ଓଡିଶାର ସବୁଠୁ ଲୋକପ୍ରିୟ ହୀରୋ Babushan Mohanty ଙ୍କ ମୋଟ ସମ୍ପତ୍ତି କେତେ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଦର୍ଶକ ବନ୍ଧୁ ଏହି ଅଭିନେତା ଜଣକ ଆଉ କେହି ନୁହେଁ ହେଉଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି । ବାବୁସାନଙ୍କ ବୟସ ହେଉଛି 30 ବର୍ଷ ଆଉ ତାଙ୍କ ଭଲ ନାମ ହେଉଛି ତନ୍ମୟ ମହାନ୍ତି ହେଲେ ଓଡିଶାବାସୀ ତାଙ୍କୁ ବାବୁସାନ ମହାନ୍ତିଙ୍କ ନାମରେ ଜାଣିଛନ୍ତି । ତାଙ୍କ ବାପା ଉତ୍ତମ ମହାନ୍ତି ଆଉ ମାଆ ଅପରାଜିତା ମହାନ୍ତି ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ କଳାକାର ଅଟନ୍ତି ।

ବାବୁସାନଙ୍କ ସ୍ତ୍ରୀଙ୍କ ନାମ ହେଉଛି ତୃପ୍ତି ଶତପଥି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବାବୁସାନଙ୍କର ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ବାବୁସାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଆଜି ଆମେ ଆପଣ ମାନଙ୍କୁ ବାବୁସାନଙ୍କ ପର୍ଶନାଲ ଲାଇଫ ଓ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବାବୁସାନ 2009 ମସିହାରେ ରୋମିଓ ଦ ଲଭର ବୋଏ ଫିଲ୍ମରୁ ନିଜ ଫିଲ୍ମ କାରିୟରର ଆରମ୍ଭ କରିଥିଲେ । ସେବେଠାରୁ ସେ ଗୋଟେ ପରେ ଗୋଟେ 39 ଟି ସୁପର ହିଟ ଫିଲ୍ମ କରିଛନ୍ତି ଆଉ ଆଗାମୀ ସମୟରେ ତାଙ୍କର ଆଉ ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି ଯାହାର ନାମ ହେଉଛି ଦମନ । ବାବୁସାନ ଜଣେ ଅଭିନେତା ହେବା ସହ ଜଣେ ବହୁତ ସୁନ୍ଦର ଗାୟକ ବି ଅଟନ୍ତି ।

ସେ ନିଜର ଅନେକ ଫିଲ୍ମରେ କଣ୍ଠଦାନ କରିଛନ୍ତି । ବାବୁସାନଙ୍କର ଏକ ପୁତ୍ର ସନ୍ତାନ ବି ଅଛି ଯାହାର ନାମ ହେଉଛି ଗୋଆନ । ଏବେ ଆସନ୍ତୁ ଜାଣିବା ବାବୁସାନଙ୍କ ସମ୍ପତ୍ତି ବିଷୟରେ । ବନ୍ଧୁଗଣ ବାବୁସାନଙ୍କ ପାଖରେ 60 ଲକ୍ଷ ଟଙ୍କାର ଏକ ଅଡି କାର ଅଛି ଆଉ ଏହା ସହ 17 ଲକ୍ଷ ଟଙ୍କାର ଏକ ହାର୍ଲେ ଡେଭିଦସନ୍ ବାଇକ ବି ଅଛି । ବାବୁସନଙ୍କ ମୋଟ ସମ୍ପତ୍ତି 40 କୋଟି ତାଙ୍କ ।

ବାବୁସନ ଗୋଟେ ଓଡିଆ ଫିଲ୍ମ କରିବା ପାଇଁ 30-50 ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି । ଆଉ ଗୋଟେ ଗୀତ ଗାଇବା ପାଇଁ ସେ 3-5 ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି । ବାବୁସନ ଗୋଟେ ବିଜ୍ଞାପନ କରିବା ପାଇଁ 5-20 ଲକ୍ଷ ଟଙ୍କାର ଡିମାଣ୍ଡ କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ବାବୁସାନ ମହାନ୍ତି କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *