Vastu Tips- ଆସୁଛି ନୂଆବର୍ଷ 2022, ଘରକୁ ଆଣନ୍ତୁ ଏହି 5 ଟି ଜିନିଷ, ବଢି ଚାଲିବ ଧନ ସମ୍ପତି, ହେବ ମା’ ଲକ୍ଷ୍ମୀଙ୍କ ଆଗମନ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଉ ମାତ୍ର କିଛି ଦିନ ପରେ ନୂତନ ବର୍ଷ ୨୦୨୨ ଆରମ୍ଭ ହୋଇଯିବ । ନୂଆବର୍ଷ ରେ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଥାଏ । ନୂଆବର୍ଷ ସମସ୍ତ ଙ୍କ ଜୀବନ ରେ ଏକ ନୂତନ ସୁଯୋଗ ଆଣିଥାଏ ଏବଂ ନୂତନ ଆଶାର ସଂଚାର କରିଥାଏ । ଆଶା କରୁଛୁ ଆପଣ ମାନଙ୍କ ଜୀବନରେ ବି ନୂତନ ବର୍ଷ ନୂଆ ସୁଯୋଗ ସୃଷ୍ଟି କରୁ ଏବଂ ସୁଖ ଓ ସମୃଦ୍ଧି ରେ ଆପଣଙ୍କ ଜୀବନ କୁ ଭରି ଦେଉ ।

ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଶାସ୍ତ୍ର ଅନୁସାରେ ଏଭଳି କିଛି ଜିନିଷ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ଯେଉଁ ଜିନିଷ କୁ ଘରକୁ ଆଣିବା ଦ୍ୱାରା ଆପଣଙ୍କ ଜୀବନ ରେ ଧନର ଆଗମନ ହେବ ଏବଂ ସୁଖ ଓ ଶାନ୍ତି ପ୍ରତିଷ୍ଠା ହେବ । ଆସନ୍ତୁ ସେହି ଜିନିଷ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି, ଭଗବାନ ଗଣେଶ ଙ୍କ ମୂର୍ତ୍ତି । ଭଗବାନ ଗଣେଶ ଙ୍କୁ ବିଘ୍ନ ହାରକ କୁହାଯାଏ । ସେ ସବୁ ଦୁଃଖ କଷ୍ଟ କୁ ଦୁର କରିଥାନ୍ତି । ଯଦି ଆପଣ ନିଜ ଜୀବନ ରେ କୌଣସି ବି ସମସ୍ୟା ରେ ଫସି ଯାଇଛନ୍ତି ତେବେ ଆପଣ ନୂତନ ବର୍ଷ ରେ ଭଗବାନ ଗଣେଶ ଙ୍କ ମୂର୍ତ୍ତି କୁ ଆଣନ୍ତୁ ଏବଂ ସେହି ଦିନ ହିଁ ମୂର୍ତ୍ତି କୁ ନିଜ ଘରେ ସ୍ଥାପନ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ର ନିବାରଣ ହେବ ।

୨. ଦ୍ଵିତୀୟ ଜିନିଷ ଟି ହେଉଛି, ନଡ଼ିଆ । ଆପଣ ମାନେ ତ ଜାଣିଛନ୍ତି ଯେ, କୌଣସି ବି ଶୁଭ କାର୍ଯ୍ୟ ର ଆରମ୍ଭ ନଡ଼ିଆ ଭାଙ୍ଗିବା ପରେ ଆରମ୍ଭ ହୋଇଥାଏ । ତେବେ ନୂତନ ବର୍ଷ ରେ ଆପଣ ନିଜ ଜୀବନ ର ଆରମ୍ଭ ନଡ଼ିଆ ଭାଂଗି କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନ ରେ ସଫଳତା ର ମାର୍ଗ ଖୋଲିଯିବ ଏବଂ ଆପଣ ନିଜ ଜୀବନ ରେ ଅଗ୍ରସର ହେବେ ।

୩. ତୃତୀୟ ଜିନିଷ ଟି ହେଉଛି, ମୟୁରପର । ଆପଣ ନୂଆବର୍ଷ ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ନାମ ନେଇ ମୟୁରପର କିଣନ୍ତୁ ଏବଂ ଏହାକୁ ନିଜ ଘରେ ରଖନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ ହେବ ।

୪. ଚତୁର୍ଥ ଜିନିଷ ଟି ହେଉଛି, ମନୀପ୍ଲାଣ୍ଟ । ଆପଣ ନୂଆବର୍ଷ ରେ ଘରେ ମନୀପ୍ଲାଣ୍ଟ ଲଗାଇବା ଦ୍ୱାରା ଆପଣଙ୍କ ଘରେ ସୁଖ ଓ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ନୂଆବର୍ଷ ରେ ଯଦି କିଏ ଆପଣଙ୍କୁ ଲାଫିଙ୍ଗ ବୁଦ୍ଧ ଗିଫ୍ଟ କରନ୍ତି ତେବେ ଆପଣ ଏହା ଜାଣିଯିବେ ଯେ, ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି ।


୫. ପଞ୍ଚମ ଜିନିଷ ଟି ହେଉଛି, ପ୍ରଭୁ ବଜରଙ୍ଗବଲି ଙ୍କ ମୂର୍ତ୍ତି । ଶାସ୍ତ୍ର ଅନୁସାରେ ଘରେ ପ୍ରଭୁ ହନୁମାନ ଙ୍କ ମୂର୍ତ୍ତି ସ୍ଥାପନ କରିବା ଦ୍ୱାରା କୌଣସି ବି ସଙ୍କଟ ଆସି ନଥାଏ । ତେଣୁ ଆପଣ ମାନେ ନୂତନ ବର୍ଷ ରେ ପ୍ରଭୁ ବଜରଙ୍ଗବଲି ଙ୍କ ମୂର୍ତ୍ତି ଆଣି ନିଜ ଘରେ ସ୍ଥାପନ କରନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ଭୁତପ୍ରେତ ର ସଙ୍କଟ ରହିବ ନାହିଁ ଏବଂ ଘରେ ଶାନ୍ତି ପ୍ରତିଷ୍ଠା ହୋଇଥାଏ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *