ମୁଖ୍ୟମନ୍ତ୍ରୀ କହିଲେ ବାହାନଗା ହାଇସ୍କୁଲ ଓଡିଶାର ସବୁଠାରୁ ବେଷ୍ଟ ସ୍କୁଲ ହେବ, 5T ସଚିବ VK Pandian

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ କହିଲେ ବାହାନଗା ହେବ ଓଡିଶାର ୧ ନମ୍ବର ସ୍କୁଲ ! ଖବର ଅନୁଯାଇ ବାହାନଗା ରେଳ ଦୁର୍ଘଟଣା ଟ୍ରାଜେଡି ପରେ ଶତାଧିକ ମୃତାହତ ଲୋକଙ୍କର ଡେଡବଡି ବାହାନଗା ସ୍କୁଲରେ ରଖା ଯାଇଥିଲା । ତେବେ ବାହାନଗା ରେଳ ଦୁର୍ଘଟଣା ପରେ ସେଠାକାର ସ୍ଥାନୀୟ ପରିବେଶ ପୂର୍ବ ଅପେକ୍ଷା ଅସ୍ଵାଭାବିକ ହୋଇପଡିଛି । ଲୋକଙ୍କ ମନରେ ଭୁତ, ପ୍ରେତକୁ ନେଇ ମଧ୍ୟ ନେଗେଟିଭ ଭାବନା ମନକୁ ଆସୁଛି ।

ବିଶେଷ କରି ବାହାନଗା ସ୍କୁଲରେ ଯେଉଁ ଗଦା ଗଦା ଶବ ରଖା ଯାଇଥିଲା । ଶବ କଢା ଯିବା ପରେ ମଧ୍ୟ ବିଦ୍ୟାଳୟରେ ମାହୋଲରେ ନକରାତ୍ମକ ଊର୍ଜା ବଢି ଯାଇଛି । ଯେଉଁ କାରଣରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାହାନଗା ହାଇସ୍କୁଲକୁ ଓଡିଶାର ବେଷ୍ଟ ସ୍କୁଲ ପରି କରି ଗଢି ତୋଳିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ତେବେ ବାହାନଗା ସ୍କୁଲର ଉନ୍ନତିକରଣ ନିମନ୍ତେ ଆୟୋଜନ କରାଯାଇଥିବା ବୈଠକରେ 5 ଟି ସଚିବ ସମେତ ସ୍କୁଲର ଶିକ୍ଷକ ଓ କିଛି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଯେଉଁଠାରେ କିପରି ଭାବରେ ବାହାନଗା ସ୍କୁଲର ଉନ୍ନତି କରାଯାଇ ପାରିବ ଏହି କଥାକୁ ବିଚାର ପରିସରଭୁକ୍ତ କରାଯାଇଥିଲା । ତେବେ ଉକ୍ତ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ନିଜ ନିଜର ମତ 5 ଟି ସଚିବଙ୍କ ନିକଟରେ ଉପସ୍ଥାପନା ମଧ୍ୟ କରିଥିଲେ । ପିଲା ମାନଙ୍କ କହିବା ଅନୁଯାଇ ରେଳ ଦୁର୍ଘଟଣାର ମୃତାହତ ହୋଇଥିବା ମର ଶରୀର ଗୁଡିକ ବିଦ୍ୟାଳୟ ରୁମରେ ରଖା ଯାଇଥିଲା । ତେଣୁ ସେଠାରେ ସବୁଆଡେ ରକ୍ତର ଛାପ ହୋଇ ଯାଇଛି । ଯଦି ସମସ୍ତ କ୍ଳାସ ରୁମ ଗୁଡିକ ନୂଆ କରି ହୁଆନ୍ତା ।

ତେବେ ଏଥିରେ ସମସ୍ତ ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ । ଏହା ବ୍ଯତୀତ ସ୍କୁଲରେ ଖେଳିବା ପାଇଁ ପ୍ଲେ ଗ୍ରାଉଣ୍ଡ, ପଢିବା ପାଇଁ ଲାଇବ୍ରେରୀ ଭଳି ଯଦି କରି କରାଜୀବ ଦରକାର । ତେବେ ଏହି ସମସ୍ତ କଥାକୁ ଆଖିରେ ରଖି ବାଲେଶ୍ଵର ସ୍ଥିତ ବାହାନଗା ହାଇସ୍କୁଲର ଉନ୍ନତିକରଣ କରାଯିବ ବୋଲି ବୈଠକରେ ସମସ୍ତଙ୍କ ସାମ୍ନାରେ ନିଷ୍ପତ୍ତି ନିଆଯାଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିବା ଅନୁଯାଇ ସ୍କୁଲ ଉନ୍ନତିକରଣ ନିଷ୍ପତ୍ତିକୁ 5 ଟି ସଚିବ ଉକ୍ତ ବୈଠକରେ ସମସ୍ତଙ୍କ ସାମ୍ନାରେ କହିଥିଲେ ।

Leave a Reply

Your email address will not be published. Required fields are marked *