ଆସିଲା ବଡ ଦୁଖ ଖବର, ଝୁଲନ୍ତା ଅବସ୍ତାରେ ମିଳିଲା ଏହି ଓଡିଆ ଅଭିନେତ୍ରୀଙ୍କ ମୃତ ଦେହ, ଏହି କାରଣ ପାଇଁ କଲେ ଆତ୍ମହତ୍ୟା

ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ଜଣେ ଓଡିଆ ଟେଲି ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ଓଡିଆ ଟେଲିଭଜନ ଅଭିନେତ୍ରୀ ଜଣକ ହେଉଛନ୍ତି ରଶ୍ମିରେଖା । ରଶ୍ମିରେଖାଙ୍କ ମୃତ ଦେହ ପାଖରୁ ତାଙ୍କର ସୁସାଇଡ ନୋଟ ଜବତ ହେଇଛି । ସୁସାଇଡ ନୋଟରେ ଲେଖା ଯାଇଛି ମିସ ୟୁ ବାବା ମୁଁ ଉପରେ ଥାଇ ତୁମକୁ ମିସ କରିବି । ମୁଁ ଗୋଟେ ଖରାପ ଝିଅ ବୋଲି ଲେଖିଛନ୍ତି ରଶ୍ମିରେଖା ।

ନିକଟରେ କେମିତି କହିବି କହ ସିରିଏଲରେ ଅଭିନୟ କରିଥିଲେ ନୟାପଲ୍ଲୀ ଗଣ ସାହିରେ ଭଡା ନେଇ ଥିଲେ ଓ ସେଠାରେ ରହୁଥିଲେ ରଶ୍ମିରେଖା । ଗତକାଲି ତାଙ୍କ ରୁମରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଜବତ କରିଛି ନୟାପଲ୍ଲୀ ପୋଲିସ । ତେବେ ବନ୍ଧୁଗଣ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରରେ ରହିଛି । ବନ୍ଧୁଗଣ ଏନେଇ ଗଣମାଧ୍ୟମ ପ୍ରତିନିଧି ମାନେ ରଶ୍ମିରେଖାଙ୍କ ବାପାଙ୍କ ସହ ଯୋଗାଯୋଗ କରିଥିଲେ ।

ରଶ୍ମିରେଖାଙ୍କ ବାପା ସନ୍ତୋଷ ନାମକ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ତାଙ୍କ ଝିଅର ଆତ୍ମହତ୍ୟା କରିବା ପଛରେ ସନ୍ତୋଷ ରହିଛି । ତେବେ ତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ନୟାପଲ୍ଲୀ ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ରଶ୍ମିରେଖା ଗତ ଦେଢ ଦୁଇ ମାସ ହେବ ଗଣ ସାହିରେ ଘର ଭଡା ନେଇ ରହୁଥିଲେ ।

ଘର ମାଲିକର କହିବା ମୁତାବକ, ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ବିବାହ କରିଥିଲେ ହେଲେ ଏହା ବିଷୟରେ ରଶ୍ମିରେଖାଙ୍କ ପରିବାର ଲୋକ ଜାଣି ନଥିଲେ । ରଶ୍ମିରେଖାଙ୍କ ସହ ତାଙ୍କ ଭଡା ଘରେ ତାଙ୍କ ପୁରୁଷ ବନ୍ଧୁ ବା ତାଙ୍କ ସ୍ଵାମୀ ରହୁଥିଲେ । ତେଣୁ ଏବେ ପୋଲିସ ସନ୍ତୋଷ ନାମକ ସେହି ଯୁବକଙ୍କ ସହ ଯୋଗାଯୋଗ କରୁଛି ଆଉ ଖୁବ ଶୀଘ୍ର ସନ୍ତୋଷକୁ ଜେରା କରାଯାଇ ପଚରା ଉଚରା କରାଯିବ । 

ଏହା ସହ ରଶ୍ମିରେଖାଙ୍କ ପରିବାର ଲୋକଙ୍କୁ ବି ପଚରା ଉଚରା କରିପାରେ ପୋଲିସ । ଏହା ସହିତ ରଶ୍ମିରେଖାଙ୍କ ସୁସାଇଡ ନୋଟ ଉପରେ ବି ଗୁରୁତ୍ଵ ଦେଇଛି ପୋଲିସ । ଏହି ସୁସାଇଡ ନୋଟରେ ଲେଖା ଯାଇଥିବା ହେଣ୍ଡରାଇଟିଙ୍ଗ ରଶ୍ମିରେଖାଙ୍କର ନା ଆଉ କାହାର ତାର ତଦନ୍ତ କରୁଛି ପୋଲିସ । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ହଲଚଲ ଖେଳି ଯାଇଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *