ମାତ୍ର 5 ଟଙ୍କାର ଏହି ଜିନିଷ ବାଳକୁ ମୂଳରୁ କରିବ ମଝବୁତ ଓ ଲମ୍ବା, ଆପଣ ବି ଦେଖି ହେବେ ଆଶ୍ଚର୍ଯ୍ୟ ! (Hair Care Tips)

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ କେସ ଜନିତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାଧାରଣତଃ ଏହି କେଶ ଜନିତ ସମସ୍ୟା ଯୁବ ଅବସ୍ଥାରୁ ଦେଖା ଦେଇଥାଏ । ଏହି ସବୁ ସମସ୍ୟା ହେବାର ଅନେକ କାରଣ ମଧ୍ୟ ରହିଛି । ବର୍ତ୍ତମାନର ସମୟରେ ଯଦି କାହାର କେସ ଜନିତ ସମସ୍ୟା ଦେଖା ଦେଉଛି ତା ହେଲେ ସେମାନେ ମାର୍କେଟରୁ ମିଳୁ ଥିବା ଅନେକ ହେୟାର ଅଏଲ ଓ ହେୟାର ସାମ୍ପୁର ବ୍ୟବହାର କରୁଛନ୍ତି ହେଲେ ବନ୍ଧୁଗଣ ଏହି ସବୁ ଜିନିଷରେ କେମିକାଲ ମିଶି ଥାଏ ଯାହା ଆପଣଙ୍କ କେଶକୁ ଅଧିକ ପ୍ରଭାବିତ କରି ଥାଏ ।

ଯଦି ଆପଣଙ୍କ କେଶ ଝଡୁଛି ବା କେଶ ଜନିତ ଅନ୍ୟାନ୍ୟ ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରିଲେ ମାତ୍ର ୨ ସପ୍ତାହ ମଧ୍ୟରେ ଆପଣଙ୍କ କେଶ ଘନ, ଲମ୍ବା ଓ କଳା ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନେ ଏହାକୁ ନିଜ ଘର ମଧ୍ୟରେ ଅତି ସହଜରେ କରିପାରିବେ । ଆପଣ ମାନେ ମାତ୍ର ୫ ଟଙ୍କା ଖର୍ଚ୍ଚ କରି ଏହି ଉପଚାର ଅତି ସହଜରେ କରିପାରିବେ । ଏହି ଉପଚାର ପାଇଁ ଆପଣ ମାନଙ୍କୁ ତିନୋଟି ସାମଗ୍ରୀର ଆବଶ୍ୟକତା ପଡିବ । ପ୍ରଥମ ସାମଗ୍ରୀ ହେଉଛି ପାନ ପତର ଆପଣ ମାନଙ୍କୁ ପାଞ୍ଚ ଟଙ୍କାର ପାନ ପତର ଯେକୌଣସି ସ୍ଥାନରୁ ମିଳିଯିବ ।

ଆଜିଆର ଉପଚାର ପାଇଁ ଆପଣ ମାନଙ୍କୁ ମାତ୍ର ଗୋଟିଏ ପାନ ପତରର ଆବଶ୍ୟକତା ପଡିବ । ପାନ ପତର ଆମ କେଶକୁ ଘନ, କଳା ଓ ମଝବୁତ ବନେଇବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ପ୍ରଥମେ ଆପଣ ଗୋଟିଏ ପାନ ପତର ନିଅନ୍ତୁ ଓ ତାକୁ ଭଲ ଭାବରେ ଧୋଇ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏହା ପରେ ଆମକୁ ଦ୍ଵିତୀୟ ସାମଗ୍ରୀ ଦରକାର ରସୁଣ ଝଡୁ ଥିବା କେଶକୁ ବନ୍ଦ କରିବା ପାଇଁ ରସୁଣ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ଏହା ସହିତ ଆମକୁ ତୃତୀୟ ସାମଗ୍ରୀ ଦରକାର ମେଥି ଦାନା ମେଥି ଦାନା ଆମ କେଶକୁ ମଝବୁତ କରିବା ସହ ଲମ୍ବା ମଧ୍ୟ କରାଇ ଥାଏ । ପ୍ରଥମେ ଆପଣ ଏକ କଡେଇ ଗ୍ୟାସରେ ବଶାନ୍ତୁ ଓ ସେଥିରେ ୧୦୦ ରୁ ୧୫୦ ଗ୍ରାମ ନଡିଆ ତେଲ ଢାଳନ୍ତୁ । ଏହା ପରେ ଆପଣ ସେଥିରେ ଦୁଇ ରୁ ଅଢେଇ ଚାମଚ ମେଥି ଦାନା ପକାନ୍ତୁ ଏହା ସହିତ ଆପଣ ସେଥିରେ ରସୁଣ ଓ ପାନ ପତର ମଧ୍ୟ ପକାଇ ଦିଅନ୍ତୁ ।

ଆପଣ ମାନେ ଏହାକୁ ସେତିକି ସମୟ ପର୍ଯ୍ୟନ୍ତ ଗରମ ଯେତେବେଳେ ସମସ୍ତ ସାମଗ୍ରୀର ରଙ୍ଗ ବଦଳି ନଯିବ । ଏହା ପରେ ଆପଣ ଏହି ତେଲକୁ ଛାଣି ଦିଅନ୍ତୁ ଓ ଥଣ୍ଡା କରିଦିଅନ୍ତୁ । ଆପଣ ମାନେ ଏହାକାଉ କାଚ ବୋତଲରେ ରଖିପାରିବେ । ଆପଣ ମାନେ ନିଜ କେଶ ଅନୁସାରେ ତେଲ ଲଗାନ୍ତୁ ଓ ଭଲ ଭାବରେ ମସାଜ କରନ୍ତୁ । ଏକ ଘଣ୍ଟା ପରେ ନିଜ କେଶକୁ ଧୋଇ ଦିଅନ୍ତୁ । ସପ୍ତାହକୁ ଦୁଇ ଥର ଏହି ତେଲ ନିଶ୍ଚୟ ଲଗାନ୍ତୁ ଓ ଫରକ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *