କି ଅପୂର୍ବ ମିଳନ ! ନିଖୋଜର 5 ବର୍ଷ ପରେ କୁକୁର ମାଲିକ ଦେଖାଦେଖି, ଭିଡିଓ ଦେଖିଲେ ଆପଣ ବି ହେଇଯିବେ ଭାବୁକ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୁକୁର ହୋଇଥିଲା ନିଖୋଜ । ଦୀର୍ଘ ପାଞ୍ଚ ବର୍ଷ ପରେ ମିଳିଲା ପତ୍ତା । ଫେରି ଆସିଲା ମାଲିକ ପାଖକୁ । ଆଉ ସେହି ଦିନ ର ପ୍ରଥମ ସାକ୍ଷାତ ଥିଲା କିଛି ଏଭଳି । ଭଲ କରି ଦେଖିବା ପରେ ଆପଣ ଭଲ ଭାବରେ ବୁଝି ପାରିବେ ଏହି ସଂପର୍କ କୁ । ନିରୀହ ପଶୁ ବି ମଣିଷ କୁ ଏମିତି ଭଲ ପାଇ ପାରେ । ଗୁଡ଼ ନିଉଜ ମୁମେଣ୍ଟ ର ଟ୍ୱିଟର ପେଜ ରେ ଏହି ଭିଡିଓ ଟି ସେୟାର ହୋଇଛି । ଉକ୍ତ ଭିଡିଓ ରେ ଏହି କୁକୁର ମାଳିକାଣି ପ୍ରତି ଥିବା ଭାବ ପ୍ରବଣତା କୁ ଦେଖିଲେ ଆପଣ ମାନଙ୍କ ଆଖି ବି ଛଳଛଲ ହୋଇଯିବ ।

ମହିଳା ଜଣକ ଦୀର୍ଘ ପାଞ୍ଚ ବର୍ଷ ପରେ ନିଜର ପୋଷା କୁକୁର କୁ ଦେଖିବା ପରେ ଖୁସି ରେ ଆତ୍ମହରା ହୋଇ ଯାଇଛନ୍ତି । ଆଉ କୁକୁର ମଧ୍ୟ ମହିଳା ଙ୍କ ଭଲ ପାଇବା କୁ ବୁଝି ଯାଇଛି । ସୋସିଆଲ ମିଡିଆ ରେ ଏହି ଭିଡିଓ ଟି ଆଜି ସୁଦ୍ଧା ଦଶ ଲକ୍ଷ ଭିଉ ହୋଇ ସାରିଲାଣି । କୁହାଯାଉଛି ଏହି କୁକୁର ଟି କୁ ପାଞ୍ଚ ବର୍ଷ ତଳେ କେହି ଜଣେ ଚୋରି କରି ନେଇ ଯାଇଥିଲେ ।

ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ପୁଣିଥରେ ନିଜ କୁକୁର କୁ ଫେରି ପାଇଥିଲେ । ପଶୁ ମାନଙ୍କ ମଧ୍ୟରେ କୁକୁର ହେଉଛି ବେଶୀ ବିଶ୍ୱସ୍ତ । ସେଥିପାଇଁ ଅଧିକାଂଶ ଲୋକ କୁକୁର ପାଳିବାକୁ ପସନ୍ଦ କରିଥାନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣ ମାନେ ଦେଖି ପାରୁଥିବେ ଯେ, କିପରି ଭାବରେ ମହିଳା ଜଣକ ଭାବ ବିହ୍ୱଳ ହୋଇ ନିଜ କୁକୁର କୁ ଗେଲ୍ହା କରୁଛନ୍ତି । ଦୀର୍ଘ ପାଞ୍ଚ ବର୍ଷ ପରେ ନିଜ କୁକୁର କୁ ଦେଖି ସେ ଖୁସି ରେ ଭାବୁକ ହୋଇଯାଇଛନ୍ତି ।

ଏହି ଭିଡିଓ ମାଧ୍ୟମରେ ତାଙ୍କ ର ଖୁସି ସ୍ପଷ୍ଟ ରୂପରେ ନଜର ଆସୁଛି । ଏଭଳି ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସୋସିଆଲ ମିଡିଆ ରେ ଏହି ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଏବଂ ଏହି ଭିଡିଓ ଦେଖି ଦର୍ଶକ ମାନେ ମଧ୍ୟ ଭାବୁକ ହୋଇପଡୁଛନ୍ତି ।

ତେବେ ଆପଣ ମାନେ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏହି ଭିଡିଓ କୁ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଭିଡିଓ ଟି ଆପଣଙ୍କୁ କିପରି ଲାଗିଲା ଏବଂ ଏହି ସମ୍ବନ୍ଧରେ ଆପଣ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *