ଓଡିଶାରୁ କେନ୍ଦ୍ରମନ୍ତ୍ରୀ ହେବେ କେଉଁ ସାଂସଦ, ଆସିଲା ଫୋନ୍ କଲ, ମୋଦୀଙ୍କ ବାସଭବନକୁ ଗଲେ । Narendra Modi

କେନ୍ଦ୍ରମନ୍ତ୍ରୀ ହେବାକୁ ଓଡିଶାର ଏହି ନେତାଙ୍କୁ ଆସିଥିଲା ଫୋନ କଲ୍ ! ତେବେ ସୂଚନା ମୁତାବିକ ଓଡିଶାର କେଉଁ କେଉଁ ସାଂସଦ ମାନେ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇବେ ତାହା ପାଇଁ ତାଙ୍କୁ ସବୁ ଫୋନ କଲ୍ ଆସିଛି । ତେବେ ଗତକାଲି ରାଷ୍ଟ୍ରପତି ଭବନରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ମାନ୍ୟବର ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବହୁତ ବଡ ଆଡମ୍ବର ସହକାରେ ମାନ୍ୟବର ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

 

ଯେଉଁ ଶପଥ ସଭାରେ ଅନେକ ବଡ ବଡ ହେଭିୱେଟ ନେତା ମାନେ ମଧ୍ୟ ସାମିଲ ହୋଇଥିଲେ । ତେବେ ଓଡିଶାରେ ଏଥର ଭାରତୀୟ ଜନତା ପାର୍ଟି ବହୁତ ଭଲ ପଦର୍ଶନ କରିଥିଲା । ତେଣୁ ଓଡିଶାର ଲୋକସଭା କ୍ଷେତ୍ରରେ ଚଳିତ ବର୍ଷ ବିଜେପି ବହୁତ ଭଲ ପଦର୍ଶନ କରି ରେକର୍ଡ ସୃଷ୍ଟି କରିଛି । ତେଣୁ ଓଡିଶାରୁ ବହୁ ସାଂସଦ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସଭାରେ ଉପସ୍ଥିତ ରହିଥିଲେ ।

ତେବେ ଓଡିଶାର ସେହି ସାଂସଦ ମାନଙ୍କ ମଧ୍ୟରୁ କେଉଁ ସବୁ ନେତା ମାନଙ୍କୁ କେଉଁ ସବୁ ସ୍ଥାନ ମିଳିପାରେ ଜାଣନ୍ତୁ । ଏହାରି ମଧ୍ୟରେ ମୋଦୀ କ୍ଯାବିନେଟରେ ଏହି ସବୁ ନେତା ମାନଙ୍କୁ ସ୍ଥାନ ମିଳିବ । ଓଡିଶାରୁ ରାଜ୍ୟସଭା ସାଂସଦ ଅଶ୍ଵିନୀ ବୈଷ୍ଣବ ଓ ସାଂସଦ ଜୁଏଲ ଓରାମ ଙ୍କ ଭଳି ବଡ ବଡ ହେଭିୱେଟ ନେତା ପୂର୍ବ ଥର ପରି ଏଥର ମଧ୍ୟ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ । କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡିଶାକୁ ଅଧିକ ପ୍ରାଧାନ୍ୟ ମିଳିଛି ।

 

ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀଙ୍କ ନାମ ଆଗରେ ରହିଛି । ତେବେ ବାଚସ୍ପତି ପଦ ପାଇଁ ଭର୍ତ୍ତୁହରି ମହତାବଙ୍କ ନାମ ଘୋଷଣା କରାଯାଇପାରେ ବୋଲି ଯାହାକି ଜାତୀୟ ଗଣମାଧ୍ୟମରେ ଚର୍ଚା ହୋଇଛି । ତେବେ ଏଥର ଓଡିଶାର ଲୋକସଭା କ୍ଷେତ୍ରରେ 21 ରୁ 20 ଟି ଆସନ ଭାରତୀୟ ଜନତା ପାର୍ଟିକୁ ମିଳିପାରିଛି । ଏଥିସହ ବହୁତ ଭଲ ପଦର୍ଶନ କରି ବିଜେପି ଓଡିଶାରେ ନିଜ ଗଡକୁ ମଜଭୁତ କରିପାରିଛି । ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ବିଜେପିରୁ କିଏ ହେଉଛି ତାହା ଦେଖିବାକୁ ଅପେକ୍ଷା ରହିଲା ? ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *