ନବୀନଙ୍କ ପରେ ଆରମ୍ଭ ହେବ ଅରୁଣଙ୍କ ଯୁଗ, ବାପାଙ୍କ ପରେ ପୁଅ ଆଉ ଏବେ ପଡିବ ନାତିଙ୍କ ପାଳି । ସବୁ ଆଶାୟୀଙ୍କ ଛାତି ଧକ ଧକ ଅରୁଣ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଚାଲ ଆଗରେ ଫେଲ ମାରିବ କୂଟନୀତି । ପୁତୁରା ହେବେ ମୁଖ୍ୟମନ୍ତ୍ରୀ । ହଁ ଦର୍ଶକ ବନ୍ଧୁ ନବୀନଙ୍କ ଯୁଗ ଆରମ୍ଭ ଶେଷ ହେବା ପରେ ଆରମ୍ଭ ହେବ ଅରୁଣଙ୍କ ଯୁଗ । ଓଡିଶା ଦେଖିବ ନବୀନ ସୁର୍ଜ୍ୟଦୟ ।
ବାପାଙ୍କ ପରେ ପୁଅ ଆଉ ଏବେ ପଡିବ ନାତିର ପାଳି । ବିଜୁ ଲିଗାସୀକୁ ଆଗକୁ ନେବା ପାଇଁ ରେଡି ହୋଇ ରହିଛନ୍ତି ତାଙ୍କ ନାତି । ଆଉ ଯାହାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ଚାଲିଛି । ଆଉ ବର୍ତ୍ତମାନ ସମୟରେ ଓଡିଶାରେ ଯେଉଁ ପ୍ରଶ୍ନଟି ସବୁଠାରୁ ଅଧିକ ପଚରା ଯାଏ ସେ ପ୍ରଶ୍ନ ହେଉଛି ନବୀନ ପଟ୍ଟନାୟକଙ୍କ ପରେ କିଏ ହେବ ଓଡିଶାର ମୁଖ୍ୟମନ୍ତ୍ରୀ ।
କାରଣ ଓଡିଶାରେ ଆଜି ଯାଏଁ ସେଭଳି ନେତା କେହି ସୃଷ୍ଟି ହୋଇ ନାହାନ୍ତି ଯିଏ ନବୀନ ପଟ୍ଟନାୟକଙ୍କର ବିକଳ୍ପ ହୋଇ ପାରିବ । ବିଜେଡି ଦଳରେ ମଧ୍ୟ ନବୀନଙ୍କୁ ଛାଡି ଦେଲେ ଦ୍ଵିତୀୟ ନେତା କେହି ବି ନାହାନ୍ତି । ତେଣୁ ତାଙ୍କ ପରେ ଆଉ କିଏ ବୋଲି ପ୍ରଶ୍ନ କରା ଯାଏ । ଯେଉଁ ପ୍ରଶ୍ନ ଯେତେ ଅଧିକ ପଚରା ଯାଏ ତାକୁ ନେଇ ସେତେ ଉଡା ଖବର ବି ଘୁରି ବୁଲେ ।
ତେବେ ନବୀନ ପଟ୍ଟନାୟକଙ୍କ ପରେ ଅନେକ ନେତା ମୁଖ୍ୟମନ୍ତ୍ରୀ ଦୌଡରେ ରହିଛନ୍ତି ବୋଲି ଶୁଣିବାକୁ ମିଳୁ ଥିଲା କିନ୍ତୁ ତାହା କେବଳ ଅନୁମାନ । କିନ୍ତୁ ଏବେ ଯେଉଁ ନାଁ ଶୁଣିବାକୁ ମିଳୁଛି ତାହା ସତ ପରି ଲାଗୁଛି । ଉପରୁ ନ ଜଣାଇ ଭିତରେ ଭିତରେ ଭବିଷ୍ୟତ ମୁଖ୍ୟମନ୍ତ୍ରୀଙ୍କୁ ତିଆରି କରୁଛନ୍ତି ନବୀନ ପଟ୍ଟନାୟକ ।
ବିଜୁ ବାବୁ ଯେଉଁ ଭଳି ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ଆଗକୁ ଆଣି ନଥିଲେ ହେଲେ ବିଜୁ ବାବୁଙ୍କ ବିୟୋଗ ପରେ ନବୀନ ହିଁ ହୋଇ ଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ । ତେବେ ଦର୍ଶକ ବନ୍ଧୁ ଠିକ ସେମିତି ବାପାଙ୍କ ରାସ୍ତାରେ ଚାଲୁ ଛନ୍ତି ନବୀନ ପଟ୍ଟନାୟକ । ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ପୁତୁରାକୁ ରାଜନୀତିରେ ଆଣି ନାହାନ୍ତି ହେଲେ ଠିକ ସମୟ ଆସିଲେ ନିଶ୍ଚୟ ଆଣିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।