ଓଡିଶା ମୁହାଁଉଛି ଭୟଙ୍କର ବାତ୍ୟା ! କେଉଁଠି କରିବ ଲ୍ୟାଣ୍ଡଫଲ ? ଦେଖନ୍ତୁ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

ବନ୍ଧୁଗଣ ଗତ କିଛି ଦିନ ହେବ ସାରା ଓଡିଶାରେ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମେ ମାସରେ ଲଗାତାର ତିନି ଥର ବାତ୍ୟା ହୋଇଥିବାରୁ ଏବେ ଲୋକ ମାନଙ୍କ ମନରେ ଛନକା ପଶିଛି । ତେବେ କିଭଳି ରହିବ ବାତ୍ୟାର ସ୍ଥିତି, ବାତ୍ୟାର ଦିଗ, ତାର ସ୍ୱରୂପ କେମିତି ରହିବ ଏ ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଛି । ଆଉ ଏହାରି ମଧ୍ୟରେ ଭିନ୍ନ ଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।

ଆଇଏମଡି ଏନେଇ କୌଣସି ସ୍ପର୍ଷ୍ଟ ସୂଚନା ଦେଇ ନାହିଁ । ଏହାର ତୀବ୍ରତା ଓ ଗତିପଥକୁ ନେଇ ପୂର୍ବାନୁମାନ କରି ନାହିଁ ଆଇଏମଡି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପର୍ଷ୍ଟ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଉଛି । ହେଲେ ବିଦେଶୀ ପାଣିପାଗ ସଂସ୍ଥା ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ପୂର୍ବାନୁମାନ କରିଛନ୍ତି । ଆମେରିକୀୟ ମଡେଲ GFS ବାତ୍ୟା ନେଇ ପୂର୍ବାନୁମାନ କରିଛି ।

ସମ୍ଭାବ୍ୟ ବାତ୍ୟା 10 ତାରିଖରେ ଆନ୍ଧ୍ର ପ୍ରଦେଶର ବିଶାଖା ପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କରିବ । ସେହି ପରି ପାଣିପାଗ ସଂସ୍ଥା ECMWF ପୂର୍ବାନୁମାନ କରିଛି ସମ୍ଭାବ୍ୟ ବାତ୍ୟା ଓଡିଶା ଉପକୂଳ ଛୁଇଁ ପାରେ । ପାରାଦୀପ- ବାଲେଶ୍ଵର ମଧ୍ୟରେ ଭଦ୍ରକ ନିକଟରେ 10 ତାରିଖରେ ମାଡ ହୋଇପାରେ ବୋଲି କେବଳ ଅନୁମାନ କରାଯାଇଛି । କିନ୍ତୁ ସ୍ପର୍ଷ୍ଟ ଚିତ୍ର ସେତିକି ବେଳେ ସାମ୍ନାକୁ ଆସିବ ଯେତେବେଳେ ଘୂର୍ଣ୍ଣିବଳୟ ତିଆରି ହେବ ।

ଭିନ୍ନ ଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । କିନ୍ତୁ ସଠିକ ଆକଳନ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରି ନାହିଁ । ହେଲେ ଏବେ ଲୋକଙ୍କ ମନରେ ବାତ୍ୟାକୁ ନେଇ ଅନେକ ପ୍ରଶ୍ନ ଆସୁଛି । ବାତ୍ୟା ନାଁ ଶୁଣିଲେ ଲୋକେ ଏବେ ଭୟବିତ । ଖାସ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁ ସବୁ ସହର ଅଛି ସ୍ଥାନୀୟ ଲୋକେ ତାଙ୍କ ମନରେ ନୂଆ ନୂଆ ପ୍ରଶ୍ନ ତିଆରି କରି ବସିଛନ୍ତି ।

ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦିପ ପଟ୍ଟନାୟକ ଏ ବିଷୟରେ ଆଲୋଚନା କରିଛନ୍ତି । ସନ୍ଦିପ କହିଛନ୍ତି, ଲଘୁଚାପ କ୍ଷେତ୍ର ସୃଷ୍ଟି ନହେବା ପର୍ଯ୍ୟନ୍ତ ମଡେଲ ଗୁଡିକ ଭଲ ଆକଳନ କି ଅନୁମାନ କରିପାରନ୍ତି ନାହିଁ । ଲଘୁଚାପ କ୍ଷେତ୍ର ଯେତେବେଳେ ସୃଷ୍ଟି ହୁଏ ସେତେବେଳେ ମଡେଲ ମାନେ ଭଲ ଆକଳନ କରନ୍ତି । ତେଣୁ ବର୍ତ୍ତମାନ ଟିକେ ଅପେକ୍ଷା କରିବା ଉଚିତ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *