ପଡିଥିଲା ହାତଗଣ୍ଠି, ପାଉଣା ମାଗୁଥିଲେ ଶାଳୀ…ମାଡି ଆସିଲେ ପ୍ରଥମ ସ୍ତ୍ରୀ, ଆରମ୍ଭ ହେଲା ତାଣ୍ଡବ

ବାହା ବେଦୀରେ ତାଣ୍ଡବ ! ହାତ ଗଣ୍ଠି ଛିଡାଇ ସ୍ଵାମୀକୁ ଛେଚିଲା ପ୍ରଥମ ସ୍ତ୍ରୀ ! ସୂଚନା ମୁତାବକ ଭୁବନେଶ୍ବରର ରାଜଭବନ ନିକଟ ରାଧାକୃଷ୍ଣ ମନ୍ଦିରରେ ବାହାଘର ଚାଲିଥିଲା । ବାହାଘର ମଝିରେ ହାତ ଗଣ୍ଠି ଫିଟାଇବା ପାଇଁ କନ୍ୟାର ଭଉଣୀ ବାହାରିଥିବା ବେଳେ ସେହି ସମୟରେ ଜଣେ ମହିଳା ମନ୍ଦିରକୁ ପଶି ଆସିଥିଲେ । ତାପରେ ବର ଓ କନ୍ୟାର ପଡିଥିବା ହାତ ଗଣ୍ଠିଟିକୁ ମହିଳା ଜଣଙ୍କ ଛିଡାଇ ଦେଇଥିଲେ । ଏଥିସହ ସେହି ମହିଳା ଜଣଙ୍କ ନିଜକୁ ସେହି ବରର ପ୍ରଥମ ସ୍ତ୍ରୀ ବୋଲି ମଧ୍ୟ କହିଥିଲେ ।

ବରଙ୍କୁ ଆଉ କେତେଟା ବାହା ହେବୁ ବୋଲି କହି ବରର ହାତକୁ ମାରି ପଡିଥିବା ହାତ ଗଣ୍ଠିକୁ ଛିଡାଇ ଦେଇଥିଲେ । ହେଲେ ବର ଜଣଙ୍କ ନିଜ ନବ ବିବାହିତା ପତ୍ନୀଙ୍କ ହାତକୁ ଛାଡି ନଥିଲେ । ତାପରେ ବାହା ବେଦୀରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ତେବେ ସୂଚନା ମୁତାବକ ନିଜକୁ ପ୍ରଥମ ସ୍ତ୍ରୀ କହି ଦାବୀ କରୁଥିବା ମହିଳା ଜଣଙ୍କ ସୁଦୂର କଲିକତାକୁ ଆସିଥିଲେ । ତାଙ୍କ ସ୍ଵାମୀ ଦିତୀୟ ବିବାହ କରୁଥିବାର ଖବର ପାଇଁ ସମସ୍ତ କାଗଜ ପତ୍ର ନେଇ ଭୁବନେଶ୍ବର ଚାଲି ଆସିଥିଲେ ।

ସେଠାରେ ପୋଲିସ ଓ ସମାଜସେବୀଙ୍କୁ ଧରି ବାହାଘର ହେଉଥିବା ରାଧାକୃଷ୍ଣ ମନ୍ଦିରରେ ପହଞ୍ଚି ଯାଇଥିଲେ । ସେତେବେଳକୁ ବର କନ୍ୟାର ହାତ ଗଣ୍ଠି ପଡିସାରିଥିଲା । ମନ୍ଦିରରେ ପ୍ରଥମ ସ୍ତ୍ରୀ ପହଞ୍ଚିବା ପରେ ବାହା ବେଦୀରେ ହଙ୍ଗାମା ଆରମ୍ଭ ହୋଇଥିଲା । ସେ ଥାଉ ଥାଉ ତାଙ୍କ ସ୍ଵାମୀଙ୍କ ସହିତ ଆଉ ଜଣେ କନ୍ୟାର ବିବାହ ହେଉଥିବା ଦେଖି ମହିଳା ଜଣଙ୍କ ସହିପାରିନଥିଲେ ।

ଏହାରି ଭିତରେ ନବ ବିବାହ କରିଥିବା ଯୁବତୀ ଜଣଙ୍କ ସଙ୍ଗେ ସଙ୍ଗେ ବାହା ହେଇଥିବା ତାଙ୍କ ସ୍ଵାମୀଙ୍କୁ କୁଣ୍ଢାଇ ଧରିଥିଲେ । ତାପରେ ବର ଜଣଙ୍କ ମଧ୍ୟ ଉତ୍ତେଜିତ ହୋଇ କହୁଥିଲେ, କି ମୋ ପାଖରେ ମଧ୍ୟ ସବୁ ଡକ୍ୟୁମେଣ୍ଟ ଅଛି । ତେବେ ଏସବୁ ଘଟଣା ଭିତରେ ବାହାଘର ଅଧାରୁ ବରକୁ ପୋଲିସ ଉଠାଇ ନେଇଥିଲା । କଲିକତାରୁ ଆସିଥିବା ମହିଳା ଜଣଙ୍କ ତାଙ୍କ ସ୍ଵାମୀ ଦିତୀୟ ବିବାହ କରୁଛନ୍ତି ବୋଲି କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗ ଆଧାରରେ ପୋଲିସ ଉଭୟ ପକ୍ଷଙ୍କୁ ନେଇ ଥାନାକୁ ଚାଲିଯାଇଥିଲେ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *