ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଦୈତାରୀ ପଣ୍ଡା ।
ଆପଣ ମାନେ ସମସ୍ତେ ଦୈତାରୀ ପଣ୍ଡାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ ।ଦୈତାରୀ ଯାତ୍ରା ଜଗତରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଦୈତାରୀଙ୍କ ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ସାକ୍ଷାତ୍କାରରେ ଦୈତାରୀଙ୍କୁ ପଚରା ହେଲା କୁହାଯାଏ ଆପଣ ଫିଲ୍ମ କଳାକାରଙ୍କ ଠାରୁ ବି ଅଧିକ ଟଙ୍କା ନେଉଛନ୍ତି ଏହା କଣ ସତ । ଏହାର ଉତ୍ତର ଦେଇ ଦୈତାରୀ କହିଛନ୍ତି-‘ହଁ ଆମେ ଗୁଡାଏ ପଇସା ନେଉ ବହୁତ ପଇସା ନେଉ କିନ୍ତୁ ସେ ପଇସା ଯେମିତି ଆସେ ସେମିତି ଖର୍ଚ୍ଚ ହୁଏ । ଆଗରୁ କଥା ରହି ଆସିଛି ଏ ଯାତ୍ରାରେ କାମ କରୁଥିବା କଳାକାର ହେଉଛି ଯାତ୍ରା ବାଲା ।
ଆଗରୁ ଯେତେବେଳେ ଯାତ୍ରା ନୂଆ ନୂଆ ଆରମ୍ଭ ହୋଇଥିଲା ସେତେବେଳେ ପାର୍ଟି ଆମକୁ 200-300 ଟଙ୍କା ଦିଏ । ସେତେବେଳେ 300 ଟଙ୍କା ମୂଲ୍ୟ ଥିଲା ମୁଁ କହୁଛି 78,79, 80 ମସିହା କଥା । ସେଠି ବଡ ବଡ କଳାକାର ମାନେ ବି ଠିକ ଭାବରେ ପଇସା ପାନ୍ତି ନାହିଁ ଆଉ ଛୋଟ ଛୋଟ କଳାକାରଙ୍କ କଥା ଅଲଗା । ସେତେବେଳେ ଭାରି ଅସୁବିଧା ଥିଲା ହେଲେ ଯେତେବେଳେ ସବୁ ଭଲ ଭଲ ନାଟକ ଆସିଲା ସେବେ ଭଲ ପଇସା ମାଲିକ ମାନେ ରୋଜଗାର କଲେ ।
ଏହା ପରେ କଳାକାର ମାନଙ୍କ ଦରମା ଆସ୍ତେ ଆସ୍ତେ ବଢିଲା । ନହଲେ ଆଗରୁ କେଉଁଠୁ ପଇସା ମିଳୁ ଥିଲା ଆଗରୁ 100-150 ଟଙ୍କା ପାଇବା କଳାକାର ମାନଙ୍କ ପାଇଁ କଷ୍ଟ ଥିଲା । ଏହି 15-20 ବର୍ଷ ଭିତରେ କଳାକାର ମାନଙ୍କ ଦରମା ଆସ୍ତେ ଆସ୍ତେ ବଢିଲା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଦୈତାରୀ ପଣ୍ଡାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ କରି ଜଣାଇବେ, ଧନ୍ୟବାଦ ।