Tapaswini ଙ୍କ ପାଇଁ ମାର୍କେଟ କୁ ଆସିଲା ନୂଆ ଗୀତ, ‘ନାରୀ ରୂପେ ସେ ନାରାୟଣୀ’ ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାରେ ରହିଛି । ତେବେ ଓଡିଶାରେ ବୋଧେ ପ୍ରଥମ ଏଭଳି ଏକ ଘଟଣା ଘଟିଛି ଯେଉଁଠି ଜଣେ ସ୍ତ୍ରୀ ନିଜ ଅଧିକାର ପାଇବା ପାଇଁ ଦୀର୍ଘ ଏକ ମାସ କାଳ ନିଜ ଶାଶୁ ଘର ସାମ୍ନାରେ ଶୀତ, ଥଣ୍ଡା କାକରରେ ଧାରଣା ଦେଇଛି । ହେଲେ ବନ୍ଧୁଗଣ ବର୍ତ୍ତମାନ ତପସ୍ଵିନୀ ଏକା ନାହାନ୍ତି ତାଙ୍କ ସହ ଗଞ୍ଜାବୀ ବାସୀଙ୍କର ସମର୍ଥନ ଅଛି । ଗତ ୧୯ ତାରିଖ ରାତିରେ ଜନସାଧାରଣଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ତପସ୍ଵିନୀଙ୍କ ନ୍ୟାୟ ପାଇଁ ଲୋକମାନେ ତାଙ୍କୁ ସମର୍ଥନ କରୁଛନ୍ତି । ତେବେ ଗତ ୧୯ ତାରିଖରେ ତପସ୍ଵିନୀ ଓ ସୁମିତଙ୍କ ମାମଲାର ଶୁଣାଣି ହେବାର ଥିଲା । ତେବେ କୋର୍ଟ ଆଗରୁ ଯେଉଁ ରାୟ ଦେଇ ଥିଲେ ପୁନର୍ବାର ସେହି ରାୟକୁ ଦୋହରାଇ ଥିଲେ । କୋର୍ଟଙ୍କ ରାୟ ବିଷୟରେ ଜାଣିବା ପରେ ଘଟଣା ସ୍ଥଳରେ ଥିବା ଜନସାଧାରଣ ମାନେ ଉତ୍ତେଜିତ ହୋଇ ଉଠିଥିଲେ ଓ ପ୍ରମୋଦ ସାହୁଙ୍କ ଗେଟ ଭାଙ୍ଗି ପଶି ଯାଇଥିଲେ ।

ବନ୍ଧୁଗଣ ଏହି ଘଟଣା ପରେ ସୁମିତ ଓ ତାଙ୍କ ପରିବାରକୁ ବହୁତ ବଡ ଝଟକା ଲାଗିଥିଲା । ସୁମିତ ତାଙ୍କ ବାପା ଓ ତାଙ୍କ ଜେଜେ ମା ଗଣମାଧ୍ୟମ ଜରିଆରେ ନିଜର ପ୍ରତିକ୍ରିୟା ରଖିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାରେ ନୂଆ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳୁଛି ।ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ଲୋକ ଏହି ମାମଲାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ତେବେ ଅଧିକାଂଶ ବୟାନ ସୁମିତ ଓ ତାଙ୍କ ପରିବାର ବିରୋଧରେ ଆସୁଛି ।

ବନ୍ଧୁଗଣ ଓଡିଶା ଏମିତି ପ୍ରଥମ ଥର ହୋଇଛି ଯେଉଁଠି ଜଣେ ସ୍ତ୍ରୀ ନିଜ ଅଧିକାର ପାଇଁ ଏତେ ଲଢୁଛି । ତପସ୍ଵିନୀ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ କହିବାକୁ ଗଲେ ତପସ୍ଵିନୀ ସାରା ଓଡିଶାରେ ଫେମସ ହୋଇଗଲେଣି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଗୀତ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଗୀତଟି ତପସ୍ଵିନୀଙ୍କ ସଂଘର୍ଷ ସହ ଜଡିତ ରହିଛି ଓ ଏହି ଗୀତର ନାମ ହେଉଛି ‘ନାରୀ ରୂପେ ସେ ନାରାୟଣୀ’ ।

ଏହି ଗୀତର ଚର୍ଚା ସମସ୍ତ ସ୍ଥାନରେ ହେଉଛି ଓ ଲୋକମାନେ ଏହି ଗୀତଟିକୁ ବେସ ଅଧିକ ପସନ୍ଦ ମଧ୍ୟ କରିଛନ୍ତି । ବନ୍ଧୁଗଣ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ତପସ୍ଵିନୀ ହାର ମାନିବେ ନାହିଁ ସେ ହେଉଛନ୍ତି ଜଣେ ସାହାସୀ ମହିଳା । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଗୀତଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *