ପରୀକ୍ଷା ସେଣ୍ଟରରେ ଫିଜିକ୍ସ ପରୀକ୍ଷା ଦେଉଥିଲେ ଛାତ୍ର, ହେଲେ ପରୀକ୍ଷାରେ କପି କରୁଥିବା ବେଳେ ଧରିଦେଲେ ସାର୍…

ପରୀକ୍ଷା ସେଣ୍ଟରରେ ଧରିଦେଲେ କପି ! ଏମିତି କରିଦେଲେ ଛାତ୍ର ! ସୂଚନା ଅନୁସାରେ ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଚାଲୁଥିଲା । ବିଷୟ ଥିଲା ଫିଜିକ୍ସ । ଛାତ୍ର ଜଣଙ୍କ ଫିଜିକ୍ସ ପରୀକ୍ଷା ଦେଉଥିବା ବେଳେ କପି ଧରିଦେଲେ ସାର । ତାପରେ ଛାତ୍ର ଜଣଙ୍କ ଲଜ୍ଜା ସହି ନପାରି ଏପରି କିଛି ପଦକ୍ଷେପ ନେଇଗଲେ । ହଁ ଆଜ୍ଞା ଛାତ୍ର ଜଣଙ୍କ ବହୁତ ଭଲ ପାଠ ପଢିବା ସହ ସାଙ୍ଗସାଥିଙ୍କ ସହ ମଧ୍ୟ ଖୁବ ଭଲ ସମ୍ପର୍କ ଥିଲା । ସାହିତ୍ୟ, ଇଂରାଜୀ ଓ ତାପରେ ଫିଜିକ୍ସ ପରୀକ୍ଷା ଛାତ୍ର ଜଣଙ୍କ ଦେଉଥିଲେ ।

ତାପରେ ପରୀକ୍ଷା ଦେଉ ଦେଇ ସାର ଛାତ୍ରଙ୍କ ଠାରୁ କପି ଧରି ନେଇଥିଲେ । ଯେହେତୁ ସେ ଜଣେ ମେଧାବୀ ଛାତ୍ର ଥିଲେ ତେଣୁ ଏମପି ହୋଇଯିବା କାରଣରୁ ସେ ଏଭଳି ଲଜ୍ଜାକୁ ସହି ପାରିଲେ ନାହିଁ । ତାପରେ ପରୀକ୍ଷା ଦେଇକି ଆସି ଛାତ୍ର ଜଣଙ୍କ ଜୀବନ ହାରିଦେଲେ । ମୃ-ତ ଛାତ୍ର ଜଣଙ୍କ ହେଉଛନ୍ତି ଯୁକ୍ତ 2 ଦିତୀୟ ବର୍ଷର ବିଜ୍ଞାନ ବିଭାଗର ଛାତ୍ର ଦେବାଶିଷ । ତେବେ ଏଭଳି ଖବର ଶୁଣି ସମସ୍ତେ ମର୍ମାହତ ହୋଇ ପଡିଛନ୍ତି ।

ଯେତେବେଳେ ଛାତ୍ର ଜଣଙ୍କ ପରୀକ୍ଷା ଦେଇକି ଘରକୁ ଆସିଥିଲେ । ସେତେବେଳେ ଘର ଲୋକ ଯେତେବେଳେ ପଚାରିଥିଲେ ପରୀକ୍ଷା ପୁଅ କେମିତି ହୋଇଛି ? ସେତେବେଳେ ପିଲାଟି ନିଜ ଦୁଃଖକୁ ଛାତିରେ ଚାପି ରଖି ଘର ଲୋକଙ୍କୁ ପରୀକ୍ଷା ଭଲ ହୋଇଛି ବୋଲି କହିଥିଲେ । ତାପରେ ଘର ଖାଇ ପିଇ ସନ୍ଧ୍ୟାରେ ଯେତେବେଳେ ରୁମ୍ କୁ ରେସ୍ଟ ନେବାକୁ ଯାଇଥିଲେ ।

ତାପରେ ବହୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଛାତ୍ର ଜଣଙ୍କ ରୁମ୍ ର କବାଟ ଖୋଲି ନଥିବାରୁ ଘର ଲୋକ ସନ୍ଦେହ କରିଥିଲେ । ତାପରେ ରୁମ୍ ଖୋଲି ଦେଖିବା ବେଳକୁ ଛାତ୍ର ଜଣଙ୍କ ଏପରି କିଛି ଚରମ ନିଷ୍ପତ୍ତି ନେଇଯାଇ ଆତ୍ମହ-ତ୍ୟା କରିଦେଇଥିଲେ । ଆଉ କିଛି ପରୀକ୍ଷା ଦେବା ପୂର୍ବରୁ ଛାତ୍ର ଜଣଙ୍କ ନିଜର ଆତ୍ମହ-ତ୍ୟା କରିଦେବ ଭଳି ଜୀବନର ଏତେ ବଡ ଚରମ ନିଷ୍ପତ୍ତି ନେଇଯାଇଥିଲେ । ଯାହାପରେ ଏହି ଖବର ଶୁଣି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଯାଇଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *