ନୂଆ ବର୍ଷ ପାଇଁ Jio ର ଶାନଦାର ପ୍ଲାନ, ମାତ୍ର ଏତିକି ଟଙ୍କାରେ ପାଆନ୍ତୁ 336 ଦିନର ଭ୍ୟାଲିଡିଟି

ନମସ୍କାର ବନ୍ଧୁଗଣ ତେବେ ଡିସେମ୍ବର ୧ରୁ ବଢ଼ିଛି ଜିଓ ପ୍ରିପେଡ ପ୍ଲାନ୍ସ । ମୋବାଇଲ ପ୍ରିପେଡ ପ୍ଲାନ୍ସ ମହଙ୍ଗା ହେବା ପରେ ଏବେ ଜିଓ ଫୋନ ପ୍ଲାନ ବି ମହଙ୍ଗା ହୋଇଛି । କମ୍ପାନୀ ଜିଓ ଫୋନ ରିଚାର୍ଜ ପ୍ଲାନର ମୂଲ୍ୟ ମଧ୍ୟ ବୃଦ୍ଧି କରିଛି । ଜିଓ ଫୋନ ପ୍ରିପେଡ ପ୍ଲାନର ନୂଆ ମୂଲ୍ୟ ଜିଓ ତା’ର ଓ୍ୱେବସାଇଟରେ ଅପଡେଟ କରିଛି । ରିଲିଆନ୍ସ ଜିଓ ପୂର୍ବରୁ ଥିବା ତିନୋଟି ଜିଓ ଫୋନ ପ୍ଲାନ୍ସର ମୂଲ୍ୟ ବଢ଼ାଇଛି । ଏହା ବ୍ୟତୀତୀ କମ୍ପାନୀ ଏକ ନୂଆ ପ୍ଲାନ ବି ଉପଭୋକ୍ତାଙ୍କ ପାଇଁ ଆଣିଛି ।

ଏଥିପାଇଁ ଆପଣଙ୍କ ଜିଓ ଫୋନ ରିଚାର୍ଜ କରିବା ପୂର୍ବରୁ ନୂଆ ପ୍ଲାନ ସବୁ ଜାଣିନେବା ଜରୁରୀ । ଜିଓ ଫୋନ ପ୍ଲାନର ମୂଲ୍ୟ ଏବେ ୭୫ ଟଙ୍କାରୁ ଆରମ୍ଭ ହେଉଛି । କମ୍ପାନୀ ତିନୋଟି ପ୍ଲାନକୁ ମହଙ୍ଗା କରିଛି । ଜିଓ ଫୋନର ଅଲ ଇନ ଓ୍ୱାନ ପ୍ଲାନ ଯାହାର ମୂଲ୍ୟ ୭୪୯ ଟଙ୍କା ଥିଲା ସେହି ପ୍ଲାନ ଏବେ ବଢ଼ି ୮୯୯ ଟଙ୍କା ହୋଇଯାଇଛି।


ଜିଓ ଫୋନର ୧୮୬ ଟଙ୍କାର ଥିବା ପ୍ଲାନ ଏବେ ୨୨୨ ଟଙ୍କା ହୋଇଛି । ଏହା ବ୍ୟତୀତ ୧୫୫ ଟଙ୍କା ଥିବା ପ୍ଲାନ ଏବେ ୧୮୬ ଟଙ୍କା ହୋଇଯାଇଛି । ଜିଓ ଫୋନର ୮୯୯ ଟଙ୍କାର ଥିବା ପ୍ଲାନର ଭାଲିଡିଟି ୩୩୬ ଦିନ ରହିଛି । ଏଥିସହ ଏହି ପ୍ଲାନରେ ୨ଜିବି ୨୮ ଦିନ ଡାଟା ଦିଆଯାଇଛି । ଏହି ପ୍ଲାନରେ ମୋଟ ୨୪ ଜିବି ଡାଟା ମିଳିଥାଏ । ଏହି ପ୍ଲାନ ମଧ୍ୟରେ ଅନଲିମିଟେଡ୍ କଲ୍, ୫୦ ଏସଏମଏସ ୨୮ ଦିନ ପାଇଁ ସାମିଲ ଅଛି । ଏହି ପ୍ଲାନ ସହିତ ଉପଭୋକ୍ତାଙ୍କୁ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଏବଂ ଜିଓ କ୍ଲାଉଡର ଏକ୍ସେସ ମଧ୍ୟ ଦିଆଯାଉଛି।


ତେବେ ସେହିପରି ଭାବରେ ୨୨୨ ଅଲ ଇନ ଓ୍ୱାନ ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ପ୍ରଦାନ କରିଥାଏ । ଏଥିସହ ଅନଲିମିଟେଡ କଲ୍ ଏବଂ ପ୍ରତିଦିନ ୧୦୦ ଏସଏମଏସ୍ ଦିଆଯାଇଥାଏ । ଏହି ପ୍ଲାନରର ଭାଲିଡିଟି ୨୮ ଦିନ ରହିଛି । ସେହିପରି ଭାବରେ ୧୮୬ ଟଙ୍କିଆ ପ୍ଲାନରେ ପ୍ରତିଦିନ ୧  ଜିବି ଡାଟା ଦେଇଥାଏ । ଏହି ପ୍ଲାନ ମଧ୍ୟରେ ୨୮ ଦିନ ପାଇଁ ପ୍ରତିଦିନ ୧୦୦ ମେସେଜ ଏବଂ ଅନଲିମିଟେଡ କଲ୍ ସୁବିଧା ମିଳିଥାଏ । ଏଥିସହ ଜିଓ ଆଉ ଏକ ୧୫୨ ଟଙ୍କିଆ ପ୍ଲାନ ଉପଭୋକ୍ତାଙ୍କ ପାଇଁ ଆଣିଛି । ଏହି ପ୍ଲାନର ଭାଲିଡିଟି ୨୮ ଦିନ ରହିଛି । ଏହି ପ୍ଲାନ ମଧ୍ୟରେ ପ୍ରତିଦିନ ୦.୫ ଜିବି ଡାଟା ଦେଇଥାଏ । ଏହି ପ୍ଲାନରେ ମଧ୍ୟ ଅନଲିମିଟେଡ କଲ୍ ସୁବିଧା ଦିଆଯାଇଛି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *