ହିନ୍ଦୀ TV ଇଣ୍ଡଷ୍ଟ୍ରି ରେ ରାଜ କରନ୍ତି ଏହି 5 ଜଣ ବଙ୍ଗାଳୀ Actress, ନମ୍ବର 1 ଙ୍କ ପାଇଁ ତ ପୁରା ଇଣ୍ଡିଆ ଦିବାନା

ନମସ୍କାର ବନ୍ଧୁଗଣ ତେବେ ବଙ୍ଗାଳୀ ଶବ୍ଦ ଶୁଣିଲେ ସମସ୍ତଙ୍କ ମନରେ ଏକ ମିଠାପଣ ଆସି ଯାଇଥାଏ ରସଗୋଲା ଏବଂ ମିଷ୍ଟି ଦହି କଥା ମନେପଡେ । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ କିଛି ବଙ୍ଗାଳୀ ଅଭିନେତ୍ରୀ ନିଜର ସୁନ୍ଦରତା ଓ ଅଭିନୟ ଜରିଆରେ ରାଜ୍ କରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବଙ୍ଗାଳୀ ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧- ପ୍ରଥମ ରେ ହେଉଛନ୍ତି ମୌନୀ ରୟ । ଟିଭି ସିରିୟଲ ଇଣ୍ଡଷ୍ଟ୍ରୀ ର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଭାବରେ ପରିଚିତ ‘ମୌନୀ ରୟ’ ବର୍ତ୍ତମାନ କେବଳ ଟିଭି ସିରିୟଲ ଇଣ୍ଡଷ୍ଟ୍ରୀ ରେ ହିଁ ନୁହେଁ ବରଂ ବଲିଉଡ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ନିଜର କାୟା ବିସ୍ତାର କରି ସାରିଛନ୍ତି । ନିଜର ସୁନ୍ଦରତା ଓ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ଆକର୍ଷିତ କରିଥିବା ଅଭିନେତ୍ରୀ ମୌନୀ ରଏ ଙ୍କ ଜନ୍ମ କୁଚ ବିହାର ରେ ହୋଇଥିଲା ।

ତେବେ ସେ ନିଜ କ୍ୟାରିଅର ର ଆରମ୍ଭ ଟିଭି ସିରିୟଲ ‘କ୍ୟୁ କି ସାସ ଭି କଭି ବହୁ ଥି’ ରୁ କରିଥିଲେ । ଏହାପରେ ସେ ଅନେକ ଲୋକପ୍ରିୟ ଟିଭି ସିରିୟଲ ରେ ଅଭିନୟ କରିଥିଲେ । ଏହି ଅଭିନେତ୍ରୀ ଙ୍କୁ ଭବିଷ୍ୟତ ରେ ଫିଲ୍ମ ‘ବ୍ରମହାସ୍ତ୍ର’ ରେ ନେଗେଟିଭ ରୋଲ ରେ ଦେଖିବାକୁ ମିଳିବ । ବର୍ତ୍ତମାନ ଅଭିନେତ୍ରୀ ମୌନୀ ରଏ ନାଗିନ ଭାବରେ ମଧ୍ୟ ବେଶ ଲୋକପ୍ରିୟ ।


୨- ଦ୍ଵିତୀୟ ରେ ହେଉଛନ୍ତି ଅଭିନେତ୍ରୀ ଦେବୀନା ବାନାର୍ଜୀ । ତେବେ ଟିଭି ଧରାବାହିକ ‘ରାମାୟଣ’ ରେ ମାତା ସୀତା ଙ୍କ ଭୂମିକା ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ‘ଦେବୀନା ବ୍ୟାନର୍ଜୀ’ ଦର୍ଶକ ମାନଙ୍କୁ ହୁତ ପସନ୍ଦ ଆସିଥିଲେ । ଜଣେ ସଫଳ ଅଭିନେତ୍ରୀ ହେବା ସହିତ ସେ ଜଣେ ମଡେଲର ମଧ୍ୟ ଅଟନ୍ତି ।

ଏହି ଅଭିନେତ୍ରୀ ନିଜର ଫିଟନେସ ପାଇଁ ମଧ୍ୟ ପ୍ରାୟତଃ ଚର୍ଚ୍ଚା ରେ ଆସନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜ ଫିଟନେସ ଟିପ୍ସ ମଧ୍ୟ ସେୟାର କରନ୍ତି । ଏହି ଅଭିନେତ୍ରୀ କୋଲକତା ରେ ରୁହନ୍ତି ଏବଂ ସେ ନିଜର କୋ-ଆକ୍ଟର ‘ଗୁର୍ମିତ ଚୌଧୁରୀ’ ଙ୍କୁ ବିବାହ କରିଛନ୍ତି ।


୩- ତୃତୀୟ ରେ ହେଉଛନ୍ତି ଅଭିନେତ୍ରୀ ସାନ୍ତନୀ ଘୋଷ । ଅଭିନେତ୍ରୀ ‘ସାନ୍ତନୀ ଘୋଷ’ ଜଣେ ସୁନ୍ଦର ଅଭିନେତ୍ରୀ ହେବା ସହିତ ବହୁତ ପ୍ରତିଭାଶାଳୀ ମଧ୍ୟ ଅଟନ୍ତି । ଏହି ଅଭିନେତ୍ରୀ ନିଜ କ୍ୟାରିଅର ର ଆରମ୍ଭ ଟିଭି ସିରିୟଲ ‘କୁମକୁମ-ଏକ ପ୍ୟାର ସା ବନ୍ଧନ’ ରୁ କରିଥିଲେ । ଏହି ଅଭିନେତ୍ରୀ ଙ୍କୁ ‘ନାଗିନ୪’ ରେ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଅଭିନେତ୍ରୀ ସାନ୍ତନୀ ଘୋଷ ମିସ୍ କୋଲକାତା ମଧ୍ୟ ହୋଇ ସାରିଛନ୍ତି ।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ପୂଜା ବାନାର୍ଜୀ । ତେବେ ଅଭିନେତ୍ରୀ ପୂଜା ଅନେକ ଧାରାବାହିକ ରେ ନିଜର ସୁନ୍ଦର ଅଭିନୟ ଦେଖାଇ ସାରିଛନ୍ତି । ତେବେ ସେ ଲୋକପ୍ରିୟ ଧାରାବାହିକ ‘ କସୋଟି ଜିନ୍ଦେଗି କି’ ରେ ନିବେଦିତା ଚରିତ୍ର ରେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଥିଲେ । ତେବେ ସେ ମୁମ୍ବାଇ ରେ ରହୁଥିଲେ ମଧ୍ୟ ତାଙ୍କ ଘର ହେଉଛି ବଙ୍ଗାଳ ରେ ତେବେ ସେ ବଙ୍ଗାଳ ମିଠା ଖାଇବାକୁ ବେଶ ପସନ୍ଦ କରନ୍ତି ।


୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ଟିନା ଦତ୍ତା । କଲର୍ସ ଚ୍ୟାନେଲ ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଉତ୍ତରନ’ ରେ ଅଭିନେତ୍ରୀ ‘ଟିନା ଦତ୍ତା’ ଙ୍କୁ ଲିଡ଼ ରୋଲରେ ଦେଖିବାକୁ ମିଳିଥିଲା । ଏହି ଅଭିନେତ୍ରୀ ନିଜ ଅଭିନୟ ପାଇଁ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥିଲେ ଏବଂ ପ୍ରଶଂସା ର ପାତ୍ର ସାଜିଥିଲେ । ଅଭିନେତ୍ରୀ ଟିନା ଦତ୍ତା ଙ୍କୁ ୨୦୦୫ ମସିହାରେ ଫିଲ୍ମ ‘ପରିଣୀତା’ ବିଦ୍ୟା ବାଲନ ଙ୍କ ସାନ ଭଉଣୀ ଏ ଭୂମିକା ରେ ଦେଖିବାକୁ ମିଳିଥିଲା ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *