ନମସ୍କାର ବନ୍ଧୁଗଣ ତେବେ ଆମ ବଲିଉଡ କୁ ମାୟା ନଗରୀ ବୋଲି ମଧ୍ୟ କୁହାଯାଏ । ଏଠାରେ କେତେବେଳେ କଣ ହୋଇଯାଏ ତାହା କେହି ଜାଣି ପାରନ୍ତି ନାହିଁ । ତେବେ ଏଠାରେ ପ୍ରେମ ବିଚ୍ଛେଦ ବହୁତ ସାଧାରଣ କଥା ମଧ୍ୟ । ଏହି ବଲିଉଡ ଜଗତରେ ଅନେକ ସୁନ୍ଦରୀ ସୁନ୍ଦରୀ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ସେମାନଙ୍କ ଭିତରେ କିଛି ନା କିଛି କାରଣ କୁ ନେଇ କ୍ୟାଟ ଫାଇଟ ବା ଶୀତଳ ଯୁଦ୍ଧ ଲାଗି ରହିଥାଏ ।
କେତେବେଳେ କୌଣସି ଫିଲ୍ମ ପାଇଁ ତ କେତେବେଳେ କୌଣସି ଭୂମିକା ପାଇଁ । ତେବେ ଆଜି ଆମେ ସେହିଭଳି କିଛି କଳାକାର ମାନଙ୍କ ବିଷୟରେ କହିବୁ ଯିଏ ପରସ୍ପର ର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିନେବା ସେହି ମାନଙ୍କ ବିଷୟରେ ।
୧- ପ୍ରଥମରେ ହେଉଛନ୍ତି ସଲମାନ ଖାନ ଏବଂ ଅରିଜିତ ସିଂହ । ତେବେ ସଲମାନ ଖାନ ଫିଲ୍ମ ‘ସୁଲତାନ’ରୁ ଗାୟକ ଅରିଜିତ ସିଂଙ୍କୁ ବରଖାସ୍ତ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଅରିଜିତ ଏକ ଗୀତ ମଧ୍ୟ ରେକର୍ଡ଼ କରିଥିଲେ, କିନ୍ତୁ ପରେ ସେହି ଗୀତକୁ ରାହତ ଫତେହ ଅଲି ଖାନ ଗାଇଥିଲେ । ଏହାର କାରଣ ବାଖ୍ୟା କରି ଅରିଜିତ କହିଛନ୍ତି ଯେ ସଲମାନ ଖାନ ଏକ ପୁରସ୍କାର କାର୍ଯ୍ୟରେ ତାଙ୍କୁ ପରିହାସ କରିଥିଲେ, ଏହାର ଉତ୍ତରରେ ସେ ମଧ୍ୟ କିଛି କହିଥିଲେ, କିନ୍ତୁ ସେ ଏହି କଥାକୁ ପସନ୍ଦ କରନ୍ତି ନାହିଁ, ଯାହା ପରେ ସଲମାନ ତାଙ୍କ ଉପରେ ରାଗିଛନ୍ତି ।
୨- ଦ୍ଵିତୀୟ ରେ ହେଉଛନ୍ତି ସଲମାନ ଖାନ ଓ ବିବେକ ଓବରଏ । ତେବେ ପ୍ରତିଭାବାନ ଅଭିନେତା ବିବେକ ଓବରଏ ଓ ସଲମାନ ଖାନଙ୍କ ମଧ୍ୟରେ ବିବାଦ କିଏ ଜାଣେ ନାହିଁ । ଉଭୟଙ୍କ ମଧ୍ୟରେ ଏବେ ବି ଶୀତଳ ଯୁଦ୍ଧ ଚାଲିଛି । ସଲମାନ ଖାନଙ୍କଠାରୁ ଅଲଗା ହେବା ପରେ ଐଶ୍ୱର୍ଯ୍ୟା ରାୟଙ୍କ ନାମ ବିବେକ ସହିତ ଜଡିତ ଥିଲା ।
୨୦୦୩ ମସିହାରେ ବିବେକ ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଯେଉଁଥିରେ ସେ ସଲମାନଙ୍କୁ ଅଭିଯୋଗ କରିଥିଲେ ଓ କହିଥିଲେ ଯେ ସେ ମୋତେ ମାରିଦେବାକୁ ଧମକ ଦେଇଛନ୍ତି ଓ କେବଳ ଏତିକି ନୁହେଁ ସେ ୪୧ ଥର ମଧ୍ୟ ଡାକିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ବିବେକ ଉପରେ ଭାରୀ ଥିଲା, ଅନେକ ବଡ ଚଳଚ୍ଚିତ୍ର ତାଙ୍କ ହାତରୁ ବାହାରିଲା । ଯଦିଓ ଅନେକ ଥର ବିବେକ ମଧ୍ୟ ସଲମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଥିବାର ଦେଖାଯାଇଥିଲା, କିନ୍ତୁ ସଲମାନ ତାଙ୍କୁ ଏପର୍ଯ୍ୟନ୍ତ କ୍ଷମା କରି ନାହିଁ ।
୩- ତୃତୀୟ ରେ ହେଉଛନ୍ତି ସଲମାନ ଖାନ ଏଵଂ ଐଶ୍ୱର୍ଯ୍ୟ ରୟ । ତେବେ ଏକ ସମୟ ଥିଲା ଯେତେବେଳେ ଐଶ୍ୱର୍ୟା ଏବଂ ସଲମାନ ଖାନ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ କିନ୍ତୁ ସଲମାନ ଖାନ ଅଧିକ କ୍ରୋଧି ସ୍ୱଭାବର ବ୍ୟକ୍ତି ଥିଲେ ଏବଂ ଦିନେ ସେ ଐଶ୍ୱର୍ୟା ରାୟଙ୍କୁ ଚାପୁଡ଼ା ମାରି ଦେଇଥିଲେ । ଯାହା ପରଠାରୁ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଯାଇଥିଲା । ତେବେ ପରସ୍ପର ର ମୁହଁ ମଧ୍ୟ ଦେଖିବାକୁ ପସନ୍ଦ କରନ୍ତି ନାହିଁ ।
୪- ଚତୁର୍ଥ ରେ ହେଉଛନ୍ତି ଜନ ଆବ୍ରାହମ ଓ ବିପାଶା ବସୁ । ତେବେ ଜନ ଓ ବିପାଶାଙ୍କ ଯୋଡି ବଲୀଉଡ ରେ ବହୁତ ଖ୍ୟାତିଲାଭ କରିଥିଲା । ଏହି ଦୁଇଜଣଙ୍କର ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଅଫେୟାର ଚାଲିଥିଲା । ଏମାନେ ବହୁତ ଦିନ ପର୍ଯ୍ୟନ୍ତ ଲିଭ ଇନ ରେ ବି ରହିଥିଲେ । କିନ୍ତୁ ଏହା ପରେ ସେମାନଙ୍କ ଭିତରେ ଦୁରତା ବଢିବାକୁ ଲାଗିଥିଲା ଏବଂ ସେମାନଙ୍କର ବିଚ୍ଛେଦ ହେଇଗଲା । ଜନ ପ୍ରିୟା ରୁଞ୍ଚାଳ ସାଥିରେ ବିବାହ କଲେ ଏବଂ ବିପାଶା କରନ ସିଂହ ଗ୍ରୋବରଙ୍କ ସାଥିରେ ବିବାହ କରିନେଲେ । ବର୍ତ୍ତମାନ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରୁ ନାହାନ୍ତି ।
୫- ପଞ୍ଚମ ରେ ହେଉଛନ୍ତି କରିନା କପୂର ଏବଂ ବବି ଦେଓଲ । ତେବେ କରିନା ଓ ବବି ଦୁହେଁ ପରସ୍ପର ର ବହୁତ ଭଲ ସାଙ୍ଗ ଥିଲେ କିନ୍ତୁ ଯେତେବେଳେ ଜବ ଉଇ ମିଟ ରେ କରିନା ବବି ଙ୍କ ବଦଳରେ ସାହିଦ ଙ୍କୁ ନେବା ପାଇଁ କହିଥିଲେ ସେବେଠାରୁ ଦୁହିଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଯାଇଛି ।
ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ