ଏହି ପରି ଥିଲେ ପାଦର ଆଙ୍ଗୁଠି ମଣିଷ ହୋଇଥାଏ ଭାଗ୍ୟଶାଳୀ ! ଆଉ ଆପଣଙ୍କର ପାଦ ? (Astrology)

ସବୁ ବ୍ୟକ୍ତିମାନଙ୍କ ଶରୀରରେ କିଛି ନା କିଛି ଭିନ୍ନତା ନିଶ୍ଚିତ ରୂପରେ ରହିଥାଏ । ଆଜି ଆମେ ଆପଣଙ୍କୁ ମଣିଷର ପାଦର ଭିନ୍ନତା ଅନୁସାରେ ବ୍ୟକ୍ତି କେଉଁଭଳି ସ୍ଵଭାବର ହୋଇଥାଏ ସେହି ବିଷୟରେ କହିବୁ । ଶାସ୍ତ୍ରରେ ପାଦର ୫ ପ୍ରକାରର ଆକୃତି ବିଷୟରେ କୁହାଯାଇଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । କେଉଁ ପ୍ରକାରର ପାଦର ଆକୃତି ଥିଲେ ବ୍ୟକ୍ତି ଜଣକ ଭାଗ୍ୟବାନ ହୋଇଥାଏ ସେହି ବିଷୟରେ କହିବୁ ।

ସେଲ୍ଟିକ ଆକୃତି

ଯଦି ଆପଣଙ୍କ ଗୋଡର ମଝି ଆଙ୍ଗୁଠି ଅର୍ଥାତ ବୁଢା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ସବୁ ଆଙ୍ଗୁଠି ଠାରୁ ବଡ ଅଟେ ତେବେ ଏହାକୁ ସେଲ୍ଟିକ ଆକୃତିର ଗୋଡ କୁହାଯାଏ । ସେଲ୍ଟିକ ଆକୃତିର ବ୍ୟକ୍ତି ବହୁତ ହିଁ ସାଧାରଣ ବ୍ୟକ୍ତି ଅଟନ୍ତି । ଏହିଭଳି ପାଦ ଥିବା ବ୍ୟକ୍ତିକୁ ଜୀବନରେ ସଫଳତା ମିଳିଥାଏ । କିନ୍ତୁ ସଫଳତା ପାଇବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡିଥାଏ । ଏମାନଙ୍କ ବୁଝିବା ଶକ୍ତି ବହୁତ ଭଲ । ଏହି ଲୋକମାନଙ୍କ ସହ ତାଙ୍କର ଜୀବନସାଥି ଭଲ ସମ୍ପର୍କ ରଖିଥାନ୍ତି । ଶାସ୍ତ୍ର ଅନୁସାରେ ସେଲ୍ଟିକ ପାଦର ଆକୃତି ଥିବା ବ୍ୟକ୍ତିମାନଙ୍କୁ ସାଧାରଣ ଭାଗ୍ୟର ସ୍ଥାନ ଦିଆ ଯାଇଛି ।

ଜର୍ମାନିକ ଆକୃତି

ଯେଉଁ ବ୍ୟକ୍ତିମାନଙ୍କ ୪ ଟି ଆଙ୍ଗୁଠି ସମାନ ଓ ବୁଢା ଆଙ୍ଗୁଠି ବଡ ଥାଏ ଏହିଭଳି ଆକୃତିକୁ ଜର୍ମାନିକ ଆକୃତି କୁହାଯାଏ । ଏହିଭଳି ଲୋକମାନେ ଶାନ୍ତି ପ୍ରିୟ ହୋଇଥାନ୍ତି । ଏମାନେ ସମସ୍ତ ପ୍ରକାରର କାମ କରିବା ପାଇଁ ସକ୍ଷମ ହୋଇଥାନ୍ତି । ଏମାନେ ଦାୟିତ୍ଵ କଣ ବୁଝିଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର ଅଟନ୍ତି । ଏମାନେ ନିଜର କଥାବାର୍ତ୍ତାରେ କାହାକୁ ବି ଆକର୍ଷଣ କରି ନିଅନ୍ତି । ସେଥିପାଇଁ ଶାସ୍ତ୍ରରେ ଏହିଭଳି ପାଦ ଥିବା ଲୋକମାନଙ୍କୁ ସାଧାରଣ ଭାଗ୍ୟଶାଳୀ କୁହାଯାଇଛି ।

ଗ୍ରୀକ ଆକୃତି

ଯେଉଁ ବ୍ୟକ୍ତିମାନଙ୍କର ଗୋଡର ଆଙ୍ଗୁଠି ମାଝି ଆଙ୍ଗୁଠି ଆଣି ଆଙ୍ଗୁଠି ଠାରୁ ବଡ ହୋଇଥାଏ ଓ ଶେଷରେ ଥିବା ଦୁଇଟି ଆଙ୍ଗୁଠି ସେଲ୍ଟିକ ଆକୃତି ଭଳି ସମାନ ନ ହୋଇ ସାମାନ୍ୟ ଛୋଟ ବଡ ହୋଇଥାଏ ଏହିଭଳି ପଦକୁ ଗ୍ରୀକ ଆକୃତିର ପାଦ ବୋଲି କୁହାଯାଏ । ଏମାନେ ବହୁତ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କୁ ଅଧିକ କଥାବାର୍ତ୍ତା କରିବାକୁ ଭଲ ଲାଗେ ନାହିଁ । ଏମାନେ ନିଜର ଭଲ କାମ ଓ ଦକ୍ଷତା କାରଣରୁ ନିଜ ସହିତ କାମ କରୁଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରି ଦିଅନ୍ତି । ଏମାନଙ୍କୁ ଭାଗ୍ୟଶାଳୀ କୁହଯାଏ ।

ଇଜିପ୍ସନ ଆକୃତି

ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଠି ଠାରୁ ଛୋଟ ଆଙ୍ଗୁଠି ପର୍ଯ୍ୟନ୍ତ ସମସ୍ତ ଆଙ୍ଗୁଠି ବଡ ରୁ ଛୋଟ ହୋଇଥାଏ ସେହି ପାଦକୁ ଇଜିପ୍ସନ ପାଦ କୁହାଯାଏ । ଏମାନେ ସାମାଜିକ କାର୍ଯ୍ୟରେ ସବୁବେଳେ ଆଗରେ ରୁହନ୍ତି । ଏମାନେଙ୍କ ବାଣୀରେ ଆପଣ ଏମାନନାକ ଚତୁରତା ଜାଣି ପାରିବେ । ଏମାନେ ସର୍ବଦା ଖୁସିରେ ରୁହନ୍ତି । ଏମାନଙ୍କୁ ଅଶେଷ ଆସେ ଭାଗ୍ୟଶାଳୀ କୁହାଯାଏ ।

ରୋମାନ ଆକୃତି

ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଠି ପାଖରେ ଥିବା ଦୁଇଟି ଆଙ୍ଗୁଠି ସମାନ ଥାଏ ତାକୁ ରୋମାନ ଆକୃତିର ପାଦ କୁହାଯାଏ । ଏମାନେ ବହୁତ ବୁଦ୍ଧିମାନ ହେବା ସହିତ ଆତ୍ମ ବିଶ୍ଵାସୀ ହୋଇଥାନ୍ତି । ଏମାନେ କମ ପରିଶ୍ରମ କରି ଅଧିକ ସଫଳତା ପାଇଥାନ୍ତି । ଶାସ୍ତ୍ର ଅନୁସାରେ ଏମାନେ ବି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *