ ଏବଂ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ପ୍ୟାକ୍ କରିଦେଉଥିଲେ । ମନେ ତ ଥିବ । ସେତେ ବେଳେ କେଉଁ ବିସ୍କୁଟ ଅଧିକ ପସନ୍ଦ କହିଲେ ପାଟିରୁ ଆପେ ବାହାରି ପଡୁଥିଲା ପାର୍ଲେ-ଜି । ତେବେ ଏ ପର୍ଯ୍ୟନ୍ତ ପାର୍ଲେ-ଜି ବିସ୍କୁଟର ଚାହିଦା ପୂର୍ବପରି ବଳବତ୍ତର ରହିଛି । ୨୦୧୧ ମସିହାରେ ଏକ ସର୍ଭେ ମୁତାବକ ଦୁନିଆର ସବୁଠାରୁ ଅଧିକ ବିକ୍ରି ହେଉଥିବା ବିସ୍କୁଟ ମଧ୍ୟରେ ପାର୍ଲେ-ଜି ହେଉଛି ସର୍ବାଗ୍ରେ ।


ତେବେ ସେହିପରି ତେବେ ଆପଣ ମାନେ ନିର୍ମା ୱାସିଂ ପାଉଡର ବିଷୟ ରେ ତ ନିଶ୍ଚୟ ଜାଣିଥିବେ। ନବେ ଦଶକ ରେ ଯେତେବେଳେ ଟିଭି ରେ ରାମାୟଣ ଏବଂ ମହାଭାରତ ଧାରାବାହିକ ଦେଉଥିଲା ସେତେବେଳେ ଏକ ଆଡ଼ ମଧ୍ୟ ଦେଉଥିଲା ଯାହାକି ଏହି ନିର୍ମା ୱାସିଂ ପାଉଡର ର ତେବେ ଏହି ଦୁଇ ପ୍ୟାକେଜ ରେ ଥିବା ଏହି ଝିଅ କୁ ଆପଣ ମାନେ ଦେଖିଥିବେ। ତେବେ ଆସନ୍ତୁ ଜାଣିନେବା ଏହି ଦୁଇ ଝିଅ କିଏ ବୋଲି।

ତେବେ ମୁମ୍ବାଇର ବିଲେ ପାର୍ଲେରେ ରହୁଥିବା ଚୌହାନ ପରିବାର ୧୯୨୯ ମସିହାରେ ପାର୍ଲେ ନାମକ ଏକ କମ୍ପାନୀ ପ୍ରସ୍ତୁତ କରିଥିଲେ । ପ୍ରଥମେ ଏହି ବିସ୍କୁଟର କଭରରେ ଥିବା ଛୋଟ ଝିଅଟିକୁ ନେଇ ବିଭିନ୍ନ କଣ୍ଟ୍ରୋଭର୍ସି ଦେଖା ଦେଇଥିଲା । କିନ୍ତୁ ପରମୁହୂର୍ତ୍ତରେ ନୀରୁ ଦେଶପାଣ୍ଡେ ନାମକ ମହିଳାଙ୍କୁ ପାର୍ଲେ ଗାର୍ଲ ନାମରେ ନାମିତ କରାଗଲା ।

ନୀରୁ ଏ ନେଇ ପଚରାଯିବାରୁ ସେ କହିଥିଲେ ଯେ ସେ ଯେତେବେଳେ ସାଢେ ୪ ବର୍ଷର ଥିଲେ ତାଙ୍କ ବାପା ଏହି ଫଟୋ ଉଠାଇଥିଲେ । ସେତେବେଳେ ଯେ କେହିବି ଏହି ଫଟୋକୁ ଦେଖୁଥିଲେ ପ୍ରଶଂସା କରୁଥିଲେ । ଧିରେ ଧିରେ ଫଟୋଟି ଏତେ ପପୁଲାର ହୋଇଗଲା ଯେ ପାର୍ଲେ କମ୍ପାନୀର ଫିଚର ଫଟୋରେ ଫଟୋଟିକୁ ସ୍ଥାନ ଦିଆଯାଇଥିଲା । ବର୍ତ୍ତମାନ ସେହି ଛୋଟ ଝିଅଟି ଏବେ ୬୨ ବର୍ଷୀୟା ଜଣେ ମହିଳା ହୋଇ ଯାଇଛନ୍ତି।

ତେବେ ସେହି ପରି କର୍ସନ ଭାଇ ପଟେଲ ଗୁଜରାଟ ର ବାସିନ୍ଦା। ତେବେ ସେ ପିଲାଟି ଦିନ ରୁ ବ୍ୟବସାୟ କରିବା ପାଇଁ ଚାହୁଁଥିଲେ କିନ୍ତୁ ଘରେ ଅର୍ଥ ର ଅଭାବ ଯୋଗୁଁ ସେ ବ୍ୟବସାୟ କରି ପାରି ନଥିଲେ। ତେବେ ପରେ ତାଙ୍କର ଏକ ସରକାରୀ ଚାକିରୀ ମଧ୍ୟ ହୋଇ ଯାଇଥିଲା ସମସ୍ତେ ଖୁସି ମଧ୍ୟ ଥିଲେ କିନ୍ତୁ ସେ କିଛି ବଡ଼ କରିବାକୁ ଚାହୁଁଥିଲେ।


ତେବେ କର୍ସନ ଭାଇଙ୍କ ଏକ ମାତ୍ର ଝିଅ ଯାହାଙ୍କ ନାମ ନିରୂପମା ଯାହାକୁ ସମସ୍ତେ ନିର୍ମା ଡାକୁଥିଲେ ତେବେ ତାଙ୍କର ଏକ ଦୁର୍ଘଟଣାରେ ସେହି କୁନି ଝିଅ ର ମୃତ୍ୟୁ ମଧ୍ୟ ହୋଇ ଯାଇଥିଲା।ତେବେ ନିଜ ଝିଅ ର ଏହି ମୃତ୍ୟୁ ରେ ସେ ଭାଙ୍ଗି ଯାଇ ନଥିଲେ ଏବଂ ନିଜ ଚାକିରୀ ଛାଡି ସେ ନିଜ ବାରିପଟେ ୱାସିଂ ପାଉଡର ବନେଇବା ଆରମ୍ଭ କରିଦେଲେ ଏବଂ ସାଇକେଲ ରେ ଘର ଘର ବୁଲି ବିକିବା ଆରମ୍ଭ କଲେ।

ତେବେ ଯେଉଁ ସମୟରେ ପାଉଡର ୧୩ ଟଙ୍କା ରେ ବିକ୍ରି ହେଉଥିଲା ସେ ସେତେବେଳେ ୩ ଟଙ୍କା ରେ ବିକ୍ରି କଲେ ଏବଂ ଧୀରେ ଧୀରେ ତାଙ୍କ ବ୍ୟବସାୟ ବୃଦ୍ଧି ହେଲା ଏବଂ ନିଜ ମୃତ ଝିଅ ର ନାମ କୁ ସେ ଏକ ବଡ଼ ବ୍ରାଣ୍ଡ କରିଦେଲେ। ବର୍ତ୍ତମାନ ସେ ଧନୀ ତାଲିକା ରେ ୭୭୫ ସ୍ଥାନରେ ଅଛନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *