ବନ୍ଧୁଗଣ ଆଜି ରାଇମୋହନ ପରିଡା ଆମ ମାନଙ୍କ ଗହଳରେ ନାହାନ୍ତି ଓ ଏଥିପାଇଁ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ସେ ଓଡିଆ ଫିଲ୍ମ ଜଗତ ଓ ଓଡିଆ ଯାତ୍ରା ଜଗତରେ ଜଣେ ବରିଷ୍ଠ ଅଭିନେତା ଥିଲେ । ସେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ରାଇମୋହନଙ୍କ ଆତ୍ମହତୟଆ ପରେ ହଠାତ ସବୁ କିଛି ଯେମିତି ବଦଳି ଯାଇଛି ।
ରାଇମୋହନଙ୍କ ଆତ୍ମହତୟଆକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ତାଙ୍କ ପ୍ରଶଂସକ ମାନେ ଏଥିପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଆଉ ଅନ୍ୟ ପଟେ ତାଙ୍କ ଆତ୍ମହତୟଆ କରିବା ପଛର କାରଣ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଏବେ ମଞ୍ଚେଶ୍ଵର ଥାନା ପୋଲିସ ତିନିଟି ଟିମ କରି ତଦନ୍ତ ଆରମ୍ଭ କରିଛି ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ।
ବନ୍ଧୁଗଣ ସୁମିତ୍ରା ରାଉତ ନାମକ ଜଣେ ଡାକ୍ତରାଣୀ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ରାଇମୋହନଙ୍କ ବିଷୟରେ ଦେଇଛନ୍ତି । ସୁନିତାଙ୍କ କହିବା ମୁତାବକ-‘ରାଇମୋହନ ଭାଇଙ୍କ ସହ ଯେବେ ମୁଁ ଦେଖା ହେଇଥିଲି ସେ ଜାଣିଛନ୍ତି କି ମୁଁ ଗୋଟେ ଆଇ ଡୋନେସନ ଉପରେ କାମ କରୁଛି । ସେ କହିଥିଲେ ମୁଁ ବହୁତ ଗର୍ବ କରୁଛି ତୁ ଗୋଟେ ଝିଅ ହେଇ ଏତେ ବଡ କାମ କରୁଛୁ ଆଉ ଯେତେବେଳେ ମୁଁ ମରିବି ତୁ ମୋ ଆଖି ନବୁ ।
ମୁଁ କହିଥିଲି ନାଇ ଭାଇ ମୁଁ ଥିବା ଅବସ୍ଥାରେ ତୁମ ଆଖି ମୋ ପାଖକୁ ନ ଆସି କାରଣ ମୁଁ ଏମିତି କେବେ କରିପାରିବି ନାହିଁ । ତା ପରେ ତାଙ୍କର ମୃତ୍ୟୁ ହୋଇଗଲା ମୁଁ ଆଶ୍ଚର୍ଯ୍ୟ ହେଇ ଗଲି ଆଉ ଭାବିଲି ଏଇଟା ମିଛ । ତା ପରେ ମୁଁ କାଜୁଆଲ୍ଟିରେ ଯାଇ ଦେଖିଲି ଆଉ ଭାବିଲି ମୁଁ ସତରେ ତାଙ୍କ ସହ କଥା ହେଇଥିଲି ଆଉ ତାଙ୍କର ମୃତ୍ୟୁ ହେଇଗଲା ।
ଏହା ପରେ ମୁଁ ତାଙ୍କ ପରିବାର ଲୋକଙ୍କୁ ବୁଝେଇଲି ସେମାନେ ଟିକେ ଡରିଲେ । ହେଲେ କିଛି ସମୟ ପରେ ସେମାନେ ମାନି ଗଲେ । ମୁଁ ଯେତେବେଳେ ରାଇ ଭାଇଙ୍କ ଅପରେସନ କରୁଥିଲି ମୋତେ ବହୁତ ଡର ଲାଗୁଥିଲା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁନିତା ନିଜ ମନର କଥା କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।