Omicron ହେଇଗଲେ କେମିତି ଲାଗେ ? ଓମିକ୍ରନରେ ଆକ୍ରାନ୍ତ ଥିବା ବ୍ୟକ୍ତି କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, କରୋନା ର ନୂଆ ଭାରିଏଣ୍ଟ Omicron ଆସି ଭାରତରେ ସଂକ୍ରମିତ ହେବାରେ ଲାଗିଛି । ମାତ୍ର Vaccine ନେବା ପରେ ମଧ୍ୟ ଏହି ସଂକ୍ରମଣ ହେବାରେ ଲାଗିଛି । ଆସନ୍ତୁ ଜାଣିବା Omicron ସଂକ୍ରମଣର ଶିକାର ହୋଇଥିବା ଏକ ରୋଗୀ ଙ୍କ ଠାରୁ ସଂପୂର୍ଣ୍ଣ ବିବରଣୀ । ଦିଲ୍ଲୀ ରେ Omicron ଭାରିଏଣ୍ଟ ର ପ୍ରଥମ ୩ ଟି କେସ ଯାହା ରେକର୍ଡ ହୋଇଥିଲା ସେଥି ମଧ୍ୟରୁ ଗୋଟିଏ କେସ ଦିଲ୍ଲୀ ର ସାହିଲ ଠାକୁର ନାମକ ଯୁବକଙ୍କର ଅଟେ ।

ବର୍ତ୍ତମାନ ତାଙ୍କର ଆଇସୁଲେଟ ପିରିଅଡ ସମାପ୍ତ ହୋଇଛି ଏବଂ ବର୍ତ୍ତମାନ ସେ ଘରୁ ଅଫିସ ନିମନ୍ତେ ଯାଉଛନ୍ତି । ସାହିଲ କହିଛନ୍ତି ଯେ ମୁଁ ଦୁବାଇ ଯାଇଥିଲି, ସେଠାରୁ ଆସିଲା ବେଳକୁ ମତେ ଏହି ସଂକ୍ରମଣ ହୋଇଛି । ମାତ୍ର ଦୁବାଇ ରେ ମୋର ନେଗେଟିଭ ରିପୋର୍ଟ ଆସିଥିଲା । କିନ୍ତୁ ୩ ଦିନ ଭିତରେ ମୁଁ ଏଠାକୁ ଆସିଲି ତ ଏହା ପଜେଟିଭ ହୋଇଗଲା । ମାତ୍ର ମୁଁ ଫ୍ଲାଇଟ ରେ ଆସିଲି କେଉଁଠାରେ ଏହି ସଂକ୍ରମଣ ହୋଇଛି ତାହା ମୁଁ ସଂପୂର୍ଣ୍ଣ ରୂପେ ଜାଣି ନାହିଁ ।

ଏହା ପରେ ମୁଁ ହୋମଆଇସୁଲେଟ ରେ ରହିଲି । ଏହାପରେ ଗମେଣ୍ଟର ଫୋନ ଆସିଲା ଯେ ଆପଣ ସଂକ୍ରମିତ ଅଛନ୍ତି ତ ଆପଣଙ୍କୁ ହସ୍ପିଟାଲ ରେ ରହିବାକୁ ହେବ । ଏହାପରେ ୧୧ ତାରିଖ ଫୋନ ଆସିଥିଲା ଏବଂ ୧୨ ତାରିଖ ମତେ ନେବାକୁ ଆସିଥିଲେ । ମାତ୍ର ବେସୀ କିଛି ଯନ୍ତ୍ରଣା ନଥିଲା । ମାନସିକ ଭାରସାମ୍ୟ ସଠିକ ନଥିଲା ଯେହେତୁ ହସ୍ପିଟାଲ ରେ ଏକୁଟିଆ ରହିବାକୁ ହୋଇଥିଲା ।

ସମୁଦାୟ ୬ ଜଣ ଲୋକ ସାଥିରେ ଥିଲେ । ଏହାପରେ ସେଥି ରହି ମୁଁ ବର୍ତ୍ତମାନ ସୁସ୍ଥ ହୋଇ ନିଜ ଘରକୁ ଆସିଛି । ବର୍ତ୍ତମାନ ମୁଁ ନିଜର ସମସ୍ତ କାର୍ଯ୍ୟ କରିପାରୁଛି ଏବଂ ଫିଟ ଅଛି । ମାତ୍ର ମତେ ଏତେ ମାତ୍ରାରେ ଇଫେକ୍ଟ କରି ନଥିଲା କାରଣ ଶରୀରରେ ଭାଇରସ କାଉଣ୍ଟ ଏତେ ନଥିଲା । ମୋ ଛଡା ସେହି ହସ୍ପିଟାଲ ରେ ଯେତେଜଣ ଥିଲେ ମେଜୋରିଟି କୁ ନେଇ ସେତେ ଶିମଟମ ନଥିଲା ।

ସାହିଲ କହିଛନ୍ତି ଯେ ମୋ ସହିତ ମୋ ପରିବାର ଲୋକେ ତଥା ଯେଉଁମାନେ ଆସି ମୋ ସହିତ ମିଶିଥିଲେ ସମସ୍ତେ ଟେଷ୍ଟ କରାଇଛନ୍ତି ସମସ୍ତଙ୍କର ନେଗେଟିଭ ବାହାରିଛି । ଜୁନ ୯ ତାରିଖ ରେ ସାହିଲ co-vaccine ନେଇଥିଲେ ମାତ୍ର ଏହାପରେ ମଧ୍ୟ Omicron ସଂକ୍ରମଣ ହେଲା । ଏଣୁ ଆପଣ ମାନେ ମଧ୍ୟ ସାବଧାନତା ସହିତ ଜୀବନ ଜାପନ କରନ୍ତୁ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *