ନମସ୍କାର ବନ୍ଧୁଗଣ ତେବେ ବୋର୍ଡ ପରୀକ୍ଷାକୁ ନେଇ ସମସ୍ତଙ୍କ ମନରେ ଏକ ଭୟ ଥାଏ । ଆଉ ଯେତେବେଳେ ପରୀକ୍ଷା ସରିଥାଏ, ଲାଗେ ଯେମିତି ମୁଣ୍ଡରୁ ଗୋଟେ ବୋଝ ଉତୁରିଗଲା । ଆଜି ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ମାଟ୍ରିକ ପରୀକ୍ଷା ସରିବା ପରେ ଛାତ୍ରମାନେ ଡିଜେ ଲଗାଇ ଘୂଆ ଘିଅ ଗୀତରେ ଧୂଳି ଉଡାଇ ନାଚିଛନ୍ତି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ତେବେ ପରୀକ୍ଷା କେନ୍ଦ୍ରରୁ ବାହାରି ଛାତ୍ରମାନେ ମତୁଆଲା ହୋଇ ଡିଜେର ତାଳେତାଳେ ନାଚିଲେ । ସ୍କୁଲ ଗେଟରୁ ବାହାରି ଏହି ଡିଜେ ନାଚର ଶୋଭାଯାତ୍ରା ପୂରା ଗାଁ ବୁଲିଥିଲା । ମାଟ୍ରିକ ପରୀକ୍ଷା ସରିବା ଖୁସିରେ ସ୍କୁଲ ଛାତ୍ରମାନଙ୍କ ଏଭଳି ଉଦଣ୍ଡ ନୃତ୍ୟ ଆଜି ସାଧାରଣରେ ଉଦବେଗର ବିଷୟ ହୋଇଛି । ଏହି ଭିଡ଼ିଓ ହେଉଛି ଗଞ୍ଜାମ ଦିଗପହଣ୍ଡି ବ୍ଲକ ବୋମକାଇ ଗ୍ରାମର । ଗ୍ରାମରେ ଥିବା ଶିବାନନ୍ଦ ହାଇସ୍କୁଲର ଛାତ୍ରମାନେ ଏଠାରେ ପରୀକ୍ଷା ଦେଇ ବାହାରିବା ପରେ ହିଁ ନାଚଗୀତରେ ମତୁଆଲ ହୋଇଥିଲେ ।
ତେବେ ଯାହା କେବେ ଦିଖିବାକୁ ମିଳୁ ନ ଥିଲା ତାହା ଏବେ ଦେଖିବାକୁ ମିଳିଛି । ତେଣେ ଅନେକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ସିଧାସଳଖ ସମୁଦ୍ରରେ ପହଞ୍ଚି ବିପଦ ସଙ୍କୁଳ ସମୁଦ୍ର ସ୍ନାନର ମଜ୍ଜା ମଧ୍ୟ ଉଠାଇଛନ୍ତି । ଆଜି ଏହି ଭିଡ଼ିଓ ଭାଇରାଲ ହେବା ପରେ ଛାତ୍ରମାନଙ୍କ ଶିକ୍ଷା ଗ୍ରହଣ ତରିକା ଓ ତାଙ୍କ ଉଜ୍ୱଳ ଭବିଷ୍ୟ ଉପରେ ଅଲୋଚନା ଆରମ୍ଭ ହୋଇଛି । ସ୍କୁଲରେ ଶିକ୍ଷକମାନେ ତାଙ୍କୁ କିପରି ନୀତି ଶିକ୍ଷା ଦେଉଥିଲେ ତାହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ସୂଚନା ଅନୁଯାୟୀ ଆଜି ବୋମକାଇ ଗ୍ରାମ ଶିବାନନ୍ଦ ହାଇ ସ୍କୁଲ ନିକଟରେ ପୂର୍ବ ପ୍ରସ୍ତୁତି ମୁତାବକ ପରୀକ୍ଷା ସରିବା କ୍ଷଣି ସ୍କୁଲ ନିକଟରେ ଡିଜେ ପହଞ୍ଚି ଯାଇଥିଲା । ବାସ୍ ପରୀକ୍ଷା ହଲରୁ ବାହାରିବା ମାତ୍ରେ ଛାତ୍ରମାନେ ଆରମ୍ଭ କରିଦେଇଥିଲେ ଡ୍ୟାନ୍ସ । ପିଲା ମାନେ ଡ୍ୟାନ୍ସ ଆରମ୍ଭ କରିବା ଦେଖି ଲୋକେ ବି ଆଚମ୍ବିତ ହୋଇଯାଇଥିଲେ । ମୁଖ୍ୟ ରାସ୍ତାରେ ପିଲା ମାନେ ୟୁନିଫର୍ମ ବାହାର କରି ବଲମ ପିତା ଗୀତରେ ଧୂଳିଉଡା ଡ୍ୟାନ୍ସ କରିଥିଲେ ।
ତାମିଲ, ତେଲୁଗୁ ଏବଂ ଓଡ଼ିଆ, ସମ୍ବଲପୁରୀ, ହିନ୍ଦି ପ୍ରଭୃତି ନୂଆ ଓ ପୂରୁଣା ଗୋଟିଏ ପରେ ଗୋଟିଏ ଗୀତି ବାଜିଥିଲା । ଗୀତର ତାଳେତାଳେ ଅନେକ ଛାତ୍ର ନିଜ ସାଟ୍ ଫୋପାଡ଼ି ଏହାରି ଉପରେ ନାଚି ଥିଲେ । ଏହି ସାଟକୁ ମଧ୍ୟ ଆଉ ପରବର୍ତ୍ତି ସମୟରେ ଉଠାଇ ନ ଥିଲେ । ସ୍କୁଲ ପୋଷାକ ଉପରେ ନାଚି ଏହାର ଅପମାନ କରିବାକୁ ମଧ୍ୟ କେହି ପଛଘୁଞ୍ଚା ଦେଇ ନ ଥିଲେ । ତେବେ ଅନେକ ଲୋକ ମୋବାଇଲରେ ଏହାର ଭିଡ଼ିଓ କରିଥିଲେ ।
ଯାହା ତତକ୍ଷଣାତ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଛାତ୍ରମାନଙ୍କ ଏହି ଉଦଣ୍ଡ ନାଚ ଏବେ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛି । ରାସ୍ତାରେ ଯାଉଥିବା ଅନ୍ୟ କିଛି ଛାତ୍ର ବି ଏଥିରେ ସାମିଲ ହୋଇ ନାଚିବାକୁ ଲାଗିଥିବା ଦେଖିବାକୁ ମିଳିଛି । ତେବେ ସ୍କୁଲରେ ଛାତ୍ରଙ୍କ ଉଦଣ୍ଡ ପୁଷ୍ପା ଡ୍ୟାନ୍ସକୁ ନେଇ ନିକଟରେ ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଲାଗିଥିଲା ।
ଏହି ଘଟଣାରେ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ନିଲମ୍ବିତ ମଧ୍ୟ ହୋଇଥିଲେ । ହେଲେ ଏହାର କିଛିଦିନ ନ ଯାଉଣୁ ମାଟ୍ରିକ ପରୀକ୍ଷା ସରିବା ଖୁସିରେ ଛାତ୍ରଙ୍କ ଉଦଣ୍ଡ ନୃତ୍ୟ ପୁଣି ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।