ଓଜନ କମେଇବାର ସହଜ ଉପାୟ (Dr Abhay Kumar Sahoo)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ଲୋକ ମାନଙ୍କ ର ଗୋଟିଏ ସମସ୍ୟା କୁ ନେଇ ବେଶ ଚିନ୍ତିତ ନିଜର ଓଜନ ବଢିବା । ତେବେ ଓଜନ ବଢିବାର ମୁଖ୍ୟ କାରଣ ହେଉଛି ଯେ ଆମ୍ଭ ଶରୀରକୁ ଯେଉଁ ନ୍ୟୁଟ୍ରିସନ ଦରକାର ତାହା ସଠିକ ଭାବରେ ହେଉନାହିଁ ଅଥବା ଅଧିକ ହେଉଛି କିଅବା କମ ପରିମାଣରେ ହେଉଅଛି । କେତୋଟି ଜେନେଟିକ କାରଣ ରହିଅଛି ଯେଉଁଠାରେ ମେଦବହୁଳତା ହୋଇଥାଏ ।

ତେବେ ଏହି ବିଷୟରେ ଅଧିକ ଚର୍ଚ୍ଚା କରିଛନ୍ତି ଡାକ୍ତର ଅଭୟ କୁମାର ସାହୁ । ତେବେ ସେହି ସବୁ ବିଷୟ ରେ ଆସନ୍ତୁ ଜାଣିନେବା । ମାତ୍ର ୯୦ ପ୍ରତିଶତ ମେଦବହୁଳତା ଆମ୍ଭ ମାନଙ୍କ ଭୁଲ ଯୋଗୁଁ ହୋଇଥାଏ । ଏହା ସାଧାରଣତ ୨ ଟି ଜିନିଷ ଉପରେ ନିର୍ଭର କରେ ଗୋଟିଏ ହେଉଛି ନୀତିଦିନ ଆମ୍ଭେ କେତେ କ୍ୟାଲୋରି ଆପଣ ଗେନ କରୁଛନ୍ତି ଏବଂ ନୀତିଦିନ କେତେ କ୍ୟାଲୋରି ହ୍ରାସ କରୁଛନ୍ତି । କ୍ୟାଲୋରି ଆମ୍ଭେ ଖାଦ୍ୟ ରୁ ପାଇଥାଉ ।

ଏବଂ ହ୍ରାସ କରିଥାଉ ବ୍ୟାୟାମ ମାଧ୍ୟମରେ । ଏହା ନିୟନ୍ତ୍ରଣ ରେ ନ ରହିଲେ ସାଧାରଣତ ଓଜନ ବଢିଥାଏ । ବର୍ତ୍ତମାନ ର ଆଧୁନିକ ଯୁଗରେ ଫାଷ୍ଟଫୁଡ ଧୃତ ଗତିରେ ବଢିବାକୁ ଲାଗିଅଛି । ଏହା ସାଧାରଣତ ସବୁଠାରୁ ବଡ କାରଣ ଅଟେ ମେଦବହୁଳତା ର ।

ପୂର୍ବରୁ ପିଲା ମାନେ ସ୍କୁଲ ରୁ ଆସି ଖେଳିବାକୁ ଧାଉଁଥିଲେ ମାତ୍ର ବର୍ତ୍ତମାନ ସ୍କୁଲ ରୁ ଆସି ପିଲାମାନେ ଫୋନ ଧରି ବସି ଯାଉଛନ୍ତି।କେହି ବାହାରକୁ ଘରୁ ବାହାରୁ ନାହାଁନ୍ତି । କୌଣସି ଲୋକ ମଧ୍ୟ ବ୍ୟାୟାମ କରୁ ନାହାଁନ୍ତି । ତେବେ ମେଦବହୁଳତା ହେଲେ ଡାଇବେଟିସ, ଭଳି ମାରାତ୍ମକ ରୋଗ ସହିତ ଏହା କିଡ୍ନି ଏବଂ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ଏଣୁ ଆରମ୍ଭରୁ ଆମ୍ଭକୁ ସତର୍କ ରହିବାକୁ ଅଛି ।

ମଦବହୁଳତା କମାଇବାର ସଠିକ ଉପାୟ ହେଉଛି ହାଇପ୍ରୋଟିନ, ଲୋକାର୍ବୋହାଇଡ୍ରେଟ, ଲୋ ଫ୍ୟାଟ, ହାଇ ଫାଇଭର ଡାଏଟ, ହାଇ ପ୍ରୋଟିନ କହିଲେ ଆମ୍ଭେ ଡାଲି ଜାତୀୟ ଖାଦ୍ୟ ଏବଂ ଆମିଷ କୁ ବୁଝିବା ।  ତେବେ ଲୋ ଫ୍ୟାଟ ମାନେ ତେଲ ଅଥବା ଘିଅ ଟୋଟାଲୀ ବନ୍ଦ । କାର୍ବୋହାଇଡ୍ରେଟ ହେଉଛି ଭାତ, ରୁଟି, ଆଳୁ ଇତ୍ୟାଦି କୁ ଆମ୍ଭେ କମ ପରିମାଣରେ ଖାଇବା ।

ଫାଇଭର ହେଉଛି ଆମ୍ଭର ଗ୍ରୀନ ସାଲାଡ। ଏଣୁ ଆମ୍ଭେ ଗ୍ରୀନ ସାଲାଡ ଅଧିକ ପରିମାଣରେ ଖାଇବା। ତେବେ ଏହିସବୁ ସାଧାରଣତ ମେଦବହୁଳତା କମିବାରେ ସାହାର୍ଯ୍ୟ କରିଥାଏ । ଯେଉଁ ମାନଙ୍କ ଡାଇବେଟିକ୍ସ, କୋଲେଷ୍ଟ୍ରୋଲ ଏବଂ ବ୍ଲଡ଼ପ୍ରେସର ରୋଗ ଅଛି ସେମାନେ ଯଥା ଶୀଘ୍ର ନିଜ ଡାକ୍ତର ସହିତ ଦେଖା କରିବା ଉଚିତ ।

ଏହା ସହିତ ଆପଣ ନିୟମିତ ଭାବରେ ଔଷଧ ସେବନ କରି ଏହିଭଳି ମାରାତ୍ମକ ରୋଗରୁ ବଞ୍ଚିତ ରୁହନ୍ତୁ । ତେବେ ଆଶା କରୁଛି ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *