Ollywood ର Top 5 Actor ଯେଉଁମାନେ ବାହାଘର ପରେ ଅଲଗା ହୋଇ ଯାଇଛନ୍ତି !

ନମସ୍କାର ବନ୍ଧୁଗଣ ତେବେ ଧାରାବାହିକ ହେଉ ଅଥବା ଫିଲ୍ମ ସେଥିରେ ବିବାହ ଓ ବିଚ୍ଛେଦ ର କାହାଣୀ ଦେଖିବାକୁ ଆମକୁ ବହୁତ ଭଲ ଲାଗିଥାଏ । କିନ୍ତୁ ଏହା ବାସ୍ତବ ଜୀବନ ରେ ଘଟିଲେ ବହୁତ ଦୁଃଖ ଲାଗିଥାଏ । ତେବେ କଣ ଆପଣ ମାନେ ଜାଣିଛନ୍ତି ଯେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର କେଉଁ କଳାକାର ଭଲ ପାଇ ବାହା ହୋଇଛନ୍ତି ସତ କିନ୍ତୁ ପରେ ନିଜ ପାର୍ଟନର୍ ଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି ? ଆଜି ଆମେ ଆପଣ ମାନଙ୍କୁ ସେହି ଓଡ଼ିଆ କଳାକାର ଙ୍କ ସମ୍ବନ୍ଧରେ କହିବୁ ଯିଏ ନିଜ ପାର୍ଟନର୍ ଙ୍କୁ ଛାଡ଼ପତ୍ର ଦେଇଛନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ପ୍ରଥମ ରେ ଅଛନ୍ତି ଅଭିନେତ୍ରୀ ଓଲିଉଡ ର ଅଭିନେତ୍ରୀ ପ୍ରିୟା ଚୌଧୁରୀ । ଏହି ଅଭିନେତ୍ରୀ ‘ରୁମକୁ ଝୁମାନା’ ଭଳି ବ୍ଲକ ବଷ୍ଟର ଫିଲ୍ମ ରେ ଅଭିନୟ କରିଛନ୍ତି । ସେ ୨୦୧୩ ମସିହାରେ ଦୁର୍ଗା ପ୍ରସାଦ ମିଶ୍ର ଙ୍କୁ ବିବାହ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟ ରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା ଓ ସେ ଦ୍ଵିତୀୟ ବିବାହ କରିଥିଲେ ।

୨- ଦ୍ଵିତୀୟ କଳାକାର ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପ୍ରସିଦ୍ଧ ଅଭିନେତ୍ରୀ ଅନୁ ଚୌଧୁରୀ । ଏହି ଅଭିନେତ୍ରୀ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ସେ ୨୦୦୬ ମସିହାରେ ସନ୍ଦୀପ ମିଶ୍ର ଙ୍କୁ ବିବାହ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ୨୦୧୨ ରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା ।


୩- ତୃତୀୟ ରେ ଅଛନ୍ତି ଓଡ଼ିଶା ରେ ସ୍ୱପରିଚିତ ଅଭିନେତ୍ରୀ ରଚନା ବାନାର୍ଜୀ । ସେ ଓଡ଼ିଶା ର ପ୍ରାୟ ସମସ୍ତ ଚଳଚ୍ଚିତ୍ର ରେ ଅଭିନୟ କରି ବିଶେଷ ଲୋକପ୍ରିୟତା ହାସଲ କରିଥିଲେ । ଏହି ଅଭିନେତ୍ରୀ ୨୦୦୩ ମସିହାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଥିଲେ । କିନ୍ତୁ ପରେ ୨୦୦୪ ମସିହାରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା ।


୪- ଚତୁର୍ଥ ରେ ଅଛନ୍ତି ସବ୍ୟସାଚୀ ମିଶ୍ରଙ୍କ ବିଷୟରେ । ସେ ପ୍ରଥମେ ୨୦୦୮ ମସିହାରେ ସୀମା ମିଶ୍ରଙ୍କୁ ବିବାହ କରିଥିଲେ । ୨୦୧୫ ମସିହାରେ ସେମାନଙ୍କ ବିବାହ ବିଚ୍ଛେଦ ଘଟିଥିଲା । ସେ ପୁନର୍ବାର ତାଙ୍କ ଗାର୍ଲଫ୍ରେଣ୍ଡ ଅର୍ଚ୍ଚିତା ସାହୁଙ୍କୁ ୨୦୨୧ ମସିହାରେ ବିବାହ କରିଥିଲେ । ୨୦୦୭ ମସିହାରେ ସେ ପାଗଳ ପ୍ରେମୀ ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ ।


୫- ପଞ୍ଚମ ରେ ହେଉଛନ୍ତି ଅସୀମା ପଣ୍ଡା ଆପଣମାନେ ତାଙ୍କୁ ଭଲ ଗାୟିକା ଭାବରେ ନିଶ୍ଚିତ ଜାଣିଥିବେ ଅସୀମା ପଣ୍ଡା ତାଙ୍କର ହବି ହେଉଛି ଗୀତ ଗାଇବା କିନ୍ତୁ ତାଙ୍କର ବିବାହ କରିବା ପରେ ଅସୀମା ପଣ୍ଡାଙ୍କ ସ୍ୱାମୀ ତାଙ୍କୁ ଗୀତ ଗାଇବାକୁ ମନାକରିଥିଲେ ଯାହା ଫଳରେ ଅସୀମା ତାଙ୍କ କଥାରେ ରାଜି ହୋଇନଥିଲେ ଏବଂ ପରସ୍ପର ମଧ୍ୟରେ ବିଚ୍ଛେଦ ଘଟିଲା । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *