ଏହି 5 ଟି କାରଣରୁ ମଣିଷ ତାର ସମ୍ମାନ ହରାଇଥାଏ ! (Dr APJ Abdul Kalam Motivational Tips)

ଏ ଦୁନିଆରେ ପ୍ରତ୍ୟକ ମଣିଷ ଚାହିଁ ଥାନ୍ତି ତାଙ୍କୁ ସମସ୍ତେ ସମ୍ମାନ କରନ୍ତୁ । ଅନେକ ଥର ସମ୍ପର୍କ ଧୀରେ ଧୀରେ ଫିକା ହେଇଯାଏ ଅଜାଣତରେ ମଣିଷର ସମ୍ମାନ ଦେବା ଆଉ ନେବା ଧୀରେ ଧୀରେ କମିଯାଏ । ଆପଣ କାହା ସହ ପ୍ରଥମେ ମିଶିଲେ ବହୁତ ସମ୍ମାନ ମିଳେ ବହୁତ ଆଦାର ମିଳେ କିନ୍ତୁ କିଛି ଦିନ ପରେ ସେ ସମ୍ମାନ ଧୀରେ ଧୀରେ କମିଯାଏ । ସେତେବେଳେ ମଣିଷକୁ ବହୁତ କଷ୍ଟ ହୁଏ । ବନ୍ଧୁଗଣ ପାଞ୍ଚଟି କାରଣ ପାଇଁ ସମ୍ମାନ କମି ଥାଏ ।

୧. ପ୍ରଥମ କାରଣଟି ହେଉଛି ଆମେ ନିଜ ଆଡୁ ସମ୍ମାନ କମେଇ ଥାଉ । ସମ୍ମାନ ହେଉଛି ପ୍ରତିବିମ୍ବ ଅର୍ଥାତ ଆମେ ଯଦି କାହାକୁ ଠିକ ସମ୍ମାନ ଦେବୁ ତା ହେଲେ ଆମକୁ ଠିକ ସମ୍ମାନ ମିଳିବ । ବନ୍ଧୁଗଣ ଯଦି ଆପଣ ସମ୍ମାନ ପାଇବାକୁ ଚାହୁଁ ଛନ୍ତି ତା ହେଲେ ନିଜେ ଆଗେ ଅନ୍ୟକୁ ସମ୍ମାନ ଦିଅନ୍ତୁ ଦେଖିବେ ଆପଣ ସମ୍ମାନ ପାଇବେ ।

୨. ଦ୍ଵିତୀୟ କାରଣଟି ହେଉଛି ଆମେ ଆମ ସୀମା ଭୁଲିଯାଉ । ଯେତେ ମଝବୁତ ସମ୍ପର୍କ ହେଉ ନା କାହିଁକି କେବେବି ଆପଣ ନିଜର ଲିମିଟ କ୍ରସ କରନ୍ତୁ ନାହିଁ । ସବୁବେଳେ ଗୋଟେ ଲକ୍ଷ୍ମଣ ରେଖା ଆଙ୍କି ରଖନ୍ତୁ । ବନ୍ଧୁଗଣ ସମ୍ପର୍କର ଲକ୍ଷ୍ମଣ ରେଖାକୁ କେବେବି ହେଲେ କ୍ରସ କରନ୍ତୁ ନାହିଁ । ଯଦି ଆପଣ କ୍ରସ କରିବେ ତା ହେଲେ ସାମ୍ନା ବାଲାକୁ କଷ୍ଟ ହେବ ଓ ତା ମନରେ ଥିବା ସମ୍ମାନ ଧୀରେ ଧୀରେ କମିଯିବ ।

୩. ବନ୍ଧୁଗଣ ଅନେକ ଲୋକ ଆପଣଙ୍କ ଆଗରେ ଗୋଟେ ଚେହେରା ଦେଖାଇ ଥାନ୍ତି ଓ ଅନ୍ୟ ଲୋକଙ୍କ ଆଗରେ ଗୋଟେ ଚେହେରା ଦେଖାଇ ଥାନ୍ତି । ଏହି ଲୋକ ମାନଙ୍କୁ ଛଦ୍ମ ଭେସି କୁହାଯାଏ । ଯେଉଁଠି ଫାଇଦା ଥାଏ ଏମାନେ ସେଇଠି ସମ୍ମାନ ଦିଅନ୍ତି ଆଉ ଯେଉଁଠି ଫାଇଦା ନଥାଏ ଏମାନେ ସମ୍ମାନ ଦେଇ ନଥାନ୍ତି । ବନ୍ଧୁଗଣ ଏଭଳି ଲୋକଙ୍କୁ କେହି ବି ଭଲ ପାଇ ନଥାନ୍ତି ଆଉ ସମ୍ମାନ ଦେବା ତ ଦୂରର କଥା । ତେଣୁ ଆପଣ ମାନେ ବି ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତି ।

୪. ବନ୍ଧୁଗଣ ସବୁବେଳେ ମିଛ କୁହନ୍ତି, ପର ଚର୍ଚ୍ଚା କରନ୍ତି ଓ ପରନିନ୍ଦା କରନ୍ତି ସେମାନଙ୍କୁ କେବେବି ସମ୍ମାନ ମିଳି ନଥାଏ । ପର ଆଲୋଚନା କରିବା ବେଳେ ଲୋକ ମାନଙ୍କୁ ମଜା ଲାଗେ ହେଲେ ଅନ୍ୟ ଲୋକ ମାନେ ଭାବନ୍ତି ଏ ଯଦି ଆମ ଆଗରେ ଅନ୍ୟ ଲୋକର ଚର୍ଚ୍ଚା କରୁଛି ତା ହେଲେ ଆମ ପଛରେ ଆମର ଚର୍ଚ୍ଚା କରୁଥିବ । ବନ୍ଧୁଗଣ ସେଥିପାଇଁ ଏଭଳି ଲୋକଙ୍କୁ ସମ୍ମାନ ମିଳି ନଥାଏ ।

୫. ଯେଉଁ ଲୋକ ଅନ୍ୟ ମାନଙ୍କୁ ଭଲ କଥା କହି ନିଜେ ସବୁ ଭୁଲ କାମ କରେ ତାକୁ କେବେବି ସମ୍ମାନ ମିଳେ ନାହିଁ । ଜଣେ ବ୍ୟକ୍ତି ଘରେ ସବୁବେଳେ ଝଗଡା କରୁଛନ୍ତି ହେଲେ ପିଲାଙ୍କୁ କହୁଛନ୍ତି ବାହାରେ ଝଗଡା ନକରିବା ପାଇଁ ଜଣେ ବ୍ୟକ୍ତି ସବୁବେଳେ ସିଗାରେଟ ଟାଣୁ ଛନ୍ତି ହେଲେ ପିଲାଙ୍କୁ କହୁଛନ୍ତି କେବେ ସିଗାରେଟ ନ ଟାଣିବା ପାଇଁ ଏଭଳି ଲୋକଙ୍କୁ କେବେବି ସମ୍ମାନ ମିଳେ ନାହିଁ । ତେଣୁ ବନ୍ଧୁଗଣ ନିଜ ସମ୍ମାନ ନିଜ ହାତରେ ଅଛି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *