ଓଡିଶାରେ କିଏ ଜିତିବ କହିଲେ ପୂର୍ବତନ IG। ବର୍ତ୍ତମାନ ରାଜ୍ୟ ରାଜନୀତିକୁ ନେଇ ସବୁଆଡେ ଚର୍ଚା ଲାଗି ରହିଥିବା ବେଳେ ଗଣତନ୍ତ୍ରର ସବୁଠାରୁ ବଡ ପର୍ବରେ ଲୋକମାନେ ନିଜ ନିଜର ମତାଧିକାର କରି ନିଜର ପ୍ରିୟ ପ୍ରାର୍ଥୀକୁ ବାଛୁଛନ୍ତି । ତେବେ ଏହାରି ମଧ୍ୟରେ ପୂର୍ବତନ IG ବଟକୃଷ୍ଣ ତ୍ରିପାଠୀ ଗଣ ମାଧ୍ୟମ ସାମ୍ନାରେ ଏଭଳି କିଛି ମନ୍ତବ୍ୟ ରାଜନୀତିକୁ ନେଇ ରଖିଛନ୍ତି । ତେବେ ତାଙ୍କ କହିବା ଅନୁଯାଇ ଏଥର 2024 ନିର୍ନାଚନ ଓଡିଶା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ନିର୍ବାଚନ ହୋଇଛି ।
କାରଣ ଗତ ନିର୍ବାଚନ ମାନଙ୍କରେ ଓଡିଶାରେ ବିଜେଡି ସରକାର ଜିତିବାର ସମ୍ଭାବନା ଖୁବ ଅଧିକ ରହୁଥିଲା । ହେଲେ ଏଥର ନିର୍ବାଚନ ପୁରା ପ୍ରତିଦ୍ୱନ୍ଦିତାମୂଳକ ଭାବେ ହୋଇଛି । ବିଜେଡି ଓ ବିଜେପି ଏଥର ପୁରା କଡା ଟକ୍କର ଲଗାଲଗି ହୋଇ ନିର୍ନାଚନ ହେଉଛି । କଙ୍ଗ୍ରେଶ ମଧ୍ୟ ତାହାର ଜୋଷରେ ଆଗକୁ ବଢି ଚାଲିଛି । ଆଗରୁ ଯେତେ ଥର ମଧ୍ୟ ନିର୍ବାଚନ ହୁଏ । କେନ୍ଦ୍ରରୁ ବଡ ବଡ ନେତା ମନ୍ତ୍ରୀ ମାନେ ଏତେ ଥର ଆସନ୍ତି ନାହିଁ ।
ହେଲେ ଏଥର ନିର୍ବାଚନରେ ବହୁତ ଥର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ହେଭିୱେଟ ନେତା ମଧ୍ୟ ପ୍ରଚାର ଉଦ୍ଧେଶ୍ୟରେ ଆସୁଛନ୍ତି । ଅପର ପକ୍ଷରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିୟାନଙ୍କ ଛଡା ଆଉ କେହି ନେତା ଅଧିକ ପ୍ରଚାରରେ ଆସୁନାହାନ୍ତି । ତେବେ ସବୁ ଦ୍ରୁଷ୍ଟିରୁ ନିର୍ବାଚନର ଫାଳଫଳ କଣ ଯେ ଆସିବ ତାହା ତ ସ୍ପଷ୍ଠ ଭାବେ ଆଗକୁ କୁହାଯାଇପାରିବ ନାହିଁ । ହେଲେ ଯଦି ସମ୍ଭାବ୍ୟ ଦ୍ରୁଷ୍ଟିରୁ କୁହାଯିବ ।
ତେବେ ଆଗରୁ ବିଜେଡି ସରକାର କରିବ ବୋଲି ଯେତେ ଅଧିକ ସମ୍ଭାବନା ରହୁଥିଲା । ତାହା ଏଥର ନହେବାର ସମ୍ଭାବନା ଅଧିକ ରହୁଛି । ଓଡିଶାର ସବୁଠାରୁ ତୁଙ୍ଗ ନେତା ଯଦି କାହାକୁ ପୂର୍ବେ କୁହାଯାଉଥିଲା । ସେ ଥିଲେ ବରିଷ୍ଠ ନେତା ବିଜୁ ପଟ୍ଟନାୟକ । ବିଜୁ ବାବୁଙ୍କ ସହ ଓଡିଶାରେ ଅନ୍ୟ କେହି ନେତାଙ୍କୁ ତୁଳନା କରାଯାଇପାରିବ ନାହିଁ । ଓଡିଶାକୁ ସେ ଅତି ପାଖରୁ ଦେଖି ଲୋକଙ୍କର ଦୁଃଖରେ ସୁଖରେ ପ୍ରତ୍ଯେକଟି କ୍ଷେତ୍ରରେ ଲୋକଙ୍କ ସହ ଜଡିତ ରହୁଥିଲେ । ତେବେ ତାଙ୍କ ତୁଳନାରେ ନବୀନ ପଟ୍ଟନାୟକ ଯେତେ ଭଲ ହେଲେ ସେ ବିଜୁ ବାବୁଙ୍କ ପଛରେ ରହିବେ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।