ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ଲୋକ କେବଳ ନିଜ ଲାଭ ଦେଖୁଛନ୍ତି ଏଣିକି ସେମାନେ ଅନ୍ୟ ମାନଙ୍କ ମନରେ କଷ୍ଟ ଦିଅନ୍ତୁ ନା କାହିଁକି । ଏହି ଦୁନିଆରେ ବଞ୍ଚିବାକୁ ହେଲେ କିଛି ବିଶେଷ କଥାକୁ ଧ୍ୟାନରେ ରଖି ଆଗକୁ ବଢିବାକୁ ପଡିବ ଓ ଆଜି ଆମେ ଆପଣ ମାନଙ୍କୁ ସେହି ସବୁ କଥା ଗୁଡିକ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ କଥା ଗୁଡିକ ବିଷୟରେ ।
ବନ୍ଧୁଗଣ ଆମେ ମାନେ କାହା ପାଇଁ ଏତେ ଜରୁରୀ ହୋଇନଥାଉ ଯେତିକି ଆମେ ଭାବିଥାଉ । ଆଜିର ଦୁନିଆରେ କେବଳ ସେହି ମାନେ ଖୁସିରେ ଅଛନ୍ତି ଯେଉଁ ମାନେ କେବଳ ନିଜ କଥା ଚିନ୍ତା କରୁଛନ୍ତି ନା କି ଅନ୍ୟ ମାନଙ୍କ କଥା । ଜୀବନ ଗୋଟିଏ ବାର୍ତ୍ତା ସମସ୍ତଙ୍କୁ ଦିଏ ଦୋସ୍ତି କର ବା ପ୍ରେମ ହେଲେ କାହା ଉପରେ ଭରସା ରଖ ନାହିଁ । ଏହି ଦୁନିଆରେ ମଣିଷ କିଛି ପାଇବା ପାଇଁ କିଛି ହରାଇ ଥାଏ ।
ଯେଉଁ ମାନେ ଜାଣିଛନ୍ତି ଏକୁଟିଆ ରହିବାର ଅର୍ଥ କଣ ସେମାନେ ଅନ୍ୟ ମାନଙ୍କ ପାଇଁ ସବୁବେଳେ ଛିଡା ହୋଇଥାନ୍ତି । ସମସ୍ତ ଲୋକଙ୍କ ଚିନ୍ତାଧାରା ବିଷୟରେ ଆମେ ମାନେ ଜାଣି ଥାଉ ହେଲେ ଆମେ ସବୁବେଳେ ଚୁପ ରହୁ । ଅଧିକାଂଶ ସେହି ଲୋକ ମାନଙ୍କର ମନ ଭାଙ୍ଗିଥାଏ ଯେଉଁ ମାନେ ଅନ୍ୟ ମାନଙ୍କ ମନ ରଖିବା ପାଇଁ ସବୁ କିଛି କରିଥାନ୍ତି । ବନ୍ଧୁଗଣ ଏହି କଥାଟି କଡା ହେଲେ ଏହା ସତ ।
ଏହି ଦୁନିଆରେ ଯିଏ ନିଜ କଷ୍ଟକୁ ଲୁଚାଇ ଆଗକୁ ବଢିବ ସେ ନିଶ୍ଚୟ ସବୁ କିଛି ଜିତି ପାରିବ । ଯେଉଁ ମାନଙ୍କର ମନ ବଡ ଥାଏ ତାଙ୍କୁ କଷ୍ଟ ମଧ୍ୟ ବହୁତ ଅଧିକ ମିଳିଥାଏ । ସମୟ ଯଦି ଏକା ଭଳିଆ ରହିବ ତା ହେଲେ ନିଜ ଲୋକଙ୍କୁ ଚିହ୍ନିବେ କେମିତି । କେତେକ ସମ୍ପର୍କୀୟ ଆମର ଶୁଭଚିନ୍ତକ ଅଟନ୍ତି ଏମିତି କି ଆମର ଶୁଭ ହେବା ବେଳେ ସେ ଚିନ୍ତାରେ ପଡିଯାନ୍ତି ।
ଜୀବନରେ କିଛି ଭଲ ସାଙ୍ଗ ରହିବା ନିହାତି ଜରୁରୀ କାରଣ ସବୁବେଳେ ପ୍ରେମ ଆପଣଙ୍କ ସହ ରହି ନଥାଏ । ଭୁଲ ହେବା ପ୍ରକୃତି ଅଟେ ମାନି ନେବା ସଂସ୍କୃତି ଅଟେ ଓ ଭୁଲକୁ ସୁଧାରୀବା ପ୍ରଗତି ଅଟେ । ଆପଣ କେବେବି ଖରାପ ପରିସ୍ଥିତିରେ ହାରିଯାନ୍ତୁ ନାହିଁ କାରଣ ଆପଣଙ୍କ ପାଖରେ ପରିସ୍ଥିତି ବଦଳେଇବାର ଶକ୍ତି ଅଛି । ଆପଣଙ୍କ ପାର୍ଟନର ଗରିବ ହେଉ ନା କାହିଁକି ହେଲେ ଆପଣଙ୍କ ପାଇଁ ସଠିକ ଥିବା ଦରକାର ।
କାରଣ ଦରିଦ୍ରତାକୁ ଦୂର କରିହେବ ହେଲେ ଜଣେ ଖରାପ ମଣିଷ ସହ ଜୀବନ ଅତିବାହିତ କରିବା କଷ୍ଟକର ହୋଇପାରେ । ଯେତେବେଳେ ମଣିଷର ଖରାପ ପରିସ୍ଥିତି ଆସେ ସେତେବେଳେ ସମ୍ପର୍କୀୟ କଣ ସାଙ୍ଗ ମାନେ ବି ତାକୁ ଏକା ଛାଡି ଦିଅନ୍ତି । ତେଣୁ ବନ୍ଧୁଗଣ ସବୁବେଳେ ଅନ୍ୟ ମାନଙ୍କୁ ଖୁସି ନଦେଇ ନିଜ କଥା ଭାବନ୍ତୁ ଆଉ ଯିଏ ଆପଣଙ୍କ ପାଇଁ ଛିଡା ହେଉଛି ଆପଣ ତା ପାଇଁ ସବୁ କିଛି କରନ୍ତୁ ।
ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।