ସରକାରଙ୍କ ବଡ ନିଷ୍ପତ୍ତି ! Ola, Uber ଓ Rapido ରେ ଲାଗିଲା ବ୍ୟାନ, ଓଲା, ଉବର ବ୍ୟବହାର କରୁଥିଲେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ନମସ୍କାର, ତେବେ ଓଲା, ଉବର ଏବଂ ରାପିଡୋ ରେ ଲାଗିଲା ବ୍ୟାନ । ଜରୁରୀ ସମୟରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନୀ ଯାତ୍ରୀ ମାନଙ୍କ ପାଖରେ ଠିକ ସମୟରେ ପହଂଚୁ ଥିବା ବେଳେ ଏହି କମ୍ପାନୀ ଗୁଡ଼ିକ ବ୍ୟାନ କରାଯାଇଥିବା ଜଣା ପଡ଼ିଛି । ମୋବାଇଲ ରେ ବୁକ କରିବାର କିଛି ସମୟ ମଧ୍ୟ ରେ ଏହି କମ୍ପାନୀ ଗୁଡ଼ିକର ଗାଡ଼ି ଆସି ଯାତ୍ରୀ ଙ୍କ ପାଖରେ ପହଞ୍ଚି ଥାଏ । ତେବେ ଯାତ୍ରୀ ମାନଙ୍କ ପାଇଁ ଏହା ସୁବିଧା ହୋଇଥିଲେ ମଧ୍ୟ ଓଭର ଚାର୍ଜିଂ ନେଇ ଏହି କମ୍ପାନୀ ଗୁଡ଼ିକ ବିରୋଧ ରେ ଅଭିଯୋଗ ହୋଇଥିଲା ।

ଯାହାକୁ ନେଇ ଆସନ୍ତା ୩ ଦିନ ମଧ୍ୟରେ ଏହି ସେବା ବନ୍ଦ କରିବା ପାଇଁ ଆଦେଶ ଦିଆଯାଇଛି । ତେବେ ଏହି କମ୍ପାନୀ ଗୁଡ଼ିକ ବେଆଇନ ବୋଲି ଘୋଷଣା କରିଛି କର୍ଣ୍ଣାଟକ ଟ୍ରାନ୍ସଫର ଡିପାର୍ଟମେଣ୍ଟ । କର୍ଣ୍ଣାଟକ ପରିବହନ ବିଭାଗ ସହର ରେ ଏହି ଅନଲାଇନ ଅଟୋ ରିକ୍ସା ସେବା କୁ ବନ୍ଦ କରିବା ପାଇଁ ବେଙ୍ଗାଲୁରୁ ରେ ପ୍ରମୁଖ ବାହନ ଆଗ୍ରିଗେଟର୍ସ ଙ୍କୁ ନୋଟିସ ଜାରି କରିଥିଲେ ।

ସୂଚନା ମୁତାବକ ଅନେକ ଯାତ୍ରୀ ପରିବହନ ବିଭାଗ କୁ ଅଭିଯୋଗ କରିଥିଲେ ଯେ, ଓଲା ଏବଂ ଉବର ଦୁଇ କିଲୋମିଟର ରୁ କମ ଦୂରତା ଯିବାକୁ ହେଲେ ବି ସର୍ବନିମ୍ନ ୧୦୦ ଟଙ୍କା ଚାର୍ଜ କରୁଛନ୍ତି । ଯେତେବେଳେ ସହର ରେ ସର୍ବନିମ୍ନ ଅଟୋ ଭଡ଼ା ପ୍ରଥମ ଦୁଇ କିଲୋମିଟର ପାଇଁ ୩୦ ଟଙ୍କା ଏବଂ ଏହାପରେ ପ୍ରତ୍ୟେକ କିଲୋମିଟର ପାଇଁ ୧୫ ଟଙ୍କା ଧାର୍ଯ୍ୟ କରାଯାଇଥିଲା ।

ପରିବହନ ଆୟୁକ୍ତ ଙ୍କ ସୂଚନା ଅନୁଯାୟୀ ରାଜ୍ୟ ର ଅନଡିମାଣ୍ଡ ପରିବହନ ପ୍ରାଦ୍ୟୋଗିକ ଆଗ୍ରିଗେଟର୍ସ ଙ୍କ ନିୟମ ଅନୁଯାୟୀ ଏହି କମ୍ପାନୀ ଗୁଡ଼ିକ ଅଟୋ ରିକ୍ସା ସେବା ଚଳାଇବାର ଅନୁମତି ଦେଇ ନାହାନ୍ତି । କେବଳ ଟ୍ୟାକ୍ସି କୁ ହିଁ ଅନୁମତି ମିଳିଛି । ତେବେ ଆୟୁକ୍ତ ଙ୍କ ଚିଠି ରେ କୁହାଯାଇଛି ଯେ, ଆଗ୍ରିଗେଟର୍ସ ସରକାରୀ ନିୟମ ଉଲ୍ଲଂଘନ କରି ଅଟୋ ଓ ରିକ୍ସା ସେବା ପ୍ରଦାନ କରୁଛନ୍ତି ।

ଏହା ସହିତ ବିଭାଗ ସରକାର ଙ୍କ ନଜର ରେ ଆସିଛି ଯେ, ଗ୍ରାହକ ଙ୍କୁ ସରକାର ଙ୍କ ଦ୍ଵାରା ନିର୍ଧାରିତ ଦର ରୁ ଅଧିକ ଶୁଳ୍କ ନିଆଯାଉଛି । ଯେଉଁ କାରଣରୁ ଏହି କମ୍ପାନୀ ଗୁଡ଼ିକ ବ୍ୟାନ କରାଯାଇଥିବା ଜଣା ପଡ଼ିଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *