ଓଜନ କମେଇବାର ସହଜ ଉପାୟ (Dr Abhay Kumar Sahoo)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଅନେକ ଲୋକ ଗୋଟିଏ ସମସ୍ୟା କୁ ନେଇ ବେଶ ଚିନ୍ତିତ ନିଜର ଓଜନ ବଢିବା । ତେବେ ଓଜନ ବଢିବାର ମୁଖ୍ୟ କାରଣ ହେଉଛି ଯେ ଆମ୍ଭ ଶରୀରକୁ ଯେଉଁ ନ୍ୟୁଟ୍ରିସନ ଦରକାର ତାହା ସଠିକ ଭାବରେ ହେଉନାହିଁ ଅଥବା ଅଧିକ ହେଉଛି କିଅବା କମ ପରିମାଣରେ ହେଉଅଛି । କେତୋଟି ଜେନେଟିକ କାରଣ ରହିଅଛି ଯେଉଁଠାରେ ମେଦବହୁଳତା ହୋଇଥାଏ । ତେବେ ଏହି ବିଷୟରେ ଅଧିକ ଚର୍ଚ୍ଚା କରିଛନ୍ତି ଡାକ୍ତର ଅଭୟ କୁମାର ସାହୁ । ତେବେ ସେହି ସବୁ ବିଷୟ ରେ ଆସନ୍ତୁ ଜାଣିନେବା ।

ମାତ୍ର ୯୦ ପ୍ରତିଶତ ମେଦବହୁଳତା ଆମ୍ଭ ମାନଙ୍କ ଭୁଲ ଯୋଗୁଁ ହୋଇଥାଏ । ଏହା ସାଧାରଣତ ୨ ଟି ଜିନିଷ ଉପରେ ନିର୍ଭର କରେ ଗୋଟିଏ ହେଉଛି ନୀତିଦିନ ଆମ୍ଭେ କେତେ କ୍ୟାଲୋରି ଆପଣ ଗେନ କରୁଛନ୍ତି ଏବଂ ନୀତିଦିନ କେତେ କ୍ୟାଲୋରି ହ୍ରାସ କରୁଛନ୍ତି । କ୍ୟାଲୋରି ଆମ୍ଭେ ଖାଦ୍ୟ ରୁ ପାଇଥାଉ ଓ ହ୍ରାସ କରିଥାଉ ବ୍ୟାୟାମ ମାଧ୍ୟମରେ ।

ଏହା ନିୟନ୍ତ୍ରଣ ରେ ନ ରହିଲେ ସାଧାରଣତ ଓଜନ ବଢିଥାଏ । ବର୍ତ୍ତମାନ ର ଆଧୁନିକ ଯୁଗରେ ଫାଷ୍ଟଫୁଡ ଧୃତ ଗତିରେ ବଢିବାକୁ ଲାଗିଅଛି । ଏହା ସାଧାରଣତ ସବୁଠାରୁ ବଡ କାରଣ ଅଟେ ମେଦବହୁଳତା ର । ପୂର୍ବରୁ ପିଲା ମାନେ ସ୍କୁଲ ରୁ ଆସି ଖେଳିବାକୁ ଧାଉଁଥିଲେ ମାତ୍ର ବର୍ତ୍ତମାନ ସ୍କୁଲ ରୁ ଆସି ପିଲାମାନେ ଫୋନ ଧରି ବସି ଯାଉଛନ୍ତି । କେହି ବାହାରକୁ ଘରୁ ବାହାରୁ ନାହାଁନ୍ତି । କୌଣସି ଲୋକ ମଧ୍ୟ ବ୍ୟାୟାମ କରୁ ନାହାଁନ୍ତି ।


ତେବେ ମେଦବହୁଳତା ହେଲେ ଡାଇବେଟିସ, ଭଳି ମାରାତ୍ମକ ରୋଗ ସହିତ ଏହା କିଡ୍ନି ଏବଂ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ଏଣୁ ଆରମ୍ଭରୁ ଆମ୍ଭକୁ ସତର୍କ ରହିବାକୁ ଅଛି । ମଦବହୁଳତା କମାଇବାର ସଠିକ ଉପାୟ ହେଉଛି ହାଇପ୍ରୋଟିନ, ଲୋକାର୍ବୋହାଇଡ୍ରେଟ, ଲୋ ଫ୍ୟାଟ, ହାଇ ଫାଇଭର ଡାଏଟ, ହାଇ ପ୍ରୋଟିନ କହିଲେ ଆମ୍ଭେ ଡାଲି ଜାତୀୟ ଖାଦ୍ୟ ଏବଂ ଆମିଷ କୁ ବୁଝିବା ।

ତେବେ ଲୋ ଫ୍ୟାଟ ମାନେ ତେଲ ଅଥବା ଘିଅ ଟୋଟାଲୀ ବନ୍ଦ । କାର୍ବୋହାଇଡ୍ରେଟ ହେଉଛି ଭାତ, ରୁଟି, ଆଳୁ ଇତ୍ୟାଦି କୁ ଆମ୍ଭେ କମ ପରିମାଣରେ ଖାଇବା । ଫାଇଭର ହେଉଛି ଆମ୍ଭର ଗ୍ରୀନ ସାଲାଡ । ଏଣୁ ଆମ୍ଭେ ଗ୍ରୀନ ସାଲାଡ ଅଧିକ ପରିମାଣରେ ଖାଇବା ।


ତେବେ ଏହିସବୁ ସାଧାରଣତ ମେଦବହୁଳତା କମିବାରେ ସାହାର୍ଯ୍ୟ କରିଥାଏ । ଯେଉଁ ମାନଙ୍କ ଡାଇବେଟିକ୍ସ, କୋଲେଷ୍ଟ୍ରୋଲ ଏବଂ ବ୍ଲଡ଼ପ୍ରେସର ରୋଗ ଅଛି ସେମାନେ ଯଥା ଶୀଘ୍ର ନିଜ ଡାକ୍ତର ସହିତ ଦେଖା କରିବା ଉଚିତ ଏହା ସହିତ ଆପଣ ନିୟମିତ ଭାବରେ ଔଷଧ ସେବନ କରି ଏହିଭଳି ମାରାତ୍ମକ ରୋଗରୁ ବଞ୍ଚିତ ରୁହନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *