Odia Gk- କେଉଁ ଜୀବ ତା’ ଛୁଆକୁ ଦେଖିବା ଆଗରୁ ମରିଯାଏ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ପ୍ରଶ୍ନ ପଚାରିବୁ ଏବଂ ସେହି ପ୍ରଶ୍ନ ର ଉତ୍ତର ଆପଣ ମାନଙ୍କୁ ୫ ସେକେଣ୍ଡ ମଧ୍ୟରେ ଦେବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଏବଂ ଏହାର ଉତ୍ତର ଗୁଡ଼ିକ ସମ୍ବନ୍ଧରେ ।

୧. କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ?
ଉତ୍ତର- ହାତୀ ।


୨. କେଉଁ ଫଳ ଉପରେ ପତ୍ର ଥାଏ ?
ଉତ୍ତର- ସପୁରୀ ।

୩. ତାହା କଣ ଯାହା ଦେଲେ ବଢିଥାଏ ?
ଉତ୍ତର- ଜ୍ଞାନ ।

୪. ଗୋଟିଏ ଏଭଳି ଶବ୍ଦ କୁହନ୍ତୁ ଯେଉଁଥିରେ ଓଡ଼ିଆ ର ସବୁ ଅକ୍ଷର ରହିଥିବ ?
ଉତ୍ତର- ବର୍ଣ୍ଣମାଳା ।

୫. ସେ କିଏ ଯିଏ ସବୁବେଳେ ମୁଣ୍ଡ ରେ ପାଣି ଧରି ଦିନ ରାତି ଛିଡ଼ା ହୋଇଥାଏ ?
ଉତ୍ତର- ନଡ଼ିଆ ଗଛ ।


୬. ରାତିରେ ଅଛି କିନ୍ତୁ ଦିନ ରେ ନାହିଁ, ତାହା କଣ ?
ଉତ୍ତର- ଅନ୍ଧାର ।

୭. ହାତ ନାହିଁ, ଗୋଡ଼ ନାହିଁ କିନ୍ତୁ ସେ ସବୁଆଡେ ବୁଲିପାରେ ତାହା କଣ ?
ଉତ୍ତର- ଖବର କାଗଜ ।

୮. ବାମରୁ ପଢ଼ିଲେ ଓଜନିଆ, ଡାହାଣ ରୁ ପଢ଼ିଲେ ନାହିଁ ତାହା କଣ ?
ଉତ୍ତର- ଟନ୍ (TON) ।

୯. ଗୋଟିଏ ଶବ୍ଦ କୁ ଠିକ ଉଚାରଣ କରିଲେ ଭୁଲ ହୁଏ ଏବଂ ଭୁଲ ଉଚ୍ଚାରଣ କରିଲେ ଠିକ ହୁଏ ତାହା କେଉଁ ଶବ୍ଦ ?
ଉତ୍ତର- ଭୁଲ ।


୧୦. କେଉଁ ହାଣ୍ଡି ରେ ଭାତ ହୁଏ ନାହିଁ ?
ଉତ୍ତର- କଳାହାଣ୍ଡି ।

୧୧. ଲାଞ୍ଜ ଅଛି ହେଲେ ଡେଣା ନାହିଁ ଆକାଶ ରେ ଉଡେ ସାଇଁସାଇଁ, ତାହା କଣ ?
ଉତ୍ତର- ଗୁଡ଼ି ।

୧୨. କେଉଁ ଜୀବ ଦିନ ରାତି ଶୋଇ ନଥାଏ ?
ଉତ୍ତର- ମାଛ ।


୧୩. କାହାର ଗୋଡ଼ ଅଛି କିନ୍ତୁ ଚାଲି ନଥାଏ ?
ଉତ୍ତର- ଟେଲିଭିଜନ ।

୧୪. କେଉଁ ଜୀବ ତାର ଛୁଆ କୁ ଦେଖିବା ଆଗରୁ ମୃ-ତ୍ୟୁ ବରଣ କରିଥାଏ ?
ଉତ୍ତର- ପ୍ରଜାପତି ।

Leave a Reply

Your email address will not be published. Required fields are marked *