ବନ୍ଧୁଗଣ ଏବେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା ଓ ପୁରୁଷ ମାନେ ନିଜ ନିଜ କାମ ପାଇଁ ଚିନ୍ତାରେ ରହୁଛନ୍ତି । ଛୋଟ ଛୁଆ ମାନେ ନିଜ ପଢା ପାଇଁ ତ ପୁରୁଷ ମାନେ ନିଜ କାମ ପାଇଁ । ବନ୍ଧୁଗଣ ଲୋକମାନେ ଏବେ ଏତେ ଚିନ୍ତାରେ ରହୁଛନ୍ତି ଯେ, ହସ କଣ ଭୁଲି ଯାଇଛନ୍ତି । ଡାକ୍ତର ମଧ୍ୟ ହସିବା ପାଇଁ ପରାମର୍ଶ ଦିଅନ୍ତି । ହସିବା ଦ୍ଵାରା ଆପଣଙ୍କ ମନ ଖୁସି ରହିବ ଆଉ ଆପଣ ସମସ୍ତ କାମ ଖୁସିର ସହ କରିପାରିବେ ।
ତେବେ ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେ ଆସିଛୁ ଯାହାକୁ ପଢିବା ଦ୍ଵାରା ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
୧. ସ୍ତ୍ରୀ- ତମେ କଣ କାଲି ପଡୋଶୀ ମହିଳା ସହ ଫିଲ୍ମ ଦେଖିବାକୁ ଯାଇଥିଲ ?
ସ୍ଵାମୀ- କଣ କରିବି, ତମେ ତ ଜାଣିଛ ଆଜିକାଲି ପରିବାର ସହ ଦେଖିବା ଭଳି ଫିଲ୍ମ ବାହାରୁ ନାହିଁ ।
୨. ସ୍ତ୍ରୀ ନିଜ ଓକିଲ ସ୍ଵାମୀକୁ କହିଲା…
ସ୍ତ୍ରୀ- ତମେ ଘରେ ନୂଆ ଟିଭି, ନୂଆ ଏସି ଆଉ ଫ୍ରିଜ କେବେ ଆଣିବ ?
ଓକିଲ- ଏବେ କୋର୍ଟରେ ଗୋଟେ ତଲାକ କେସ ଚାଲିଛି, ତଲାକ ହେବା ପରେ ମୁଁ ଘରକୁ ଟିଭି, ଏସି ଆଉ ଫ୍ରିଜ ସବୁ ନେଇ ଆସିବି ।
୩. ଜଣେ ବ୍ୟକ୍ତି ପୋଲିସ ଷ୍ଟେସନ ଆସି କହିଲା- ମୋତେ ଗିରଫ କର ମୁଁ ନିଜ ସ୍ତ୍ରୀ ମୁଣ୍ଡକୁ ବାଡିରେ ପିଟିଛି ।
ପୋଲିସ- ତମ ସ୍ତ୍ରୀ କଣ ମରିଗଲା ?
ବ୍ୟକ୍ତି- ନାହିଁ ସେ ତ ବଞ୍ଚିଗଲା ଏବେ ମୋର ଅବସ୍ଥା କଣ କରିବ ସେ ।
୪. ପପୁ ନିଜ ଘର ବାଥୃମରେ ଡ୍ରେସ ଧୋଉ ଥିଲା…
ସାଙ୍ଗ- ଆରେ ସାଙ୍ଗ ତୁ ତ ଗୋଟେ ଚାକରାଣୀ ରଖିଥିଲୁ ଏବେ ନିଜେ କଣ ଡ୍ରେସ ଧୋଉଛୁ ?
ପପୁ- ମୁଁ ତା ସହ ବାହା ହେଇ ଗଲି ।
୫. ପୁଅ- ରୁଟି ଗୋଲ ବନେଇ ପାରିବ ?
ଝିଅ- ନାହିଁ ମୋ ଦ୍ଵାରା ହୁଏନି…
ପୁଅ- ମୁଁ ତ ବନେଇ ଦିଏ ।
ଝିଅ- କେମିତି ?
ପୁଅ- ଥାଳିଆରେ କାଟିକି ।
୬. ଛୁଆ ପୁରୁଣା ଆଲବମ ବସି ଦେଖୁଥିଲା…
ଛୁଆ- ମା ଏ ଫଟୋରେ ଥିବା ଲୋକଟି କିଏ ?
ମା- ଏ ତୋର ବାପା ।
ଛୁଆ- ତା ହେଲେ ଆମେ ଏ ଚନ୍ଦା ଲୋକ ପାଖରେ କାହିଁକି ରହୁଛୁ ।
୭. ସ୍ଵାମୀ- ବିବାହ ପୂର୍ବରୁ ତମେ ବହୁତ ଉପବାଦ ରଖୁଥିଲ…
ସ୍ତ୍ରୀ- ହଁ ୧୬ ସୋମବାର ରଖୁଥିଲି ।
ସ୍ଵାମୀ- ତା ହେଲେ ଏବେ କଣ ହେଲା ?
ସ୍ତ୍ରୀ- ତମ ସହ ବାହା ହେବା ପରେ ମୋର ଉପବାସ ଉପରେ ଭରସା ଉଠିଗଲା ।
୮. ପପୁ- ମମ୍ମୀ କାଲି ପାପା କାମବାଲି ସହିତ ସୋଫା ଉପରେ….
ମମ୍ମୀ- ଏବେ ନୁହଁ ପୁଅ,
ଯେତେବେଳେ ରାତିରେ ପାପା ଆସିବେ ସେତେବେଳେ କହିବୁ
ପାପା ଆସିବା ମାତ୍ରେ
ମମ୍ମୀ- ହଁ ପୁଅ, ଏବେ କହ କି କଣ ହେଲା ???
ପପୁ- ପାପା କାଲି କାମବାଲି କୁ ସୋଫା ଉପରେ ଶୁଆଇ
ଶର୍ମା ଅଙ୍କଲ ତୁମ ସହ ଯାହା କରନ୍ତି, ସେଇଆ କରୁଥିଲେ