ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ପାଣି ଭଳି ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭିଡିଓରେ ପକ୍ଷାଘାତରେ ପୀଡିତ ଜଣେ ରୋଗୀଙ୍କୁ ଜଣେ ନର୍ସ କିଭଳି ବ୍ୟବହାର କରୁଛନ୍ତି ଓ କିଭଳି ତାଙ୍କ ସହ ଡ୍ୟାନ୍ସ କରୁଛନ୍ତି ଦେଖନ୍ତୁ ।
ଏହି ଦୃଶ୍ୟ ଆପଣ ମାନେ କେବେ କେଉଁ ମେଡିକାଲରେ ଦେଖି ନଥିବେ । ଏମିତି ଯଦି ରୋଗୀଙ୍କୁ ଚିକିତ୍ସା କରାଯାଏ ତା ହେଲେ ଅଧା ରୋଗ ବିନା ମେଡ଼ିସିନରେ ଭଲ ହୋଇଯିବ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ନର୍ସ ଡ୍ୟାନ୍ସ ମାଧ୍ୟମରେ ରୋଗୀଙ୍କ ହାତ ଗୋଡକୁ ଚଳାଇବା ପାଇଁ ଚେଷ୍ଟା କରୁଛନ୍ତି ଯାହାର ପ୍ରଭାବ ପଡୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।
ମ୍ୟୁଜିକର ତାଳେ ତାଳେ ଏପଟେ ନର୍ସ ନିଜ ହାତ ହଲାଇ ନାଚୁ ଛନ୍ତି ଓ ସେପଟେ ପକ୍ଷାଘାତରେ ପୀଡିତ ରୋଗୀ ଜଣକ ପ୍ରଥମେ ଗୋଟିଏ ହାତ ଉଠାଇ ନାଚିବାକୁ ଚେଷ୍ଟା କରୁଛନ୍ତି ଏବଂ ପରେ ପରେ ଦୁଇଟି ହାତ ଉଠାଇ ନାଚିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଭାବେ ଜଣେ ପକ୍ଷାଘାତ ରୋଗୀଙ୍କ ପାଇଁ ଏହା ଠାରୁ ବଡ ଚିକିତ୍ସା ଆଉ କଣ ହୋଇପାରେ । ଟ୍ବିଟରରେ ଜଣେ ଦିବ୍ୟାନ୍ଶୁ ନାମକ ବ୍ୟକ୍ତି ଏହି ଭିଡିଓକୁ ସେୟାର କରିଛନ୍ତି ।
ଦିବ୍ୟାନ୍ଶୁ ଲେଖିଛନ୍ତି-‘ଏହି ରୋଗ ଭଲ ହେବା ପରେ ସମସ୍ତେ ଡାକ୍ତରଙ୍କୁ ଚିହ୍ନନ୍ତି ଆଉ ଡାକ୍ତରଙ୍କୁ ଧନ୍ୟବାଦ ଦିଅନ୍ତି । କେବଳ ଡାକ୍ତର ଯୋଗୁଁ ଭଲ ହୋଇଯିବା କଥା କୁହନ୍ତି । ହେଲେ ମେଡିକାଲରେ ଥିବା ଅନ୍ୟ ଷ୍ଟାଫ ମାନଙ୍କ କଥା ଲୋକେ ଭୁଲି ଯାନ୍ତି । ରୋଗୀର ରୋଗ ଭଲ ହେବା ପଛରେ ସେମାନଙ୍କ ଭୂମିକା ଅତି ଗୁରୁତ୍ଵର ରହିଥାଏ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।