Weather Update: ଓଡ଼ିଶାକୁ ଆସୁଛି ମହାବାତ୍ୟା ‘ସିତରଙ୍ଗ’, ଘଣ୍ଟାପ୍ରତି 200-250km ବହିବ ପବନ, ଦେଖନ୍ତୁ କେଉଁ ସବୁ ସ୍ଥାନକୁ କରିବ ଅଧିକ ପ୍ରଭାବିତ

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଓଡ଼ିଶା ଦେଖିପାରେ ଆଉ ଏକ ମହାବାତ୍ୟା । ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗର ରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି । ଅକ୍ଟୋବର ୧୮ ତାରିଖ ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗର ରେ ସୁପର ସାଇକ୍ଲୋନ ସୃଷ୍ଟି ହେବାକୁ ନେଇ ଆମେରିକା ପାଣିପାଗ ପୂର୍ବାନୁମାନ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ତଥା ଜିଏଫଏସ୍ ପୂର୍ବାନୁମାନ କରିଛି ।

ଜିଏଫସ ର ସୂଚନା ମୁତାବକ ଆସନ୍ତା ଅକ୍ଟୋବର ୧୭ ତାରିଖ ରେ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହା ୧୮ ତାରିଖ ସୁଦ୍ଧା ସାଇକ୍ଲୋନିକ ଝଡ଼ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି କରିଥିବାକୁ ନେଇ ଜଳବାୟୁ ଏବଂ ପାଣିପାଗ ଗବେଷକ ମୋସ୍ତାଫା କମଲ ପଲାଶ କହିଛନ୍ତି । ଆସୁଥିବା ଏହି ବାତ୍ୟା ର ନାମ ସିତରଙ୍ଗ ରଖାଯାଇଛି ।

ଏହି ବାତ୍ୟା ଟି ମହାବାତ୍ୟା ର ରୂପ ନେଇପାରେ ବୋଲି ଗବେଷକ ପଲାସ କହିଛନ୍ତି । ବଙ୍ଗଳାଦେଶ ର ସୁନ୍ଦରବନ ଉପକୂଳ ଏବଂ ପଶ୍ଚିମବଙ୍ଗ ରେ ଲ୍ୟାଣ୍ଡଫଲ କରିବାକୁ ନେଇ ପୂର୍ବାନୁମାନ କରାଯାଇଛି । ସମ୍ଭାବିତ ଶକ୍ତିଶାଳୀ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ରୁ ବଙ୍ଗଳାଦେଶ ଏବଂ ପଶ୍ଚିମବଙ୍ଗ ର ସୁନ୍ଦରବନ ଉପକୂଳ ରେ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଇଛି ।

ତେବେ ଏହା ମହାବାତ୍ୟା ହେଲେ ଘଣ୍ଟା ପ୍ରତି ୨୦୦ ରୁ ୨୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଉଛି । ତେବେ ସବୁଠାରୁ ବଡ଼ କଥା ହେଉଛି ବାତ୍ୟା ସମୟ ରେ ସମୁଦ୍ର ରେ ୧୫ ରୁ ୨୦ ଫୁଟ ଉଚ୍ଚତା ର ଜୁଆର ଆସିବାର ସମ୍ଭାବନା ରହିଛି ।

ବାତ୍ୟା ଆଗମନ ର ଖବର ନିଶ୍ଚିତ ଭାବରେ ଓଡ଼ିଶା ବାସୀ ଙ୍କ ପାଇଁ ଭୟଙ୍କର ଅଟେ । କାରଣ ପୂର୍ବରୁ ହୋଇଥିବା ବାତ୍ୟା ରେ ଓଡ଼ିଶା ର ଅନେକ କ୍ଷତି ଘଟିଛି । ତେବେ ଆସୁଥିବା ଏହି ବାତ୍ୟା “ସିତରଙ୍ଗ” ଆଗାମୀ ସମୟ ରେ କେଉଁ ରୂପ ଧାରଣ କରିବ ଏବଂ କଣ ସବୁ କ୍ଷୟକ୍ଷତି କରିବ ତାହା ତ ଆସନ୍ତା ସମୟରେ ହିଁ ଜଣା ପଡ଼ିବ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *