ପଇସା ଲୋଭରେ ବିବାହ, ବିବାଦରେ ଛନ୍ଦି ହେଲେ ଓଲିଉଡ ଅଭିନେତ୍ରୀ Priyanka…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାଧାରଣତଃ ସମସ୍ତ ଓଡିଆ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ପ୍ରିୟଙ୍କା ପାଣିଗ୍ରାହୀ ।

ଆପଣ ମାନେ ସମସ୍ତେ ପ୍ରିୟଙ୍କାଙ୍କୁ ନିଶ୍ଚୟ ଜାଣିଥିବେ ଆଉ ତାଙ୍କ ଜବରଦସ୍ତ ଅଭିନୟ ବି ନିଶ୍ଚୟ ଦେଖିଥିବେ । ତେବେ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରିୟାଙ୍କା ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଆସିବା ଦିନରୁ ପ୍ରିୟାଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଏବଂ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ ।

ହେଲେ ଗତ କିଛି ସମୟ ହେବ ସେ ନିଜର ଏକ ସାକ୍ଷାତ୍କାର ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଓଡିଆ ଅଭିନେତ୍ରୀ ପ୍ରିୟଙ୍କା ସ୍ମାରକ ଦାସଙ୍କ ସହ ବିବାହ କରିଛନ୍ତି ଏନେଇ ତାଙ୍କୁ କିଛି ୟୁଜର୍ସ ଟ୍ରୋଲ କରୁଛନ୍ତି । ୟୁଜର୍ସ ମାନେ କହୁଛନ୍ତି ପ୍ରିୟଙ୍କା ପଇସା ଲୋଭର ଏହି ବିବାହ କରିଛନ୍ତି । ତେବେ ଏହି ସାକ୍ଷାତ୍କାରରେ ପ୍ରିୟଙ୍କା ସେହି ସବୁ ୟୁଜର୍ସ ମାନଙ୍କୁ କଡା ଜବାବ ଦେଇଛନ୍ତି ।

ପ୍ରିୟଙ୍କା ଏହି ସାକ୍ଷାତ୍କାରରେ ଏକା ନାହାନ୍ତି ତାଙ୍କ ସହ ସ୍ମାରକ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି । ସେ ଏହି ସାକ୍ଷାତ୍କାରରେ କହିଛନ୍ତି-‘ଯଦି ତିନି ବର୍ଷ ଏହି ବିବାହ ଗାଡି ଗଡିଛି ଭଲ ରାସ୍ତାରେ ଗଡିଛି ଟାୟାର ବି ଚେଞ୍ଜ ଦରକାର ପଡିନି । ସମସ୍ତେ କହୁଛନ୍ତି ମୁଁ ପଇସା ପାଇଁ ବାହା ହେଇଛି । ମୁଁ ସେମାନଙ୍କୁ କହୁଛି ଯଦି ମୋତେ ପଇସା ପାଇଁ ବାହା ହେବାର ଥିଲା ମୁଁ ଅମ୍ବାନୀ ପୁଅକୁ ବାହା ହେଇଥାନ୍ତି ଆଦାନି ପୁଅକୁ ବାହା ହେଇଥାନ୍ତି ମୁଁ ଆଙ୍କୁ କାହିଁକି ବାହା ହେଲି’ ।

ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରିୟଙ୍କା ସେହି ସବୁ ବ୍ୟକ୍ତି ମାନଙ୍କୁ କଡା ଜବାବ ଦେଇଛନ୍ତି ଯେଉଁ ମାନେ କହୁଥିଲେ ପ୍ରିୟଙ୍କା ପଇସା ପାଇଁ ସ୍ମାରକଙ୍କ ସହ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *