ପଦଖିଆ ୪ ମନ୍ତ୍ରୀ ! ୪ ଜଣଙ୍କୁ ଘଣ୍ଟ ଘୋଡାଇବା ପାଇଁ ବଳି ପଡ଼ିଲେ ସମସ୍ତେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଚାରି ଜଣଙ୍କ ପାଇଁ ସବୁ ମନ୍ତ୍ରୀ ଦେଲେ ଇସ୍ତଫା । ୪ ଜଣ ଙ୍କୁ ଘଣ୍ଟ ଘୋଡାଇବା ପାଇଁ ଆଉ ୧୫ ଗଲେ । ଯିଏ ଠିକ ଥିଲା ତାଙ୍କ ଆସନ ମଧ୍ୟ ଛଡାଇ ନେଲେ ମୁଖ୍ୟମନ୍ତ୍ରୀ । ତେବେ ପ୍ଳାନ ଥିଲା ୪ ଜଣଙ୍କୁ ବିଦା କରିବା । ମାତ୍ର ବିବାଦରେ ଥିବା ଏହି ୪ ଜଣଙ୍କୁ ବାହାର କରିଲେ ଲୋକେ କଣ କହିବେ ବୋଲି ସମସ୍ତଙ୍କୁ ମାଗାଗଲା ଇସ୍ତଫା । ୪ ଜଣଙ୍କୁ ଘଣ୍ଟ ଘୋଡାଇବା ପାଇଁ ବଳି ପଡିଲେ ସମସ୍ତେ ।

ମାମିତା ମେହେର ହତ୍ୟାକାଣ୍ଡ ରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ହେବା ପରେ ବିରୋଧୀ ଜୋରଦାର ବିକ୍ଷ୍ୟୋପ କରିଥିଲେ । ମନ୍ତ୍ରୀ ଙ୍କୁ ବହିଷ୍କାର ଦାବି ରେ ଦୀର୍ଘଦିନ ଧରି ଚାଲିଥିଲା ଆନ୍ଦୋଳନ । ମନ୍ତ୍ରୀ ଙ୍କ ଘରେ ଅଣ୍ଡା ମାଡ ଠାରୁ ଆରମ୍ଭ କରି ବିଧାନ ସଭାରେ ଚିଞ୍ଚା ଯାଇଥିଲା ଗଙ୍ଗାଜଳ । ମନ୍ତ୍ରୀ ଙ୍କୁ ଛାଡି ନଥିଲେ ବିରୋଧୀ ।

ମାତ୍ର ଏତେ ବିବାଦ ପରେ ମଧ୍ୟ ମନ୍ତ୍ରୀମଣ୍ଡଳ ରେ ରହିଲେ ଦିବ୍ୟ ଶଙ୍କର । ମାହାଙ୍ଗା ଡବଲ ମଡର । ଦୁଇ ବିଜେପି ନେତା ଙ୍କୁ ହତ୍ୟା । ଅଭିଯୁକ୍ତ ତାଲିକା ରେ ଥିଲା ମନ୍ତ୍ରୀ ପ୍ରତାପ ଜେନା ଙ୍କ ନାମ । ଏହି ନାମ କୁ ଲୁଚାଇବା ପାଇଁ ଅନେକ ବିଫଳ ପ୍ରୟାସ ହେଲା । ତଥାପି ମନ୍ତ୍ରୀ ବର୍ତ୍ତୀ ପାରିଲେ ନାହିଁ । ବିରୋଧୀ ଆକ୍ରମଣ କରିଲେ ତଥା ବହିଷ୍କାର ଦାବି କରିଲେ । ମାତ୍ର ଶୁଣିଲେନି ନବୀନ ।

ସେହିପରି ଏସସିଏଫ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲା ରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ହେବା ପରେ ପ୍ରତିବାଦ ଏବଂ ବହିଷ୍କାର ଦାବି ଥମିନଥିଲା । ତଥାପି ଶୁଣିଲେନି ସୁପ୍ରିମ । ସବୁଠାରୁ ଅଧିକ ଚର୍ଚ୍ଚା ରେ ଥିଲା ପରି ହତ୍ୟା ମାମଲା । ମନ୍ତ୍ରୀ ଅରୁଣ ସାହୁ ଙ୍କ ସମ୍ପୃକ୍ତି ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଆକ୍ସନ ନେଲାଣି ଦଳ ।

ଯଦି ସେତେବେଳେ ଏମାନଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବରଖାସ୍ତ କରାଯାଇଥାନ୍ତା, ତେବେ ଦଳ ର ଇମେଜ ଖରାପ ହୋଇଥାନ୍ତା । ଏବେ ଦଳ ପଞ୍ଚାୟତ ନିର୍ବାଚନ ଜିତିଛି । ପୌର ନିର୍ବାଚନ ରେ ବିରାଟ ସଫଳତା ପାଇଅଛି ସେହିପରି ରାଜ୍ୟସଭା ନିର୍ବାଚନ ସରିଛି । ଆଉ ପୁରୀ ପରିକ୍ରମା ପ୍ରକଳ୍ପ ମାମଲାରେ ଆଶ୍ବସ୍ଥି ମଧ୍ୟ ମିଳିଛି । ଯେତେବେଳେ କଫୋର୍ଟ ଜୋନ ରେ ରହିଲେ ଦଳ ଠିକ ସେତିକିବେଳେ ଦାଗି ଙ୍କୁ ବାହାର କରିବା ପାଇଁ ଚାହିଁଲେ ମୁଖ୍ୟମନ୍ତ୍ରୀ ।

ମାତ୍ର ଏହି ୪ ମନ୍ତ୍ରୀ ଙ୍କୁ ବାହାର କରିଥିଲେ ପୁଣି ଚର୍ଚା ହୋଇଥାନ୍ତା ଏଣୁ ୪ ବଦଳରେ ନୂଆ ମନ୍ତ୍ରୀ ମଣ୍ଡଳ ନାମରେ ସମସ୍ତଙ୍କୁ ବାହାର କରିଲେ କେହି ଜାଣି ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ଏଭଳି କରିଲେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *