ଦର୍ଶକ ବନ୍ଧୁ ଏବେ ଏକ ଏଭଳି ଖବର ସାମ୍ନାକୁ ଆସୁଛି ଯାହା ସାରା ଓଡିଶାର ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଓଡିଶାରେ ମିଳିଲା ସୁନାଖଣିର ସନ୍ଧାନ ହଁ ଆଜ୍ଞା ଓଡିଶାର ତିନି ଜିଲ୍ଲାରେ ସୁନାଖଣି ଏବେ ଚିହ୍ନଟ ହୋଇଛି ।
ଯେଉଁଠି ସୁନା ପଥର ରହିଛି ମାଟି ତଳେ । ତେବେ ଏହି ତିନି ଜିଲ୍ଲା ହେଉଛି ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ । ଗତ କାଲି ଖଣି ମନ୍ତ୍ରି ପ୍ରଫୁଲ ମଲିକ ଏହି ସୂଚନା ଦେଇଛନ୍ତି । ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି ।
ତେବେ ରାଜ୍ୟର କୌଣସି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଛି କି ଯଦି ମିଳିଛି ତାର ବିଶେଷ ବିବରଣୀ ଦେବାକୁ ଇସ୍ପାତ ଏବଂ ଖଣି ମନ୍ତ୍ରିଙ୍କୁ ଅନୁରୋଧ କରିଥିଲେ ବିଧାୟକ ସୁଧୀର ସାମଲ । ଆଉ ଏହାର ଉତ୍ତର ଦେଇ ମନ୍ତ୍ରୀ ପ୍ରଫୁଲ ମଲିକ କହିଛନ୍ତି, ରାଜ୍ୟର ତିନି ଜିଲ୍ଲା ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜର ଅନେକ ଅଞ୍ଚଳରେ ମାଟି ତଳେ ସୁନା ପଥର ଗଛିତ ହୋଇ ରହିଛି ।
ଖଣି ଏବଂ ଭୂତତ୍ଵ ନିର୍ଦ୍ଦେଶାଳୟ ଜିଏସଆଇର ଅନୁସନ୍ଧାନରୁ ଏହା ଜଣା ପଡିଛି । ତେବେ ମନ୍ତ୍ରୀ କହିଛନ୍ତି ଦେବଗଡ ଜିଲ୍ଲାର ଆରଷ, କେନ୍ଦୁଝର ଜିଲ୍ଲାର ଗୋପୁର, ଗାଜିପୁର, ଗୋସାବେଳ, ଅଡାଳ, ତେଲକୋଇର ସଢେଇକଳା, ତିମିରି ମୁଣ୍ଡା, ଗବର ଡଙ୍ଗା ଏବଂ ମୟୂରଭଞ୍ଜ ଜିଲ୍ଲାର ସୁରିଆଗଡା, ଜୁଆସି, ଇଡେଇକୋଢା, ମାରିଡେହୀ, ସୁଲେଇକଟ ଏବଂ ବାଦାମ ପାହାଡ ଅଞ୍ଚଳରେ ସୁନା ପଥର ଥିବା ସର୍ଭେରୁ ଜଣା ପଡୁଛି ।
ବନ୍ଧୁଗଣ କୁହା ଯାଉଛି ଏସବୁ ଖନନ ହେଲେ ସୁନା ବାହାରିବ । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ସାରା ରାଜ୍ୟରେ ସୁନା ଖଣିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନେକ ଲୋକ ଏହି ଖବରକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷେ ଅନେକ ଲୋକ ଏହି ଖବର ବିଷୟରେ ଜାଣି ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।