ଓଡିଶାରେ କିଏ ଜିତିବ ଖୋଲି କହିଲେ ଲଳିତ ମିଶ୍ର । ଏଥର ଓଡିଶାରେ କିଏ ଗଢିବ ସରକାର ତାହାକୁ ନେଇ ରହିଛି ସବୁଠାରେ ଚର୍ଚା ! ବିଜୁ ଜନତା ଦଳ ନା ଭାରତୀୟ ଜନତା ପାର୍ଟି କିଏ ଓଡିଶାର ମଙ୍ଗ ଧରିବାକୁ ଯାଉଛି ସେ ଉପରେ ଅନେକ ରାଜନୀତି ସମୀକ୍ଷକ ନିଜ ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ରଖୁଛନ୍ତି । ତେବେ ବରିଷ୍ଠ ସାମ୍ବାଦିକ ଲଳିତ ମିଶ୍ର ଗଣ ମାଧ୍ୟମରେ ଓଡିଶାରେ କିଏ ଗଢିବ ସରକାର ପ୍ରସଙ୍ଗକୁ ଏଇ ନିଜର ମତ ରଖିଛନ୍ତି ।
ତେବେ ତାଙ୍କ କହିବା ଅନୁଯାଇ ଏଥର 2024 ନିର୍ବାଚନ ସବୁଠାରୁ ଭିନ୍ନ ଧରଣର ନିର୍ବାଚନ ହୋଇଛି କହିଲେ ଚଳେ । ତେବେ ଏଥିରେ ବିଜେଡି ଆଉ ବିଜେପି ମଧ୍ୟ ପୁରା କଡାକଡି ଟକ୍କର ହୋଇଛି । ବିଜେପି ବାଲା ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ପ୍ରକାର ଟାର୍ଗେଟ କରି ନିଜର ଲୋକପ୍ରିୟତା ବଢାଇବାରେ କାମ ବହୁତ କରିଛନ୍ତି । ଘନ ଘନ କେନ୍ଦ୍ରମନ୍ତ୍ରୀ ମାନେ ଓଡିଶାକୁ ଆସିଛନ୍ତି । ହେଲେ ତାହାର ପ୍ରତି ବଦଳରେ ବିଜେଡି ପକ୍ଷରୁ ସେମିତି ଜୋରଦାର କ୍ୟାମ୍ପନିଙ୍ଗ ହୋଇନାହିଁ ।
ବିଜେପି ବିରୁଦ୍ଧରେ ବିଜେଡି ସେଭଳି କିଛି ବଡ ପ୍ରତିବାଦ ମଧ୍ୟ କରିନାହିଁ । ବିଜେଡି କେବଳ ଓଡିଶାରେ କରିଥିବା ବିକାଶ କାର୍ଯ୍ୟ ଉପରେ ଅଧିକ ଆଲୋଚନା କରି କ୍ୟାମ୍ପନିଙ୍ଗ କରିଛନ୍ତି । ବିଜେପି କିନ୍ତୁ ବିଜୁ ଜନତା ଦଳ ଉପରେ ଆଟାକ କରିବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସ୍ଵାସ୍ଥବସ୍ତା ପ୍ରସଙ୍ଗକୁ ଓଡିଶାବାସୀଙ୍କ ସାମ୍ନାରେ ବଖାଣିଛନ୍ତି । ଏଥିସହ କାର୍ତ୍ତିକ ପାଣ୍ଡିୟାନଙ୍କର ବିଜୁ ଜନତା ଦଳରେ କଣ ସ୍ଥିତି ରହିଛି ତାହା ଉପରେ ମଧ୍ୟ ଅଧିକ ଫୋକୋଷ କରି ବିଜେଡିକୁ ଟାର୍ଗେଟ କରିଛି ।
ଓଡିଶାର ଅସ୍ମିତାକୁ ମଧ୍ୟ ବିଜେପି ନିର୍ବାଚନୀର ବଡ ମୁଦ୍ଦା ବନାଇ ନିର୍ବାଚନ ଲଢିଛି । ତେବେ ସର୍ବ ଉପରେ ଯଦି ନିର୍ବାଚନ ଫଳାଫଳ ବିଷୟରେ କହିବାକୁ ଯିବା । ତେବେ ଏଥର ଓଡିଶାରେ ଭାରତୀୟ ଜନତା ପାର୍ଟି ବହୁତ ଭଲ ରେଜଲ୍ଟ କରିବାକୁ ଯାଉଛି ବୋଲି କହିବାରେ କୌଣସି ସନ୍ଦେହ ନାହିଁ । ବିଜୁ ଜନତା ଦଳ ଓଡିଶାରେ ପୁଣି ଥରେ ସରକାରକୁ ଆସିବ କି ନାହିଁ ତାହା ତ ରେଜଲ୍ଟ ଆସିବା ପରେ ହିଁ ଜଣାଯିବ । ହେଲେ ଓଡିଶାରେ ମୋଦୀ ଲହରର ବହୁତ ବଡ ପ୍ରଭାବ ପକାଇ ଓଡିଶାରେ କିଛି ପରିବର୍ତ୍ତନ ହେବାକୁ ଯାଉଛି ବୋଲି କୁହାଯାଇପାରିବ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।