ଓଡିଆ ସିନେମା ଜଗତରୁ ଆସିଲା ଦୁଃଖଦ ଖବର, ଆଖି ବୁଜିଲେ ଆଉ ଜଣେ ବରିଷ୍ଠ କଳାକାର

ଓଲିଉଡ ଜଗତରୁ ଆସିଲା ଦୁଃଖଦ ଖବର ! ପୁଣି ଆଖି ବୁଜିଲେ ଆଉ ଜଣେ ଓଡିଆ କଳାକାର ! ହଁ ଆଜ୍ଞା ଖଳନାୟକ ଚରିତ୍ରରେ ଦମଦାର ଅଭିନୟ କରି ଲୋକଙ୍କର ମନୋରଞ୍ଜନ କରାଉଥିବା ଏହି କଳାକାର ଜଣଙ୍କ ଆଉ ନାହାନ୍ତି । ସେ କେବଳ ଓଲିଉଡ ନୁହେଁ ବଂର ହଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ଅଭିନୟର ଜଳବା ଦେଖାଇଥିଲେ । ପରଦା ଉପରେ ସମସ୍ତେ ତାଙ୍କୁ ଖଳ ନାୟକ ଭୂମିକାରେ ବହୁ ସମୟରେ ଦେଖିବାକୁ ପାଆନ୍ତି ।

ହେଲେ ସେ ନିଜେ ନିଜ ପ୍ରକୃତ ଲାଇଫରେ ଏକ ସୁନ୍ଦର ବ୍ୟକ୍ତିତ୍ଵଟିଏ ଥିଲେ । ଖଳନାୟକ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟକୁ ଜିତିପାରିଥିବା କଳାକାର ଜଣଙ୍କ ହେଉଛନ୍ତି ଚକ୍ରଧର ଜେନା  ତାଙ୍କର ପ୍ରେମ ଓ ଭଲ ପାଇବାରେ ସେ ସମସ୍ତ କଳାକାର ମାନଙ୍କୁ ମଧ୍ୟ ବାନ୍ଧି ରଖିଥିଲେ । ହେଲେ ଏହି ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ମଣିଷଟି ଆଉ ଏହି ଦୁନିଆରେ ନାହାନ୍ତି । ସେ ସମସ୍ତଙ୍କୁ ପର କରି ଆର ପାରିକୁ ଚାଲି ଯାଇଛନ୍ତି ।

ସେ ଏପରି ଏକ ଅଫେରା ରାଇଜକୁ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ଯେଉଁଠାରୁ ସେ କେବେବି ଆଉ ଫେରିକି ଆସିପାରିବେ ନାହିଁ । ଏହି କଳାକାର ଜଣଙ୍କ ଓଡିଆର ଅନେକ ସିନେମାରେ କାମ କରିଛନ୍ତି । ତାଙ୍କର ଅଭିନୟକୁ ଦେଖିବା ପାଇଁ ମଧ୍ୟ ଦର୍ଶକ ବେଶ ପସନ୍ଦ କରୁଥିଲେ । ହେଲେ ଅଭିନେତା ହର ପଟ୍ଟନାୟକ ଓ ରାଈମୋହନଙ୍କ ପରି ଜଣେ ଜଣେ ବରିଷ୍ଠ ଖଳନାୟକ ଭଳି ଥିଲେ ଏହି ଅଭିନେତା ଚକ୍ରଧର ଜେନା । ଚିକିତ୍ସାଧୀନ ଅବସ୍ଥାରେ ସେ ଭୁବନେଶ୍ବରର ଏମ୍ସ ଠାରେ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହି ଖବର ଶୁଣିଲା ପରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।

ତେବେ ଅଭିନେତା ଚକ୍ରଧର ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡିତ ଥିଲେ । ତାପରେ ତାଙ୍କ ସ୍ଵାସ୍ଥ ଅବସ୍ଥା ଅଧିକ ବିଗିଡିଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଜାରୀ ରଖିଥିବା ବେଳେ ଗତକାଲି ସେ ନିଜର ପ୍ରାଣ ତ୍ୟାଗ କରିଥିଲେ । ହେଲେ କଳାକାର ଚକ୍ରଧର ଜେନା ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ମନରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ତେବେ ଏହି ବରିଷ୍ଠ କଳାକାରଙ୍କର ଅମର ଆତ୍ମାର ସଦଗତି ହେଉ ବୋଲି ପ୍ରାଥନା ରହୁଛି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *