ଓଡିଶାର ଲୋକପ୍ରିୟ କମେଡିଆନ Pragyan Ranjan Khatua ଙ୍କ Family & Biography, ଜାଣନ୍ତୁ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ?

ନମସ୍କାର ବନ୍ଧୁଗଣ ଓଡ଼ିଆ ଅଭିନୟ ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ । ସେ ନିଜର ଅଭିନୟ ପାଇଁ ବର୍ତ୍ତମାନ ଘରେ ଘରେ ପରିଚିତ ଅଟନ୍ତି । ଏହା ସହିତ ତାଙ୍କର ଅଭିନୟ କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଏବଂ ଦେଖିବାକୁ ଭଲ ମଧ୍ୟ ପାଆନ୍ତି । ତେବେ ଓଡ଼ିଶା ଏବଂ ଓଡ଼ିଆ ର ପ୍ରତ୍ୟେକ ବ୍ୟକ୍ତି ଙ୍କ ମନରେ ପ୍ରଜ୍ଞା ବାସ କରନ୍ତି । ତେବେ ସ ନିଜର ସୁନ୍ଦର ଅଭିନୟ ଏବଂ ଅନ୍ଦାଜ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇ ପାରିଛନ୍ତି ।


ତେବେ ସେ ନିଜ କମେଡି ମାଧ୍ୟମରେ ଲୋକ ମାନଂକୁ ହସାଇବା ରେ ସଫଳତା ମଧ୍ୟ ହୋଇ ପାରିଛନ୍ତି । ଏହା ସହିତ ଏଭଳି କୌଣସି ବ୍ୟକ୍ତି ନାହିଁ ଯେ ତାଙ୍କ ଅଭିନୟ ଦେଖି ନ ହସି ରହି ପାରିବ । ତାଙ୍କର ଅଭିନୟ ବାସ୍ତବରେ ଲୋକ ମାନଙ୍କୁ ଖୁବ ଆକର୍ଷିତ ମଧ୍ୟ କରିଥାଏ । ତେବେ ସେ ନିଜର ଏକ କମେଡି ଶୋ ମଧ୍ୟ କରୁଛନ୍ତି ଯାହା ଦର୍ଶକ ମାନଂକୁ ଖୁବ ପସନ୍ଦ ଆସୁଛି ।
ତେବେ ପ୍ରଜ୍ଞା ଙ୍କ ପୁରା ନାମ ହେଉଛି ପ୍ରଜ୍ଞା ରଞ୍ଜନ ଖଟୁଆ ।


ତାଙ୍କ ଜନ୍ମଦିନ ହେଉଛି ଅକ୍ଟୋବର ୧୦ ରେ । ତାଙ୍କ ଗାଁ ହେଉଛି ମାହାଙ୍ଗା ଏବଂ ବ୍ଲକ ହେଉଛି ସାହାନାଜ ପୁର,କଟକ । ତେବେ ତାଙ୍କ ପରିବାର କହିଲେ ବାପା,ମାଆ, ସାତ ଭାଇ ଭଉଣୀ ଏବଂ ଜେଜେମାଆ । ତେବେ ମାଆ ଜଣେ ଗୃହିଣୀ ଏବଂ ବାପା ଜଣେ ଯାତ୍ରା ନିର୍ଦେଶକ । ସେମାନେ ଛଅ ଭାଇ ଏବଂ ଗୋଟିଏ ଭଉଣୀ । ତେବେ ଆପଣ ଏହି ଫୋଟୋ ମାଧ୍ୟମରେ ତାଙ୍କୁ ଦେଖି ପାରୁଥିବେ । ତେବେ ଅଭିନୟ ଜୀଵନ କଥା ଆରମ୍ଭ କଲେ ସେ ପିଲାଟି ଦିନରୁ ଅଭିନୟ ପ୍ରତି ରୁଚି ରଖିଥିଲେ ।

ଦୁଇ ବର୍ଷ ବୟସରେ ସେ କୃଷ୍ଣ ଭୂମିକା ରେ ନାଟକ ରେ ଅଭିନୟ କରିଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ର । ଡ୍ରାମା ଏବଂ କଲଚର ରେ ଶିକ୍ଷା ପ୍ରାପ୍ତ କରିଛନ୍ତି । ସେ ଅନେକ ଓଡ଼ିଆ ସିନେମା ରେ ମଞ୍ଚ ରେ ଏବଂ ନାଟକ ରେ ନିଜର ସୁନ୍ଦର ଅଭିନୟ ପରିବେଷଣ କରିଛନ୍ତି । ସେ ଭେଜା ଫ୍ରାୟ ରୁ ନିଜର ପ୍ରଥମ ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ପ୍ରଥମ ସିନେମା ଥିଲା ସଲାମ । ତାପରେ ସେ କଥା ଅସଲି ଲୋକ ନକଲି ଏବଂ ମିଷ୍ଟର ନନସେନ୍ସ ରେ ମଧ୍ୟ ଅଭିନୟ କରିବାର ଦେଖାଗଲେ ।


ସେ ନିଜର ହାସ୍ୟ ଭରା ଅଭିନୟ ପାଇଁ ଘରେ ଘରେ ପରିଚିତ ଏବଂ ସେ ସବୁ ପ୍ରକାର ଅଭିନୟ କୁ ବହୁତ ଭଲ ଭାବରେ ନିଭାଇ ପାରିଥାନ୍ତି । ତେବେ ସେ ମଞ୍ଚ ଏବଂ ନାଟକ ରେ ଅଭିନୟ କରିବା ପାଇଁ ପସନ୍ଦ କରିଥାନ୍ତି । ତେବେ ତାଙ୍କୁ ସମସ୍ତେ ପସନ୍ଦ କରନ୍ତି ଏବଂ ତାଙ୍କ ଅଭିନୟ କୁ ମଧ୍ୟ ଲୋକମାନେ ଭଲପାଇବା ମଧ୍ୟ ଦିଅନ୍ତି ଏବଂ ବର୍ତ୍ତମାନ ନମ୍ବର ୧ ହାସ୍ୟ ଅଭିନେତା ଭାବରେ ସେ ପରିଚିତ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *