ଗାଡି ଲାଇସେନ୍ସ ଠାରୁ ଆରମ୍ଭ କରି ଡେବିଟ କାର୍ଡ ପର୍ଯ୍ୟନ୍ତ 2022 ରୁ ଏହି ସବୁ ନିୟମରେ ହେବାକୁ ଯାଉଛି ବଡ ପରିବର୍ତ୍ତନ ! ଦେଖନ୍ତୁ କ’ଣ ହେବ ନୂଆ ନିୟମ

ବନ୍ଧୁଗଣ, ନୂଆବର୍ଷ ନେଇ ଆସୁଛି ଅନେକ ନୂଆ ନିୟମ । ବର୍ଷ ବଦଳିବା ସହିତ ଅନେକ ନିୟମରେ ପରିବର୍ତ୍ତନ ମଧ୍ୟ ହେଉଛି । ଯେମିତିକି ନୂଆ ବର୍ଷ ର ଆରମ୍ଭ ଅଥବା ୨୦୨୨ ଜାନୁୟାରୀ ପହିଲା ରୁ ଆଉ ଜାରି ହେବନି ସ୍ମାର୍ଟ କାର୍ଡ ଅଥବା କାଗଜ ଭିତିକ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ରେଜିଷ୍ଟେସନ ସାର୍ଟିଫିକେଟ । ଏଥର PDF ଫର୍ମାଟ ରେ ମିଳିବ ଏହିସବୁ ଡକ୍ୟୁମେଣ୍ଟ । ଏପରିକି ଲନର୍ସ ଲାଇସେନ୍ସ ଏବଂ ଅନ୍ୟ ପେପର ଡକ୍ୟୁମେଣ୍ଟ ମଧ୍ୟ ଇଲେକ୍ରୋନିକ ଫର୍ମାଟ ରେ ଜାରିହେବ ।

ଏହି ସୂଚନା ନେଇ ବିଜ୍ଞପ୍ତି ଜାରି କରିଛି ବାଣିଜ୍ୟ ଏବଂ ପରିବାହନ ବିଭାଗ । ସେହିପରି ଡେବିଡ ଏବଂ କ୍ରେଡିଟ କାର୍ଡ ନିମନ୍ତେ ମଧ୍ୟ ନୂଆ ନିୟମ ଆସୁଛି । ଅନଲାଇନ ଟ୍ରାନଜାକ୍ସନ ଙ୍କୁ ଅଧିକ ସୁରକ୍ଷିତ କରିବା ପାଇଁ ଏବଂ ଠକେଇ ରଖିବାକୁ RBI ନେଇଛି ବଡ ପଦକ୍ଷପ । ଜାନୁୟାରୀ ପହିଲା କୁ ଲାଗୁ ହେବାକୁ ଯାଉଅଛି, ଦେବିଡ ଏବଂ କ୍ରେଡିଡ କାର୍ଡ ପାଇଁ ନୂଆ ନିୟମ । ଏଣିକି କାର୍ଡ ନମ୍ବର ସିଭିଭି ଏବଂ ଏକ୍ସପାରୀ ଡେଟ ଭଳି ତଥ୍ୟ କୁ ଷ୍ଟୋର କରି ରଖି ପାରିବେ ନାହିଁ ବ୍ୟବସାୟିକ ସଂସ୍ଥା ।

ଡାଟା ଚୋରୀ ଏବଂ ପ୍ରଡ଼ ରୋକିବାକୁ ଏହି ପଦକ୍ଷପ ନେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ପୂର୍ବ ରୁ ସେଭ ଥିବା ଗ୍ରାହକ ଙ୍କ କାର୍ଡ ସମ୍ପର୍କିତ ସବୁ ତଥ୍ୟ ଡିଲେଟ ଲାଗି amazon, Flipkart, zomato ଭଳି ସଂସ୍ଥା କୁ ନିର୍ଦ୍ଧେଶ ରହିଛି । କାର୍ଡ ସମ୍ପର୍କିତ ତଥ୍ୟ ବଦଳରେ ଏଣିକି ଏକ ଟୁକନ ଯୋଗାଇ ଦେବେ, VISA ଏବଂ ରୂପୀ ଭଳି କାର୍ଡ ନେଟୱର୍କ ।

ତେବେ ସରକାରଙ୍କ ଏହି ନୂତନ ନିୟମ ରେ ଜନସାଧାରଣ କେତେ ମାତ୍ରାରେ ପ୍ରଭାବିତ ହୋଇ ଏହାକୁ ଗ୍ରହଣ କରୁଛନ୍ତି ତାହା ଦେଖିବା ଅପେକ୍ଷାର ବିଷୟ ପାଲଟିଛି । ମହାମାରୀ କରୋନାର ଭୟ ସମଗ୍ର ଦେଶ କୁ ଚିନ୍ତିତ କରୁଥିବା ବେଳେ ସରକାର ଙ୍କ ଏଭଳି ନିୟମ କେତେକ ଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ ।

ମାତ୍ର ସରକାର ଯେତେବେଳେ ଏହି ନିୟମ ଲାଗୁ କରିଛନ୍ତି ଏହା ପଛରେ କିଛି ବିଶେଷ କାରଣ ନିଶ୍ଚିତ ରୂପରେ ଥିବ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *