ସରକାରଙ୍କ ଜରୁରୀ ସୂଚନା: ନୂଆ ବର୍ଷ 2022 ଆରମ୍ଭ ହେବା ପୁରାବୃ ନିଶ୍ଚୟ ସାରି ଦିଅନ୍ତୁ ଏହି 3 ଟି କାମ, ନହେଲେ ପଡି ପାରନ୍ତି ଅସୁବିଧାରେ

ବନ୍ଧୁଗଣ ମାତ୍ର ଆଉ କିଛି ଦିନ ପରେ ୨୦୨୧ ଶେଷ ହୋଇଯିବ । ଏହା ପରେ ଆସିବ ନବବର୍ଷ ୨୦୨୨ । ନବବର୍ଷ ଆରମ୍ଭରେ ଅନେକ ନୂଆ ନିୟମ ଲାଗୁ ହେବ । ତେବେ ବନ୍ଧୁଗଣ ୨୦୨୧ ଶେଷ ହେବା ପୂର୍ବରୁ ଆପଣ ମାନେ ସବୁ କାମ ସାରି ଦିଅନ୍ତୁ ନଚେତ ଆପଣ ହଇରାଣରେ ପଡି ପାରନ୍ତି । ଡିସେମ୍ବର ୩୧ ତାରିଖ ସୁଧା ବିଭିନ୍ନ ଆର୍ଥିକ କାରବାର ସମ୍ପର୍କିତ କାମ ଶେଷ କରିବାର ସରକାର ଡେଟ ଲାଇନ ଦେଇଛନ୍ତି ।

ତେଣୁ ବର୍ଷ ଶେଷ ହେବା ପୂର୍ବରୁ ଏହି ସବୁ କାମ ଶେଷ କରିବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ କାମ ବିଷୟରେ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆୟକର ରିଟର୍ନ ଦାଖଲ-୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ନ ଦାଖଲର ଶେଷ ତାରିଖ ଚଳିତ ମାସ ୩୧ ତାରିଖ ରଖାଯାଇଛି ।

ପୂର୍ବରୁ ଏହି ତାରିଖକୁ ସରକାର ଦୁଇ ଥର ଘୁଞ୍ଚାଇ ଛନ୍ତି ପ୍ରଥମେ ଜୁଲାଇ ୩୧ ରୁ ସେପ୍ଟେମ୍ବର ୩୦କୁ ଓ ପରେ ଶେୟତେମ୍ବର ୩୦ରୁ ଡିସେମ୍ବର ୩୧ ଶେଷ ତାରିଖ ବଢାଯାଇଛି । ଆୟକର ପୋର୍ଟାଲରେ ଅସୁବିଧା ଯୋଗୁ ତାରିଖ ବଢାଯାଇଛି । ଆୟକର ରିଟର୍ନ ତାରିଖ ବୃଦ୍ଧି ପାଇଁ ବର୍ତ୍ତମାନ ବିଭିନ୍ନ ମହଲରୁ ଦାବି ହୋଇଥିଲେ ମଧ୍ୟ ଲୋକମାନେ ଏଥିପ୍ରତି ଅପେକ୍ଷା ନକରି ଧାର୍ଯ୍ୟ ତାରିଖ ପୂର୍ବରୁ କାମ ଶେଷ କରିବା ଦେବା ନିହାତି ଆବଶ୍ୟକ ।

ପେନସନ- ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତିବର୍ଷ ଜୀବନ ପ୍ରମାଣପତ୍ର ଦାଖଲ କରିବାର ବ୍ୟବସ୍ଥା ରହିଛି । ପ୍ରତି ବର୍ଷ ନଭେମ୍ବର ୩୦ ସୁଧା ଉକ୍ତ ପ୍ରମାଣ ପତ୍ର ଦାଖଲ କରିବାର ନିୟମ ରହିଥାଏ କିନ୍ତୁ ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ସୁଧା ଉକ୍ତ ପ୍ରମାଣ ପତ୍ର ଦାଖଲ କରିବା ଲାଗି ସମୟ ବଢାଯାଇଛି । ପେନସନ ପାଇବାରେ ଅସୁବିଧା ନହେବା ପାଇଁ ଉକ୍ତ ପ୍ରମାଣ ପତ୍ରର ଆବଶ୍ୟକତା ରହିଥାଏ  ।

ଡିମାଟ ଆକାଉଣ୍ଟ- ଡିମାଟ ଏବଂ ଟ୍ରେଡିଙ୍ଗ ଆକାଉଣ୍ଟରେ କେୱାଇସି ସୂଚନାକୁ ଯୋଡିବା ପାଇଁ ସେବି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦେଇଛି । ପୂର୍ବରୁ ସେପ୍ଟେମ୍ବର ୩୦ ସୁଧା ଏହା କରିବାକୁ କୁହାଯାଇଥିଲା କିନ୍ତୁ ପରେ ସେବି ଏହାକୁ ଡିସେମ୍ବର ୩୧ ଯାଏଁ ବଢାଇଛି । ନବବର୍ଷ ଆରମ୍ଭରୁ ପକେଟ ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଛି । ୧ ଜାନୁୟାରୀ ୨୦୨୨ରୁ  ଜୋଟା ଠାରୁ ଆରମ୍ଭ କରି ଖାଇବା ସବୁ କିଛି ମହଙ୍ଗା ହେବାକୁ ଯାଉଛି ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଦେଶ ବାସୀ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *