ଓଃ କି ମଜା ! ପଖାଳ ଦିବସରେ Sura ଭାଇ ନାଦି ଦେଲେ କଂସେ ପଖାଳ, କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସହି ହୁଏ ନାହିଁ ଟାଣ ଖରାକୁ । ମନ ଝୁରିଲାଣି ପଖାଳ ସଙ୍ଗେ ବଡ଼ି ଚୂରାକୁ । । ଖରା ଆସିଲେ ଓଡ଼ିଆଙ୍କ ଖୋଜା ପଡ଼େ ପଖାଳ କଂସା । ପଖାଳ ଓଡ଼ିଆଙ୍କ ଏକ ସ୍ୱତନ୍ତ୍ର ପରିଚୟ । ଖାଲି ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ । ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କ ଶାନ୍ତି ।

ତେବେ ପଖାଳ ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନ ଆସିଲେ ବେଶି ମନେ ପଡ଼େ । ମଧ୍ୟାହ୍ନ ଭୋଜନରେ ଧନୀଠାରୁ ଗରିବ, ସମସ୍ତେ ଖୋଜନ୍ତି ପଖାଳ କଂସା ।ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ମହକ ହରାଇ ନାହିଁ । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ପାଳିତ ହେଉଛି ।

ଇ-ଓଡ଼ିଶା ଅର୍ଗାନାଇଜେସନ୍‌ ଦ୍ବାରା ପ୍ରଥମେ ୨୦୧୧ ମସିହା ମାର୍ଚ୍ଚ ୨୦ ତାରିଖକୁ ‘ପାଖଳ ଦିବସ’ ଭାବେ ପାଳନ କରା ଯାଇଥିଲା । ଏହାପର ବର୍ଷଠାରୁ ପ୍ରତିବର୍ଷ ୨୦ ମାର୍ଚ୍ଚକୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବେ ପାଳନ କରା ଯାଉଛି । ତେବେ ସୁର ଭାଇଙ୍କୁ କିଏ ନ ଜାଣେ । ଓଡିଶାରେ ଘରେ ଘରେ ସୁର ଭାଇ ନାମରେ ପରିଚିତ ଏହି କଂଗ୍ରେସ ନେତା ।

ସବୁବେଳେ ମଜାଳିଆ ଧନାଗରେ ନିଜ ମତାମତକୁ ମିଡ଼ିଆ ଆଗରେ ପ୍ରକାଶ କରି ଚର୍ଚ୍ଚାରେ ରୁହନ୍ତି ସୁର ଭାଇ । ପିଲା ଠୁ ନେଇ ବୁଢା ଯାଏ ସମସ୍ତେ ତାଙ୍କ କଥା ଶୁଣିବାକୁ ଓ ନକଲ ମଧ୍ୟ କରିବାକୁ ଖୁବ ପସନ୍ଦ କରନ୍ତି । ତେବେ ସେ ମଧ୍ୟ ପ୍ରତିବର୍ଷ ଏହି ପଖାଳ ଦିବସ କୁ ପାଳନ କରନ୍ତି । ତେବେ ସେ ନିଜ ଇଣ୍ଟରଭିୟୁ ରେ କହିଥିଲେ କି ତାଙ୍କର ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ପଖାଳ ସହ ମାଛ ଭଜା,ବାଇଗଣ ଭରତା, ବଢି ଚୁରା, ଟମାଟୋ ପୋଡା, ଆଳୁ ଭଜା, ଆମ୍ବ ଚଟଣି, ବାଦାମ ଚଟଣି ଆଦି ଏହି ସବୁ ଖାଇବାକୁ ମୋତେ ବହୁତ ଭଲ ଲାଗେ ।

ଏହି ଜିନିଷ ଖାଇଲେ ମୋ ଆତ୍ମା ଶାନ୍ତି ହୋଇ ଯାଏ । ତେବେ ସେ ଏହା ମଧ୍ୟ କହିଥିଲେ କି ବର୍ତ୍ତମାନ ସହରରେ ଅନେକ ପ୍ରକାରର ହୋଟେଲ ଏବଂ ମହଙ୍ଗା ରେଷ୍ଟୁରାଣ୍ଟ ରହିଛି କିନ୍ତୁ ଏହି ପଖାଳ କେଉଁଠି ମିଳିବ ନାହିଁ । ତେବେ ଏହାକୁ କେବଳ ଯେ ଖାଦ୍ୟ କହିଲେ ହୁଏତ ଭୁଲ ହେବ ପକାଳ ଓଡ଼ିଆଙ୍କ ସହସ୍କୃତି, ବିଚାରଧାରା, ଗୀତ ଓ ସାହିତ୍ୟ ସହ ଓତପ୍ରୋତଃ ଭାବେ ଜଡ଼ିତ ।


କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ । ପଖାଳ ଓଡ଼ିଆ ମାନଙ୍କର ଗର୍ବ, ଐତିହ୍ୟ, ଓ ଅମୃତ ସଦୃଶ ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *