ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ କିଛି ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଥାଏ । ଯାହା ଆମ ଆତ୍ମା କୁ ତୁପ୍ତି ମିଳି ଥାଏ । ତେବେ ଖାସ କରି ଛୋଟ ଛୋଟ ଛୁଆ ମାନଙ୍କର କିଛି ଭିଡିଓ ଦେଖିଲେ ବହୁତ ସୁନ୍ଦର ଲାଗି ଥାଏ କାରଣ ସେମାନେ ସେତିକି ଚତୁର ହେବା ସହିତ ଚୁଲବୁଲି ମଧ୍ୟ ହୋଇ ଥାଆନ୍ତି । କାରଣ ସେମାନେ ଯେପରି ବି ନାଚ ଗୀତ କରି ଥାଆନ୍ତୁ କିନ୍ତୁ ତାଙ୍କର କୁନି କୁନି ପାଦ କୁନି କୁନି ହାତ ରେ ତାଙ୍କର ଏପରି ଚୁଲବୁଲି କଥାରେ ଯିଏ ବି ତାହାକୁ ଦେଖିବ ସିଏ ପସନ୍ଦ କରିବ ।
କୁନି କୁନି ପିଲା ଙ୍କର ଏଭଳି ଭିଡ଼ିଓ ଦେଖି ମୁହଁ ରେ ମଧ୍ୟ ଟିକେ ହସ ଆସି ଥାଏ କାରଣ ଭିଡ଼ିଓ ଟି ସେତିକି ମଜାଦାର ହୋଇ ଥାଏ । ତେବେ ବର୍ତ୍ତମାନ ଆପଣ ଙ୍କୁ କିଛି କୁନି କୁନି ଛୁଆଙ୍କ ମଜାଳିଆ ଭିଡିଓ ଦେଖେଇବୁ ଯାହାକୁ ଦେଖି ଆପଣ ମାନେ ଖୁସିରେ ନାଚି ଉଠିବେ ।
୧- ପ୍ରଥମ ଭିଡିଓ ରେ ଜଣେ କୁନି ଝିଅ ଖାଇବା ଥାଳି ଧରି ଭଗବାନ ଙ୍କ ପାଖରେ ବସିଛି ଏବଂ ଖଣ୍ଡେ ପୁରୀ କୁ ଧରି ଭଗବାନ ଙ୍କ ଆଗରେ ଦେଉଛି ଏବଂ କହୁଛି ଭଗବାନ ନିଅ ଖାଇ ନିଅ ଜଲଦି ଜଲଦି ଖାଇନିଅ । ଯଦି ନ ଖାଇବ ତେବେ ତୁମ ପାଖରେ ବଳ ରହିବ ନାହିଁ ତୁମେ କାହାକୁ ମାରି ପାରିବ ନାହିଁ ।
ତୁମେ ଏମିତି ଛୋଟ ହୋଇ ରହିଯିବ । ତେବେ ଛୁଆ ର ମାଆ କହିଲେ କି ଦହି ଦିଅ ହୁଏତ ଭଗବାନ ଖାଇନେବେ । ତେବେ ସେହି କୁନି ଝିଅଟି କହୁଛି ନା ଭଗବାନ ଙ୍କୁ ପୁରୀ ବହୁତ ପସନ୍ଦ ସେ ମୋତେ କହିଥିଲେ ।
୨- ଦ୍ଵିତୀୟ ଭିଡିଓ ରେ ଗୋଟିଏ କୁନି ପୁଅ ଧୋକା ର ଶିକାର ହୋଇଗଲା । ତେବେ ସେ କୁନି ପୁଅ ଟି ଆସି ନିଜ ବାପା ମାଆ ଙ୍କୁ କହୁଛି ମୁଁ ତା ପାଇଁ ଏତେ କଲି ଏତେ ଦୁର ଗଲି ସେ ମୋତେ ପାଗଳ କହୁଛି ମୋତେ ଗାଳି ଦେଉଛି । ତେବେ ମୋତେ ଯଦି ରାଗ ଲାଗିବ ତାକୁ ବସ୍ ରେ ବସେଇ ଛାଡି ଆସିବି । ତେବେ ସେତେବେଳେ ତା ବାପା ତାକୁ କହୁଛନ୍ତି କି ତେବେ ତୁ ବାହା ହେବୁ ନାହିଁ ତାକୁ ତେବେ ଏହାର ଉତ୍ତରରେ ସେ କହୁଛି । ଯଦି ସେ ମୋତେ ପାଗଳ କହିବ ତେବେ ମୁଁ ବାହା ହେବିନି ତାକୁ ।
୩- ତୃତୀୟ ଭିଡିଓ ରେ ଆପଣ ମାନେ ଜାଣିଥିବେ କି ଛୋଟ ଛୁଆ ଙ୍କ ସବୁଠାରୁ ପ୍ରିୟ ଜିନିଷ ହେଉଛି ଚକଲେଟ ନହେଲେ ଆଇସକ୍ରିମ ତେବେ ସେମାନେ ତାହା ଖାଇବା ପାଇଁ ବହୁତ ଜିଦି ମଧ୍ୟ କରିଥାନ୍ତି । ତେବେ ଏହି ଭିଡିଓ ରେ ଗୋଟିଏ କୁନି ପୁଅ ଜଣେ ଆଇସକ୍ରିମ ଵାଲା ପାଖକୁ ଯାଇ ଆଇସକ୍ରିମ ମାଗିଲା । ତେବେ ସେ ଲୋକଟି ତାହା ସହ ଟିକେ ଖେଳିବାକୁ ଲାଗିଲା ତେବେ ଏହି କଥାରେ ସେ ପୁଅ ଟି ରାଗି ଯାଇ ନିଜ ସାର୍ଟ ଓଲ୍ହାଇ ଏକଦମ ସଲମାନ ଖାନ ଭଳି ଲୁକ ଦେଇ ଡ଼ରେଇବା ଆରମ୍ଭ କରିଲାମ ତେବେ ଏହି ଭିଡିଓ ଟି ଖୁବ ଭାଇରାଲ ମଧ୍ୟ ହୋଇଥିଲା ।
୪- ତେବେ ଆପଣ ମାନେ ଜାଣିଥିବେ କି ଗୋଟିଏ ଛୋଟ ଛୁଆ କୁ ସକାଳୁ ଉଠେଇ ତାକୁ ରେଡି କରି ସ୍କୁଲ ପଠେଇବା ଟା କେତେ କଷ୍ଟକର କାମ ତେବେ ଯଦି ପିଲାଙ୍କ ନିଦ ନ ଭାଙ୍ଗେ କିମ୍ବା ପୁରା ହୋଇ ନଥାଏ ତେବେ ଆହୁରି ଅସୁବିଧା । ତେବେ ଏହି ଭିଡିଓ ରେ କ୍ଳାସ ରେ ଶିକ୍ଷକ ଏକ କବିତା ଗାଉଛନ୍ତି ଏବଂ ପିଲାମାନେ ତାହା ରିପିଟ କରୁଛନ୍ତି ତେବେ କିନ୍ତୁ ସେହି ଭିତରେ ଗୋଟିଏ କୁନି ଝିଅ ଟି ଘୁମେଇବାକୁ ଲାଗୁଛି ଯାହା ଦେଖି ସବୁ ପିଲାମାନେ ହସିବାକୁ ଲାଗୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।