ନୂଆବର୍ଷ ରୁ ଶସ୍ତା ହେବ Petrol, ଜାଣନ୍ତୁ କେତେ ଟଙ୍କା କମିବ ପେଟ୍ରୋଲ ପ୍ରାଇସ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ର ସମୟ ରେ ସବୁ ଜିନିଷ ମହଙ୍ଗା ହେବାରେ ଲାଗିଛି।ଯାହାଦ୍ୱାରା ଜନ ସାଧାରଣ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ସାଧାରଣ ବର୍ଗ ର ଲୋକ ମାନଙ୍କ ପାଇଁ ସବୁ ଜିନିଷ ର ଦର ଦାମ ବୃଦ୍ଧି ହେବା ଅଭିଶାପ ସଦୃଶ ପାଲଟି ଯାଇଛି। ସେଥି ମଧ୍ୟରୁ ଅନ୍ୟତମ ମହଙ୍ଗା ଜିନିଷ ହେଉଛି ପେଟ୍ରୋଲ। ଦୀର୍ଘ ଦିନ ହେବ ପେଟ୍ରୋଲ ର ଦର ବୃଦ୍ଧି ହେବାରେ ଲାଗିଥିଲା।ଯାହାଦ୍ୱାରା ଲୋକ ମାନଙ୍କୁ ଅନେକ ସମସ୍ୟା ହେଉଥିଲା।

ପେଟ୍ରୋଲ ଲିଟର ପିଛା ଅଧିକ ଦର ଥିବାରୁ ସାଧାରଣ ବର୍ଗ ର ବ୍ୟକ୍ତି ଙ୍କ ପାଇଁ ଗାଡ଼ି ଚଳାଇବା ମଧ୍ୟ କଷ୍ଟକର ହୋଇଯାଇଥିଲା। କିନ୍ତୁ ବର୍ତ୍ତମାନ ପେଟ୍ରୋଲ ଦର କୁ ନେଇ ଏକ ଖୁସି ଖବର ଆସିଛି ସାମ୍ନା କୁ। ଯାହା ଜନ ସାଧାରଣ ଙ୍କ ପାଇଁ ନିଶ୍ଚିତ ଭାବରେ ସନ୍ତୋଷଜନକ ଅଟେ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, କମିଲା ପେଟ୍ରୋଲ ରେଟ୍।ଦୁଇ ଚକିଆ ଯାନଧାରୀ ଙ୍କ ପାଇଁ ବହୁତ ବଡ଼ ଖୁସି ଖବର।ତେଲ ଲିଟର ପିଛା କମିଲା ୨୫ ଟଙ୍କା।ଟ୍ୱିଟ କରି ସୂଚନା ଦେଲେ ଝାଡ଼ଖଣ୍ଡ ର ମୁଖ୍ୟମନ୍ତ୍ରୀ।ଦିନକୁ ଦିନ ମହଙ୍ଗା ହେଉଥିବା ପେଟ୍ରୋଲ କୁ ନେଇ ଜନ ସାଧାରଣ ଙ୍କ ପାଇଁ ଆସିଛି ଆସ୍ୱସ୍ତି ଜନକ ଖବର।ଏଣିକି ଝାଡ଼ଖଣ୍ଡ ରେ ପେଟ୍ରୋଲ ର ଲିଟର ପିଛା ପଚିଶ ଟଙ୍କା।ଏ ନେଇ ଝାଡ଼ଖଣ୍ଡ ର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟ କରି ସୂଚନା ଦେଇଛନ୍ତି।

ତେବେ ଏହି ପେଟ୍ରୋଲ ଟଙ୍କା ହ୍ରାସ ଦୁଇ ଚକିଆ ଯାନଧାରୀ ଙ୍କ ପାଇଁ ଉପଲବ୍ଧି ଥିବା ବେଳେ ଏହା କେବଳ ବିପିଏଲ ଧାରୀ ଙ୍କ ପାଇଁ ଉପଲବ୍ଧ ଅଟେ। ଆସନ୍ତା ଜାନୁଆରୀ ୨୬ ତାରିଖ ରୁ ଏହା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟ ପଟେ ଏହା ଝାଡ଼ଖଣ୍ଡ ବାସୀ ଙ୍କ ପାଇଁ ନୂଆବର୍ଷ ଭେଟି ବୋଲି ସୋରେନ ସରକାର କହିଛନ୍ତି । ବନ୍ଧୁଗଣ ଯଦି ଆପଣ ମାନେ ଚାହୁଞ୍ଚନ୍ତି କି ଏମିତି ଆମ ରାଜ୍ୟରେ ବି ହେଉ ତାହେଲେ ନିଜ ଆବାଜ ଉଠାନ୍ତୁ ଓ ନିଜର ମତ ରଖନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *