ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦେଶରେ ବ୍ୟାପିଥିବା କୋରନା ମହାମାରୀ ର ପରିସ୍ଥିତି ଯୋଗୁଁ ସମସ୍ତ କଳାକାର ଘରେ ରହୁଛନ୍ତି ଏବଂ ସୋସିଆଲ ମିଡିଆ ରେ ଏହି କଳାକାର ମାନଙ୍କ ମଜାଦାର କାହାଣୀ ଶୁଣିବାକୁ ବା ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବରୁ ଅଭିନେତା ଅଭିଷେକ ବଚ୍ଚନ ଙ୍କ ସହ ଜଡ଼ିତ ଏକ ମଜାଦାର କାହାଣୀ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନା କୁ ଆସିଛି ।
ଏହି କାହାଣୀ ଅମିତାବ ବଚ୍ଚନ ଙ୍କ ଫିଲ୍ମ ‘ମହାନ’ ର ସୁଟିଂ ଏବଂ ଅଭିନେତ୍ରୀ ଜିନତ ଅମନ ଙ୍କ ସହିତ ଜଡ଼ିତ ଅଟେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଅଭିନେତା ଅଭିଷେକ ବଚ୍ଚନ ଙ୍କ ଆଫେୟାର ବଲିଉଡ ଇଣ୍ଡଷ୍ଟ୍ରୀ ର ଅନେକ ଅଭିନେତ୍ରୀ ଙ୍କ ସହିତ ହୋଇଛି । କିନ୍ତୁ ତାଙ୍କର ପ୍ରଥମ ପ୍ରେମ ହେଉଛନ୍ତି ପିତା ଅମିତାବ ଙ୍କ ହିରୋଇନ ଜିନତ ଅମନ ।
ଏହି କାହାଣୀ ସେତେବେଳ ସମୟ ର ଯେତେବେଳେ ଅଭିଷେକ ମାତ୍ର ୭ବର୍ଷ ବୟସ ର ଥିଲେ । ଅମିତାବ ୧୯୮୩ ରେ ନିଜ ଫିଲ୍ମ ‘ମହାନ’ ର ସୁଟିଂ ରେ ବ୍ୟସ୍ତତା ରେ ଥିଲେ । ଏହି ଫିଲ୍ମ ରେ ତାଙ୍କର ହିରୋଇନ ଥିଲେ ଜିନତ ଅମନ । ଫିଲ୍ମ ର ସୁଟିଂ ପାଖାପାଖି ସରି ଆସିଥିଲା । କେବଳ ଶେଷ ସେଡ୍ୟୁଲ ବାକି ଥିଲା । ଅନ୍ତିମ ସିନ୍ ର ସୁଟିଂ ନେପାଳ ର କାଠମାଣ୍ଡୁ ରେ ଚାଲିଥିଲା ।
ସ୍କୁଲ ଛୁଟି ରେ ଅଭିଷେକ ନିଜ ପିତା ଙ୍କ ସହିତ ସୁଟିଂ ରେ ବୁଲିବାକୁ ଯାଇଥିଲେ । ସେଠାରେ ଜିନତ ଅମନ ଙ୍କ ସହିତ ତାଙ୍କ ବନ୍ଧୁତା ସ୍ଥାପନ ହୋଇଥିଲା । ଉଭୟ ଙ୍କ ବନ୍ଧୁତା ଏତେ ଗଭୀର ହୋଇଥିଲା ଯେ, ଅଭିଷେକ ପୁରା ଦିନ ଜିନତ ଙ୍କ ସହିତ ରହୁଥିଲେ ଏବଂ ତାଙ୍କ ସହିତ ଖେଳୁଥିଲେ । ଦିନେ ଫିଲ୍ମ ର ଗୀତ ‘ପ୍ୟାର ମେ ଦିଲ ପେ ମାର୍ ଡେ ଗୋଲି’ ର ସୁଟିଂ ରେ ଜିନତ ହଳଦିଆ ରଙ୍ଗର ଡ୍ରେସ ପିନ୍ଧିଥିଲେ ।
ଏହି ସିନ୍ କୁ ଦେଖି ଅଭିଷେକ ଙ୍କୁ ବହୁତ ମଜା ଆସୁଥିଲା । ସେହି ଗୀତ ରେ ଏଭଳି ଏକ ସିନ୍ ମଧ୍ୟ ଥିଲା ଯେଉଁଥିରେ ଅମିତାବ ଜିନତ ଙ୍କୁ ନକଲି ଗୁଳି ମାରୁଥିଲେ ଏବଂ ଜିନତ ମରିବାର ଅଭିନୟ କରୁଥିଲେ । ଏହାକୁ ଦେଖି ଅଭିଷେକ ବହୁତ ଚିନ୍ତିତ ହୋଇଗଲେ । ସେହି ଦିନ ର ସୁଟିଂ ର ପ୍ୟାକ୍ଅପ ପରେ ଜିନତ ଯେତେବେଳେ ହୋଟେଲ ରେ ନିଜ ରୁମ୍ କୁ ଶୋଇବାକୁ ଯାଉଥିଲେ ସେତେବେଳେ ଅଭିଷେକ ମଧ୍ୟ ତାଙ୍କ ସହିତ ଶୋଇବାକୁ ଜିଦ୍ଧ କରିଥିଲେ । ବହୁତ କଷ୍ଟ ରେ ତାଙ୍କୁ ଜିନତ ବୁଝାଇ ମନା କରିଥିଲେ ।
ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୭ ବର୍ଷ ବୟସ ରେ ଅଭିଷେକ ବିବାହ କରିବାକୁ ଚାହୁଁଥିଲେ ଏବଂ ତାଙ୍କର ପସନ୍ଦ ଥିଲେ ୨୮ ବର୍ଷୀୟ ଅଭିନେତ୍ରୀ ଜିନତ ଅମନ । ଅଭିଷେକ ବଚ୍ଚନ ବର୍ତ୍ତମାନ ମଧ୍ୟ କୁହନ୍ତି ଯେ, ତାଙ୍କର ପ୍ରଥମ ପ୍ରେମ ହେଉଛନ୍ତି ଜିନତ ଅମନ । କାଠମାଣ୍ଡୁ ରୁ ଆସିବା ପରେ ମଧ୍ୟ ଅଭିଷେକ ଙ୍କ ମୁଣ୍ଡ ରୁ ଜିନତ ଅମନ ଙ୍କ ନିଶା ଉତୁରି ନଥିଲା । ଏହି ସମ୍ବନ୍ଧରେ ବିଗ୍ ବି ମଧ୍ୟ ଅଜଣା ନଥିଲା ।