ଓଡିଶାରେ ଏବେ କେଜିଏଫ ମାଟି ତଳେ ରହିଛି ସୁନା । ଡ୍ରିଲ କରି ଦେଖିଲା ସିଜିଏସଆଇ ମାଟି ତଳେ ଗଚ୍ଛିତ ରହିଛି ସୁନା । ଗୋଟିଏ କି ଦୁଇଟି ନୁହେଁ ରହିଛି ଅନେକ ସାରା ସୁନା ଖଣି । ଦର୍ଶକ ବନ୍ଧୁ ସୁନାର ଦର ଉପରେ ସାରା ବିଶ୍ଵର ନଜର ରହିଛି । ସୁନା ଦର ଏମିତି ବଢି ଚାଲିଛି ଯାହାକି ସାଧାରଣ ମଣିଷ ଚାହିଁଲେ ବି ସୁନା 10 କିଲୋ କିଣିବା ଅସମ୍ଭବ ହୋଇ ପଡୁଛି । ତେବେ ସୁନାର ଚାହିଦା ଆଜିକାଲିରୁ ନୁହେଁ ବହୁତ ଆଗରୁ ସୁନାର ଚାହିଦା ରହି ଆସିଛି ।
ଏମିତି କି ଏହି ସୁନା ପାଇଁ ମହାଯୁଦ୍ଧ ବି ହେଇଛି ରକ୍ତ ବି ବହିଛି । ତେବେ ତେଲୁଗୁ ଫିଲ୍ମ କେଜିଏଫ ଯେଉଁ ଭଳି ଧୂମ ମଚେଇ ଥିଲା ତାହା ସମସ୍ତେ ଦେଖି ଛନ୍ତି । ତେବେ ସେହି ଫିଲ୍ମର ସବୁଠାରୁ ମୁଖ୍ୟ ଆକର୍ଷଣ ରହିଥିଲା କେଜିଏଫ ସ୍ଥାନଟି । ଯାହା ଅନୁସାରେ ଫିଲ୍ମର ଟାଇଟେଲ ମଧ୍ୟ ଦିଆ ଯାଇଥିଲା ।
ତେବେ କେଜିଏଫ ହେଉଛି ଗୋଟେ ବହୁତ ବଡ ସୁନା ଖଣି ଆଉ ସେହି ସୁନା ଖଣିକୁ ନେଇ କାହାଣୀ ପ୍ରସ୍ତୁତ କରା ଯାଇଥିଲା । ତେବେ କିଭଳି ସୁନା ସେଠାରୁ ପ୍ରଚୁର ପରିମାଣରେ ବାହାରୁ ଥିଲା ଆଉ କଳା ବଜାରୀ କରା ଯାଉଥିଲା ଏସବୁକୁ ନେଇ କାହାଣୀ ପ୍ରସ୍ତୁତ ହୋଇ ଥିଲା । ଏହି ଫିଲ୍ମରେ ଆପଣ ମାନେ ଦେଖି ଥିବେ ସେହି ଜାଗାରେ ଅଧିକାର ନେବା ପାଇଁ କେମିତି ରକ୍ତ ବୋହୁ ଥିଲା ।
ତେବେ ପ୍ରଚୁର ମାତ୍ରାରେ ସୁନା ବାହାରୁ ଥିବା କେଜିଏଫ ଖଣି ଆଜି ସେମିତି ପଡି ରହିଛି । କିଛି ଘଟଣା ପରେ ସେହି ସ୍ଥାନକୁ ସରକାର ବ୍ୟାନ୍ କରିଦେଲେ । ହେଲେ ଏବେ ବଡ ଚର୍ଚ୍ଚା ଓଡିଶାରେ କେଜିଏଫ ହଁ ଆଜ୍ଞା ଓଡିଶାର ମାଟି ତଳେ ରହିଛି ପ୍ରଚୁର ମାତ୍ରାରେ ସୁନା ଯାହାକି ଏବେ ପରୀକ୍ଷା କଲା ପରେ ଜଣା ପଡିଛି । ତେବେ ଓଡିଶାରେ ଗୋଟେ କି ଦୁଇଟି ନୁହେଁ ତିନୋଟି ଜିଲ୍ଲାରେ ସୁନା ଖଣି ଥିବା ସୂଚନା ମିଳିଛି ।
ବିଧାନ ସଭାରେ ଏନେଇ ଇସ୍ପାତ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ସୂଚନା ଦେଇଥିଲେ ଯେ କେନ୍ଦୁଝର, ଦେବଗଡ ଏବଂ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ରହିଛି ସୁନା ପଥର । ତେବେ ଦର୍ଶକ ବନ୍ଧୁ ଏହି ଖବରକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।