ଘଟିଲା ପ୍ରତୀକ୍ଷାର ଅନ୍ତ, ନୂଆ ଯାଗାରେ ନୂଆ ଷ୍ଟାଇଲରେ ଖୋଲିଲା… Car Khana

ନୂଆ ଜାଗାରେ ଖୋଲିଲା କାର ଖାନା ! ହଁ ଆଜ୍ଞା ଭୁବନେଶ୍ବରର ବହୁ ଚର୍ଚିତ କାର ଖାନାକୁ ନେଇ ନିକଟ ଅତୀତରେ ବହୁ ଚର୍ଚା ଚାଲିଥିଲା । ଯେପରି ଦୁଇ ଯା’ ସୁଲଭ ମୂଲ୍ୟରେ ଘରେ ଖାଦ୍ୟ ପ୍ରସ୍ତୁତ କରି କାର ମାଧ୍ୟମରେ ଲୋକଙ୍କୁ ଖାଦ୍ୟ ସେବା ଯୋଗାଇ ଆସୁଥିଲେ । ହେଲେ କିଛି କାରଣ ଯୋଗୁ କାର ଖାନା ପୂର୍ବେ ଯେଉଁ ସ୍ଥାନରେ ଖୋଲା ଯାଉଥିଲା । ସେଠାରେ କିଛି ଦିନ ପାଇଁ ବନ୍ଦ କରି ଦିଆଯାଇଥିଲା । ପୁଣି ଥରେ ନୂଆ ଜାଗାରେ ନୂଆ ଷ୍ଟାଇଲରେ କାର ଖାନା ମାଷ୍ଟରକ୍ଯାନ୍ଟୀନ ଠାରେ ଖୋଲା ଯାଇଛି ।

ପୂର୍ବ ପରି ଘରେ ଖାଦ୍ୟ ରନ୍ଧି କର ମାଧ୍ୟମରେ ତାହାକୁ ଆଣି ଲୋକଙ୍କୁ ସେହି ପୂର୍ବ ଭଳି ସମାନ ମୂଲ୍ୟରେ ଖାଦ୍ୟ ସେବା ଯୋଗାଇବାରେ ଦୁଇ ଯା ନେହା ଓ ରଶ୍ମିତା ଲାଗି ପଡିଛନ୍ତି । ବହୁ ଦିନର ଅପେକ୍ଷା ପରେ ପୁଣି ଥରେ କାର ଖାନା ଖୋଲାଯାଇଥିବା କାରଣରୁ କାର ଖାନାର ଖାନାକୁ ପସନ୍ଦ କରୁଥିବା ଲୋକେ ପୁଣି ଥରେ ନେହା ଓ ରଶ୍ମିତା ହାତ ରନ୍ଧା ଖାଇବାର ସୁଯୋଗ ପାଇପାରିଛନ୍ତି । ତେବେ ନିଜର ନୂଆ କାର ଖାନା ଖୋଲିବାକୁ ନେଇ ନେହା ଗଣ ମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ।

ଆମେ ମାନେ ବହୁତ ପରିଶ୍ରମ କରି ଲୋକଙ୍କୁ ଖାଦ୍ୟ ଯୋଗାଇବାର କାମ କରୁଛୁ । ତେଣୁ ଆଶା କରୁଛି ଲୋକମାନେ ଆମ ରୋଷେଇ ଖାଇବା ଦ୍ଵାରା ତାଙ୍କୁ ପସନ୍ଦ ଆସିବ । ହେଲେ ମୋର ବ୍ୟକ୍ତିଗତ କଥାକୁ ଟାର୍ଗେଟ କରି ଆମକୁ ରୋଷ୍ଟିଙ୍ଗ କରନ୍ତୁ ନାହିଁ । ଯେଉଁ ମାନେ ମୋତେ ମୋ କାର ଖାନାକୁ ସପର୍ଟ କରୁଛନ୍ତି । ସେମାନଙ୍କ ଆଶ୍ରୀବାଦ ଓ ଭଲ ପାଇବା ଥିଲେ ମୁଁ ନିହାତି ଏଥିରେ ସଫଳ ହୋଇପାରିବି ।

ସ୍ପେଶାଲ ଡେ’ ମାନଙ୍କରେ ସ୍ପେଶାଲ ଖାଇବା ଆଇଟମର ମଧ୍ୟ ବ୍ୟବସ୍ଥା କରାଯିବ । ବହୁତ ସଂଘର୍ଷ କରି ଆମେ ଆଜି ପୁଣି ଥରେ ଆମର କାର ଖାନା ଖୋଲିପାରିଛୁ ବୋଲି ବହୁତ ଖୁସି ଲାଗୁଛି । ତେଣୁ ଲୋକମାନେ ଏଠାକୁ ଆସି ଖାଇବା ଖାଇଲେ ତାଙ୍କୁ ନିହାତି ଭାବେ ପସନ୍ଦ ଆସିବ ବୋଲି ମୋର ଆଶା ଅଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *